ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚ ର୍ଯ୍ୟ ହୋଇଯିବେ କାରଣ ଏ ପ୍ରକାର କଥା ହୁଏତ ଆପଣ ମାନେ କେବେବି ଶୁଣିନଥିବେ । ତେବେ ଆପଣ ମାନେ କେବେବି ଶୁଣିଛନ୍ତି କି ଜଣେ ମହିଳା ନିଜର ସ୍ୱାମୀକୁ ମାସିକ ଭର୍ତ୍ତା ଦେବା କଥା । ମାତ୍ର ଏବେ ସେହି ପ୍ରକାର ଘଟଣା ସାମ୍ନାକୁ ଆସିଛି । କାରଣ ଆଗ ଅପେକ୍ଷା ଏବେ ସମାଜ ବହୁତ ପରିବର୍ତ୍ତନ ହେଲାଣି ତେବେ ସମସ୍ତ ନିୟମରେ ମଧ୍ୟ ପରିବର୍ତ୍ତନ ଘଟୁଛି । କାରଣ ଆଗ କାଳରେ ଯେତେବେଳେ ଜଣେ ଝିଅ ବିବାହ କରି ତାର ଶାଶୁ ଘରକୁ ଯାଉଥିଲା ସେତେବେଳେ ତାର ଶାଶୁଘର ଲୋକମାନେ ତାହାକୁ ବହୁତ ଅତ୍ୟାଚାର କରୁଥିଲେ ଯୌତୁକ କଥା ନେଇ ବହୁତ କଥା କହୁଥିଲେ ଏମିତିରେ ଅଧିକାଁଶ ଜାଗାରେ ବୋହୀକୁ ମାରି ଦେଉଥିଲେ ମଧ୍ୟ ।
ଏମିତି ଘଟଣା ଯୋଗୁ ସେଥିରେ ଏକ ନିୟମ ବାହାର କରାଗଲା । ଯେଉଁ ଶାଶୁ ତାର ବୋହୂକୁ ନିର୍ଯ୍ୟାତନା ପ୍ରଦାନ କରିବ ତେବେ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ। ଯାହା ପରେ କି ଏବେ ସେପରି ଅପରାଧ ଆଉ ଦେଖିବାକୁ ମିଳୁନାହିଁ ।
ଏହା ପରେ ମଧ୍ୟ ଆହୁରି ଅନେକ କଥା ଯେମିତିକି ହିଳା ଜଣକ ନିଜର ଶାଶୂ ଘର ଛାଡି ଆସି ବାହାରେ ରହୁଛନ୍ତି। ତାଙ୍କର ସବୁ ଖର୍ଚ୍ଚ, ମାସକୁ ଯାହା ବି ଖର୍ଚ୍ଚ ପାଇଁ ସେମାନେ କହୁଛନ୍ତି ଆଇନ୍ ର ନିୟମ ଅନୁଯାୟୀ ସ୍ୱାମୀ ଟି କୁ ମାସ କୁ ମାସ ସେ ସବୁ ଖର୍ଚ୍ଚ ଦବାକୁ ପଡୁଛି । ମାତ୍ର ଏବେ ସେହି ନିୟମରେ ପରିବର୍ତ୍ତନ ଦେଖା ଦେଇଛି । ତେବେ କଣ ରହିଛି ନୂତନ ନିୟମ ଆସନ୍ତୁ ଜାଣିବା ।
ସୂଚନା ମୁତାବକ ଉତ୍ତର ପ୍ରଦେଶର ମୁଜାଫୁର୍ ନଗରରେ ଥିବା ଫ୍ୟାମେଲି କୋର୍ଟ କହିଛନ୍ତି ଏମିତି ଏକ ନିୟମ ଦେଖିବାକୁ ମିଳିଛି ଯେଉଁଥିରେ ଏବେ ସ୍ତ୍ରୀ ମାନଙ୍କ ପରି ସ୍ୱାମୀ ମାନେ ମଧ୍ୟ ପାଇବେ ମାସିକ ଭତ୍ତା, ସ୍ୱାମୀ ମାନଙ୍କ ର ଭରଣ ପୋଷଣ ପାଇଁ ସ୍ତ୍ରୀ ମାନେ ଦେବେ ମାସିକ ଟଙ୍କା । ଏହା ଏବେ ସମସ୍ତ ଙ୍କ ମୁହଁ ରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି । ଉତ୍ତର ପ୍ରଦେଶର କିଶୋରଲାଲ୍ ନାମକ ଜଣେ ବ୍ୟକ୍ତି ବିହାର ର ମୁନୀ ଦେବୀ ନାମକ ଜଣକ ଜଣେ ମହିଳା ଙ୍କୁ 30 ବର୍ଷେ ତଳେ ବାହା ହୋଇଥିଲେ। ବିବାହର କିଛି ବର୍ଷ ତଳେ କୌଣସି କାରଣରୁ ସେମାନଙ୍କ ର ବିବାହ ରେ ବିଚ୍ଛେଦ ହୋଇଥିଲା,ସେହି ସମୟ ରେ ମୁନୀ ଦେବୀ ଇଣ୍ଡିଆନ୍ ଆର୍ମି ରେ କାମ କରୁଥିଲେ। ଏବେ ସେ ପେନ୍ସନ୍ ବାବଦ କୁ 12 ହଜାର ଟଙ୍କା ପାଉଛନ୍ତି ।
ମାତ୍ର ତାଙ୍କର ସ୍ୱାମୀ ଏବେ ବହୁତ କଷ୍ଟରେ ଏକ ଦୋକାନ କରି ଚଳୁଛନ୍ତି । ତେବେ ସେମାନଙ୍କର ବିବାହ ବିଚ୍ଛେଦ ପରେ କିଶୋରଲାଲ୍ ଫ୍ୟାମେଲି କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ଏବଂ ନିଜର ଅଭାବ ଅନାଟନ ସମ୍ପର୍କରେ କୋର୍ଟ କୁ କହିଥିଲେ । ତାଙ୍କର ସେହି କଥାକୁ କୋର୍ଟ ଶୁଣିବା ପରେ ତାହା ବାବଦରେ ଏକ ନିଷ୍ପତ୍ତି ନେଇଥିଲେ । ତେବେ ତାଙ୍କର ନିଷ୍ପତ୍ତି ମୁତାବକ କିଶୋରଲାଲ୍ ଙ୍କ ର ଚଳିବା ପାଇଁ ପ୍ରତି ମାସ 2 ହଜାର ଟଙ୍କା ତାଙ୍କର ସ୍ତ୍ରୀ ମୁନିଙ୍କୁ ଦେବା ପାଇଁ ରାୟ ଦେଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।