Odisha News Portal

ଦେଖନ୍ତୁ Live ଭିଡ଼ିଓ : ଏତେ ଦିନ ପରେ ହଠାତ Live ଆସି ଏମିତି କାହିଁକି କହିଲେ ଅଭିନେତ୍ରୀ ଅର୍ଚ୍ଚିତା (Archita Sahu)

କରନା ମହାମାରୀ ସମସ୍ତଙ୍କୁ କେତେ ମାତ୍ରାରେ ପ୍ରଭାବିତ କରିଛି ତାହା ସମସ୍ତେ ଭଲ ଭାବରେ ଉପଲବ୍ଧି କରି ପାରିଛନ୍ତି। ସାଧାରଣ ବର୍ଗର ଲୋକ ମାନେ ଏହାଦ୍ବାରା ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅଳ୍ପ ବହୁତ୍ ଏହା ସମସ୍ତଙ୍କ ଜୀବନ ଶୈଳୀ କୁ ଯେ ପ୍ରଭାବିତ କରିଛି ଏଥିରେ ସନ୍ଦେହ ନାହିଁ।କରନା ଭାଇରସ ପରି ମାରାତ୍ମକ ସଂକ୍ରମଣ ପାଇଁ ଜୀବନ ଜୀବିକା ସବୁ ଠପ୍ ହୋଇଯାଇଛି।ଏହି ସମୟରେ ଅନେକ ଲୋକଙ୍କ ଚାକିରି ମଧ୍ୟ ଯାଉଛି।ମେଧାବୀ ଛାତ୍ର ଛାତ୍ରୀ ମାନେ ପ୍ରବେଶିକା ପରୀକ୍ଷା କୁ ଅନେଇ ବସିଥିବା ବେଳେ ଏହା ଏବେ ଅନିଶ୍ଚିତତା ଦେଇ ଗତି କରୁଛି।

ସମସ୍ତ ପ୍ରକାରର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଦେଶ ଗତି କରୁଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଆମ ରାଜ୍ୟ ଓଡିଶା। ଏଥିରେ ଗରିବ, ମୂଲିଆ ବହୁତ୍ ହଇରାଣ ହେଉଛନ୍ତି।ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ ଏହି ଲକ୍ ଡାଉନ୍ କାରଣରୁ ନିଜର ଜୀବିକା ହରାଇ ବହୁତ୍ ଅସୁବିଧା ରେ ଭୋକ ଉପାସରେ ଦିନ କାଟୁ ଥିବା ବେଳେ ସେମାନଙ୍କର ଜୀବିକା ଏକ ପ୍ରକାରର ବନ୍ଦ ହୋଇ ଯାଇଛି। ତେବେ କଳାକାର ମାନେ ମଧ୍ୟ ଏଥିରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି।ଯାହାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ।ସେ କହିଛନ୍ତି ଏବର୍ଷ ପୁଣି ଲକ୍ ଡାଉନ୍ ହେବା ଅନେକ କଳାକାର ଙ୍କ ମେରୁଦଣ୍ଡ କୁ ଭାଙ୍ଗି ଦେଇଛି।

ଗତ ବର୍ଷ ଲକ୍ ଡାଉନ୍ ସମୟରେ ସମସ୍ତେ ଭାବିଥିଲେ ଏହା ଆଉ ଆସିବ ନାହିଁ, କଷ୍ଟେ ମଷ୍ଟେ ସମସ୍ତେ ବୁଝି ଯାଇଥିଲେ। କିନ୍ତୁ ଏବର୍ଷ ପୁଣି ଲକ୍ ଡାଉନ୍ କାରଣରୁ ସିନେମା, ସିରିଏଲ ସୁଟିଂ ବନ୍ଦ ହୋଇ ରହିବା କାରଣରୁ ଏହା କଳାକାର ମାନଙ୍କୁ ବେଶ୍ ସମସ୍ୟା ରେ ପକାଇଛି। ଅର୍ଚ୍ଚିତା କହୁଛନ୍ତି ଯଦି ଏବର୍ଷ ଲକ୍ ଡାଉନ୍ ହେବା କାରଣରୁ ମୋତେ ଫରକ୍ ପଡୁଛି ତେବେ ଅନ୍ୟ କଳାକାର ଯେଉଁ ମାନେ ସେହି ସ୍ତରକୁ ଯାଇ ନାହାଁନ୍ତି, ସେତିକି ପ୍ରତିଷ୍ଠିତ ନୁହଁନ୍ତି କିମ୍ବା ସେତିକି ଟଙ୍କା ସଞ୍ଚୟ କରି ନାହାନ୍ତି ସେମାନଙ୍କର ଅବସ୍ଥା କଣ ହେଉଥିବ ତାହା ମୁଁ ଜାଣି ପାରୁଛି।

କେତେ ଜଲଦି ଏହି ମହାମାରୀ ଦୂର ହେବ ତାହାକୁ ନେଇ ସମସ୍ତେ ପ୍ରାର୍ଥନା କରୁଛନ୍ତି। ଯେଉଁ ମାନେ ସମ୍ପୂର୍ଣ୍ଣ ମାତ୍ରାରେ ଅଭିନୟ ଉପରେ ନିର୍ଭର କରି ନିଜର ପେଟ ପୋଷୁ ଥିଲେ। ଘରେ ପିଲା ଛୁଆ, ବୁଢା ବାପା ମାଆଙ୍କ ଦାୟିତ୍ଵ ଗ୍ରହଣ କରୁଥିଲେ ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଛି। କଳାକାର ସ୍ୱାଭିମାନ ପାଇଁ ରାସ୍ତାକୁ ଆସି ପାରୁନାହିଁ କିନ୍ତୁ ବହୁତ୍ କଷ୍ଟରେ ଜୀବନ ଅତିବାହିତ ହେଉଛି। ତାପରେ ବି ଆମେ ବଞ୍ଚିବା ଜରୁରୀ ତେବେ ଯାଇ କିଛି ହୋଇ ପାରିବ।ତେଣୁ ସାମାନ୍ୟ ସାବଧାନତା ଏବଂ ଗାଇଡ ଲାଇନ୍ ପାଳନ କଲେ ଆମେ ଏଭଳି ବିପତ୍ତି ରୁ ରକ୍ଷା ପାଇ ଯାଇ ପାରନ୍ତେ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।