ମାତ୍ର 2 ମିନିଟରେ (ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା) ଭଲ ହୋଇଯିବ । Toothache Home Remedies

ବନ୍ଧୁଗଣ ବର୍ତମାନ ଦାନ୍ତ ସମସ୍ୟା ପ୍ରାୟ ପ୍ରତ୍ୟେକ ଘରେ ଦେଖାଦେଉଛି, ପିଲାଠାରୁ ବଡ ଲୋକ ଯାଏଁ ସମସ୍ତେ ଦାନ୍ତ ଯନ୍ତ୍ରଣା ହେବା,ପୋକ ଲାଗିବା ଆଦି ସମସ୍ୟା ରେ ପୀଡିତ ହେଉଛନ୍ତି | ଆମେ ପ୍ରତ୍ୟେକ ଦିନ ଯଉଁ ଖାଦ୍ୟ ଖାଇଥାଉ,ଖାଇସାରିବା ପରେ ଖାଦ୍ୟର କିଛି ଅଂଶ ଦାନ୍ତରେ ରହିଯାଏ, ଏହି ଖାଦ୍ୟ ଦାନ୍ତରେ ବ୍ୟାକଟେରିଆ ସୃଷ୍ଟି କରିଥାଏ,ଧୀରେ ଧୀରେ ଏହା ଦାନ୍ତକୁ ହଳଦିଆ କରିଦେଇ ଥାଏ ଓ ସୋଢା ମଧ୍ୟ୍ୟ ଲାଗିରହିଥାଏ ଯାହାକୁ କି ଆମେ ଦାନ୍ତରେ ପୋକ ଲାଗିଥାଏ ବୋଲି କହିଥାଉ |ଏହା ଦ୍ଵାରା ଦାନ୍ତରେ ଅଧିକରୁ ଅଧିକ ଯନ୍ତ୍ରଣା ହୋଇଥାଏ |ପୁରାତନ କାଳରେ ଲୋକମାନେ ବିଭିନ୍ନ ପ୍ରାକୃତିକ ଘରୋଇ ଉପଚାର ମାଧ୍ୟ୍ୟମରେ ଦାନ୍ତରେ ପୋକ ଲାଗିବା, ଯନ୍ତ୍ରଣା ହେବାଓ ପଇରିଆ ଭଳି ସମସ୍ୟା କୁ ଦୁର କରିପାରୁଥିଲେ |ତେବେ ବନ୍ଧୁଗଣ ଚାଲନ୍ତୁ ସେହି ଚମତ୍କାରୀ ପ୍ରକୃତିକ ଘରୋଇ ଉପଚାର ମାଧ୍ୟ୍ୟରୁ ଗୋଟିଏ ଘରୋଇ ଉପଚାରର ପ୍ରସ୍ତୁତିଓ ବ୍ୟବହାର ବିଷୟରେ ଜାଣିବା |

ଆଜି ଆମେ 2ଟି ଉପଚାର ବିଷୟରେ ଜାଣିବା |ପ୍ରଥମଟି ଯଦି ଆପଣଂକ ଦାନ୍ତରେ ଅଧିକ ଯନ୍ତ୍ରଣା ହେଉଥାଏ ତାହାର ଉପଶମ ବିଷୟରେ ଏବଂ ଦ୍ୱିତୀୟ ଟି ଦାନ୍ତରେ ପୋକ ଲାଗିବା କିପରି ରୋକି ପରିବା ତାହା ସମ୍ୱଦ୍ଧରେ ସମ୍ପୂର୍ଣ ଜାଣିବା ପାଇଁ ଦୁଇଟି ରେମିଡ଼ି ପ୍ରସ୍ତୁତ କରିବା |

ରେମିଡ଼ି no 1-

ଆବଶ୍ୟକତା ସାମଗ୍ରୀ:-
ଲବଙ୍ଗ, ଉଷମ ପାଣି, ସାନ୍ଧ୍ୟବ ଲବଣ

ପ୍ରସ୍ତୁତି :-

ବନ୍ଧୁଗଣ ପ୍ରଥମେ ଆପଣ 10/12ଟି ଫୁଲ ଥିବା ଲବଙ୍ଗ ନିଅନ୍ତୁ ଏହି ଲବଙ୍ଗ କୁ ଭଲକି ଗୁଣ୍ଡ କରିଦିଅନ୍ତୁ, ପରେ ଏକ ଗ୍ଳାସ ଉଷମ ପାଣି ନିଅନ୍ତୁ ଏହା ଯେପରି ଅଧିକ ଗରମ ହୋଇନଥିବା, ଏହି ଉଷମ ପାଣିରେ ଦୁଇରୁ ତିନି ଚିମୁଟା ସାନ୍ଧ୍ୟବ ଲବଣ ମିଶାନ୍ତୁ ଏବଂ ଏଥିରେ ଏକ ଚିମୁଟା ଗୁଣ୍ଡ କରି ରଖିଥିବା ଲବଙ୍ଗ ପକାନ୍ତୁ,ଏହାକୁ ଭଲରେ ମିଶାଇ ଦିଅନ୍ତୁ|

ବ୍ୟବହାର :-

ଯଦି ଆପଣ ଚାହୁଁଛନ୍ତି ଏହି ଯନ୍ତ୍ରଣା କେବେ ନହେଉ ସବୁଦିନ ପାଇଁ ଦୂର ହୋଇଯାଉ ତେବେ ପ୍ରତ୍ୟେକ ଦିନ ସକାଳ ଖାଇସାରିବା ପରେ ଏହି ମିଶ୍ରିତ ପାଣି ଉଷମ ଥିବା ସମୟରେ ଅଳ୍ପ ଅଳ୍ପ କରି କୁଳି କରନ୍ତୁ, ଏହାକୁ ଏପରି 5/6ଥର କରନ୍ତୁ |ଦେଖିବେ ଆପଣଙ୍କ ଦାନ୍ତ ଯନ୍ତ୍ରଣା ଭଳି ସମସ୍ୟା ଶୀଘ୍ର ଦୂର ହୋଇଯିବ ଓ ଆପଣଙ୍କୁ ବହୁତ ଆରାମ ମିଳିବ |

ରେମିଡ଼ି no 2-
ଆବଶ୍ୟକ ସାମଗ୍ରୀ :-

ସୋରିଷ ତେଲ, ସାନ୍ଧ୍ୟବ ଲବଣ, ଫିଟିକିରି ଚୂନ, ଲବଙ୍ଗ ଗୁଣ୍ଡ

ପ୍ରସ୍ତୁତି :-

ବନ୍ଧୁଗଣ ପ୍ରଥମେ ଆପଣ ଗୋଟିଏ ପାତ୍ରରେ ଦୁଇଚାମୋଚ ସୋରିଷ ତେଲ ନିଅନ୍ତୁ, ସେଥିରେ ଦୁଇ ଚିମୁଟା ସାନ୍ଧ୍ୟବ ଲବଣ, ଫିଟିକିରି ଗୁଣ୍ଡ ଦୁଇ ଚିମୁଟା ଓ ଏକ ଚିମୁଟା ଲବଙ୍ଗ ଗୁଣ୍ଡ ନେଇ ଏହାକୁ ଭଲରେ ମିଶାନ୍ତୁ |

ବ୍ୟବହାର :-

ବନ୍ଧୁଗଣ ଆପଣଙ୍କ ପ୍ରତ୍ୟେକ ଦିନ ଯଉଁ ବ୍ରସ ବ୍ୟବହାର କରୁଛନ୍ତି, ସେହି ବ୍ରସକୁ ଏହି ମିଶ୍ରଣରେ ମିଶାଇ ବ୍ରସ କରନ୍ତୁ, ଏମିତି 2ରୁ 3mint କରନ୍ତୁ ଏବଂ ବ୍ରଶ କରିସାରିବା ପରେ ଏହାକୁ 4ରୁ 5mint ଦାନ୍ତରେ ଲାଗିରହିବା ପାଇଁ ଛାଡି ଦିଅନ୍ତୁ ପରେ ପ୍ଲେନ ପାଣିରେ ଧୋଇଦିଅନ୍ତୁ |ଏହି ପରି ସପ୍ତାହରେ 4ରୁ 5ଥର କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତରେ ପୋକ ଲାଗିବା ଓ ଯନ୍ତ୍ରଣା ପରି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବା |ଏହି ଦୁଇଟି ରେମିଡ଼ି ନିଶ୍ଚିତ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଫାଇଦା ମିଳିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment