Odisha News Portal

ରାତିରେ ଏହାକୁ ଲଗାନ୍ତୁ ସକାଳୁ ଚେହେରା ( Glowing Skin ) କାଚ ଭଳି ଚମକୁଥିବ – Beauty Tips

ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିଲେ କି ତ୍ୱଚା କୁ ନେଇକି ଆମେ ବହୁତ ଯତ୍ନ ବାନ ଥାଆନ୍ତି | ଆଉ ମୁହଁରେ ଦାଗ ଆଉ ବ୍ରଣ ଭଳି ସମସ୍ୟା ଯେମିତି ନ ଦେଖା ଯିବ ସେଥିପାଇଁ ବହୁତ ପ୍ରକାରର ଉପାୟ ମଧ୍ୟ ସମସ୍ତେ ଆପଣାଇ ଥାଆନ୍ତି | ଆଉ ମୁହଁରେ ଏମିତି ଦାଗ ଆଉ ବ୍ରଣ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାରର କୋସମେଟିକ୍ସ ମଧ୍ୟ ବ୍ୟବହାର କରିଥାଉ | ଆଉ ଯାହା ଆମ ତ୍ୱଚା ପାଇଁ କେତେବେଳେ ଭଲ ତ ଆଉ କେତେବେଳେ ଖରାପ ହୋଇଥାଏ | ତାହେଲେ ସେହି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାତ୍ର 15 ଟଙ୍କାରେ ଘରେଇ ଟିପ୍ସ ବନେଇ ପାରିବା |ତାହେଲେ ଆସନ୍ତୁ ସେଭଳି ଟିପ୍ସ ବିଷୟରେ ଆଲୋଚନା କରିବା |

ସାଧାରଣତଃ ଆମେ ମୁହଁ କଥା ଉଠିଲେ ଆମେ ମୁହଁରେ କଣ ଲଗେଇବା ଯାହା ଯୋଗୁଁ ମୁହଁରେ କିଛି ବାହାରିବ ନାହିଁ ଆଉ ମୁହଁ ସଫା ଆଉ ସୁନ୍ଦର ଦେଖାଯିବ ତାହା ଉପରେ ନଜର ପକେଇଥାଉ | କିନ୍ତୁ ଆମେ ଆମର ଖାଦ୍ୟ ଉପରେ କେବେ ବି ଧ୍ୟାନ ଦେଇ ନ ଥାଉ | ଆଉ ଆମେ ଭାବି ନ ଥାଉ କି କଣ ଖାଇଲେ ଆମର ମୁହଁ ଚିକ୍କଣ ଦେଖାଯିବ | ମୁହିଁରେ ନେଚୁରାଲି ଗ୍ଲୋ କରିବ ଓ ଦାଗ, ବ୍ରଣ ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହେବ ତାହା ଭାବି ନ ଥାଉ |

ଆଉ ଯୋଉଁଥି ପାଇଁ ଆମେ ବଜାରରେ ଏହି ସବୁ ଅସୁବିଧାକୁ ଦୂର କରିବା ପାଇଁ ପିଉଟି ପ୍ରଡକ୍ସ ବ୍ୟବହାର କରିଥାଉ | ଯାହା ଆମ ତ୍ୱଚା ପାଇଁ ଖରାପ ହୋଇଥାଏ | ଆଉ ଏହି ସବୁ କେମିକାଲ ରେ ତିଆରି ଜିନିଷ କାହାକୁ ସୁଟ କରିଥାଏ ଆଉ କାହାକୁ ମଧ୍ୟ କରେନି | ଆଉ ଯାହା ଯୋଗୁଁ ମୁହଁରେ ବହୁତ ପ୍ରକାରର ସମସ୍ୟା ଦେଖା ଦେଇଥାଏ, ତାହେଲେ ଆସନ୍ତୁ ଜାଣିବା କେଉଁ ଟିପ୍ସ କୁ ବ୍ୟବହାର କରିଲେ ତ୍ୱଚା ଜଣିତ ସମସ୍ୟା ସବୁଦିନ ପାଇଁ ଦୁରେଇ ଯିବ ଆଉ ମୁହଁରେ ନେଚୁରାଲି ଗ୍ଲୋ କରିବ |

ଆବଶ୍ୟକୀୟ ଉପକରଣ :-

ଭିଟାମିନ C ର ଟେବଲେଟ, ଭିଟାମିନ E କ୍ୟାପସୁଲ, ଆଲୋବେରା ଜେଲ,ଗୋଲାପ ଜଳ, ଗ୍ଲୀସେରିନ

ପ୍ରସ୍ତୁତି ପ୍ରଣାଳୀ :-

ଆମେ ମାନେ ପ୍ରଥମେ ଆଞ୍ଜୁଏବୁଲ ଭିଟାମିନ C ର ଟାବଲେଟ ନେବା, ତାପରେ ସେଥିରେ ଗୋଟିଏ ରୁ ଦୁଇ ଚାମଚ ଗଳିସେରିନ ମିଶାଇବା, ଆଉ ସେହି ଟାବଲେଟ କୁ ଭିଜିକି ମିଳେଇବା ପର୍ଯ୍ୟନ୍ତ ଛାଡ଼ିଦେବା | ତାହା ପରେ ସେଥିରେ ମିଶାଇବା ଭିଟାମିନ E ର କ୍ୟାପସୁଲ 2 ଟି, ତାହାପରେ ସେଥିରେ ଗୋଲାପ ଜଳ ମଧ୍ୟ ମିଶାଇବାଓ ଆଲୋବେରା ଜେଲ ମଧ୍ୟ ସେହିରେ ମିଶାଇବା ଓ ସବୁ ପ୍ରଡକ୍ଟ ମିଶିବା ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା | ଆଉ ସବୁକୁ ମିସାଇକି ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବା |

ବ୍ୟବହାର :-

ତେବେ ପ୍ରସ୍ତୁତ କରିଥିବା ପେଷ୍ଟ କୁ ବ୍ୟବହାର କରିବା ପାଇଁ ହେଲେ ପ୍ରଥମେ ମୁହଁକୁ ଭଲ ଭାବରେ ଧୋଇଦେବା ଓ ତାହା ପରେ ମୁହଁଟି ଶୁଖିଗଲେ ମୁହଁରେ ଏହି ପେଷ୍ଟ କୁ ଲଗେଇକି କିଛି ସମୟ ରଖିବା ଓ ଶେଷରେ ମୁହଁକୁ ସାଧାରଣ ପାଣି ରେ ଧୋଇଦେବା |

ତେବେ ଏହି ଭଳି ଭାବରେ କମ ଖର୍ଚ୍ଚ ରେ ଆମେ ତ୍ୱଚା ର ଯତ୍ନ ନେଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।