ଦର୍ଶକ ବନ୍ଧୁ ଓଡିଶା ର ଲୋକପ୍ରିୟ ନାୟକ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କୁ ଘଟଣା ଏବେ ଅନ୍ତ ଯାଉଛି କାରଣ ଅଭିନେତା ବାବୁସାନଙ୍କ ଏବେ ଘରକୁ ଫେରିଥିବା ପରେ ସେ ତାଙ୍କର ମତ ରଖିଛନ୍ତି | ତେବେ ଅଭିନେତା ବାବୁସାନ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ଗାଡି ଭିତରୁ ଟଣା ଓଟରା କରିବା ସହ ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଟଣାଓଟରା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଏହି ଘଟଣା ପରେ ବାବୁସାନ ଚେନ୍ନାଇ ରେ ଥିଲେ ବୋଲି ସୂଚନା ମିଳିଥିଲା | ତେବେ ଷ୍ଟାର ପରିବାର ମଧ୍ୟରେ ବଢି ଥିବା ବିବାଦ କୁ ନେଇ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ସଂପର୍କ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିଲା ବେଳେ ଏବେ ସେହି ଚର୍ଚ୍ଚା ର ଅନ୍ତ ଘଟିଛି ବୋଲି କୁହାଯାଇଛି |
ତେବେ ସୂଚନା ଅନୁଯାୟୀ ଅଭିନେତା ବାବୁସାନ ମହାନ୍ତି ଏହି ବିବାଦୀୟ ଘଟଣା ପରେ ତାଙ୍କର ମତ ରଖି କହିଛନ୍ତି ଯେ | ମୋର ଶକ୍ତି ମୋ ପରିବାର ଓ ମା ଓ ସ୍ତ୍ରୀ | ସେ ଏକଥା ମଧ୍ୟ କହିଥିଲେ ଏହି ଘଟଣା ରେ ତିନିଜଣ ଙ୍କର ଭୁଲ ରହିଛି | ଯେହେତୁ ଏ ଭୁଲ ହେଇସାରିଛି ତେଣୁ ବିଷୟରେ ଯେତେ ଆଲୋଚନା କରାଯିବ ଘଟଣାଟି ସେତେ ବଡ଼ ହେଇଯିବ | ତେଣୁ ଏ ବିଷୟରେ କିଛି ଆଲୋଚନା ନ କରିବା ସବୁଠୁ ଭଲ କଥା | ତେଣୁ ମୁ ଏବେ ମୋ ପରିବାର ସହିତ ମୋ ମା ସ୍ତ୍ରୀ ଙ୍କ ସହିତ ବହୁତ ଭଲ ରେ ଅଛି ବୋଲି କହିଛନ୍ତି ଅଭିନେତା ବାବୁସାନ ମହାନ୍ତି | ଯାହା ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଲାଗିଛି |
ତେବେ ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦ କୁ ନେଇ ବହୁତ ଲୋକ ବହୁତ କଥା କହୁଥିବା ବେଳେ ଅଭିନେତା ବାବୁସାନ ମହାନ୍ତି ଏକ ଗଣମାଧ୍ୟମ ସାକ୍ଷାତକାର ରେ ତାଙ୍କର ମତ ରଖିଥିଲେ ଓ ଏ ସମସ୍ତ ଘଟଣା କୁ ସେ ଭୁଲି ଯାଇ ସେ ତାଙ୍କର ପରିବାର କୁ ଗୁରୁତ୍ୱ ଦେବା କଥା କହିଛନ୍ତି | ଏହା ସେ ସବୁବେଳେ ଗୋଟିଏ କଥା କହିଛନ୍ତି ଯେ ସେ ତାଙ୍କର ସ୍ତ୍ରୀ କୁ ବହୁତ ଭଲ ପାଆନ୍ତି | ଆଉ ତାଙ୍କ ସହିତ ସାରା ଜୀବନ ସାଥି ହୋଇ ରହିବା ପାଇଁ ମଧ୍ୟ ସଂକଳ୍ପ କରିଛନ୍ତି |
ତେଣୁ ଯାହା ହେବାର ଥିଲା ହେଇସାରିଛି ତେଣୁ ସେ କଥା କୁ ଆଉ ଆଲୋଚନା ନ କରିବା ହଁ ଭଲ ବୋଲି କହିଛନ୍ତି ବାବୁସାନ | ଆଉ ସେ ପୁରୁଣା କଥା କୁ ଆଲୋଚନା କରିକି ପରିବାର ଭିତରେ ବାଦ ବିବାଦ ନ କରି ସାଙ୍ଗ ହେଇକି ସବୁ ପରିସ୍ଥିତି କୁ ସାମ୍ନା କରିବା କଥା କହିଛନ୍ତି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଓ ବାବୁସାନ ଙ୍କର ଏହିଭଳି କଥା କୁ ଦର୍ଶକ ମାନେ ମଧ୍ୟ ପ୍ରସଂଶା କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।