EXCLUSIVE :ବାବୁ ମୋ ଶଙ୍ଖା ସିନ୍ଦୁର ତମକୁ ଲାଗିଲା , ଏ ଦୁଃଖିନୀକୁ କେହି ଟିକେ ସାହାଯ୍ୟ କର… ଦେଖନ୍ତୁ Video

ଗରିବ ସୀମା ରେଖା ତଳେ ବାସ କରୁଛନ୍ତି ସ୍ୱାମୀ ସ୍ତ୍ରୀ ଓ କୁନି ପିଲା , ଦିନେ ଖାଇବା କୁ ମିଳିଲେ ଦିନେ ଭୋକ ଉପାସ ରେ ରହି ଚଳୁଥିଲା ପରିବାର। କିନ୍ତୁ ଏହି ନିର୍ଦ୍ୱୟ ଭଗବାନ ଏତିକି ସହି ପାରିଲେ ନାହିଁ ଯେ , ଘର ର ମୁଖ୍ୟ ଙ୍କୁ କଡ୍ନୀ ରୋଗରେ ପୀଡିତ କରିଦେଲେ। ଏବେ ସ୍ତ୍ରୀ ମୁଣ୍ଡ ରେ ପଡିଛି ବୋଝ , ନା ଅଛି ଟଙ୍କା ପଇସା ନା ଆହା ବୋଲି କହିବାକୁ କେହି ଲୋକେ। ନିଜ ଆଖି ଆଗରେ ସାରି ସାରି ଯାଉଛି ସ୍ୱାମୀ ର ଆୟୁଷ କିନ୍ତୁ କିଛି କରି ପାରୁ ନାହିଁ ସ୍ତ୍ରୀ। ଶେଷ ରେ ନିଜ ସିନ୍ଦୁର କୁ ବଞ୍ଚାଇବା ପାଇଁ ହାତ ପକେଇ ଭିକ୍ଷା ମାଗୁଛନ୍ତି ସ୍ତ୍ରୀ।

ତେବେ ବନ୍ଧୁଗଣ ଆମ ଓଡ଼ିଆ ରେ କଥା ରେ ଅଛି ବୋଝ ଉପରେ ନଳିତା ବିଡା , ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ର ବେଗୁନିଆ ଅଞ୍ଚଳ ଏହି ପରିବାର ଉପରେ ଦାରିଦ୍ର୍ୟ ର ଦୁଖଃ ଉପରେ ପୁଣି କିଡନୀ ରୋଗ ର ଚାପ ପଡିଛି। ତେବେ ଘଟଣା ଟି ହେଉଛି ଗଞ୍ଜାମ ଜିଲ୍ଲାର ବେଗୁନିଆ ଠାରେ ଯେଉଁ ଠାରେ ଗୋଟିଏ ଗରିବ ପରିବାର ହେଉଛି , ଭାସ୍କର ଙ୍କ ର ।ତେବେ ଭାସ୍କର ହେଉଛନ୍ତି ଜଣେ ଗରିବ ଦିନ ମଜୁରିଆ , ପରିବାର କହିଲେ ସ୍ତ୍ରୀ ଓ କୁନି ପୁଅ ଟିଏ।

ତେବେ ଭାସ୍କର ଯାହା ଦିନରେ ଖଟି ଅଣୁଥିଲେ ସେଥି ରେ ତାଙ୍କର ପରିବାର ଚଳୁଥିଲା , କିନ୍ତୁ ଅଧା ଦିନ ତାଙ୍କୁ ଭୋକ ଉପାସ ରେ ରହିବାକୁ ହେଉଥିଲା। ତେବେ ୪ ମାସ ତତେ ହଠାତ ତାଙ୍କର ଦେହ ଅସୁସ୍ଥ ହୋଇଗଲା ଆଉ ସ୍ତ୍ରୀ ତାଙ୍କୁ ହସ୍ପିଟାଲ କୁ ନେଇଗଲେ। ତେବେ ହସ୍ପିଟାଲ ରେ ଡାକ୍ତର ତାଙ୍କୁ ଯାହା କହିଲେ ତାହା ଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା କାରଣ ଭାସ୍କର ଙ୍କ ର ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଥିଲା।ତେବେ ଏହା ଜାଣିବା ପରେ ସ୍ବାମୀ ର ଜୀବନ ବଞ୍ଚାଇବା ପାଇଁ ଘରେ ଯାହା କିଛି ଥିଲା ସବୁ କିଛି ବିକ୍ରି କରି ସ୍ୱାମୀ ଙ୍କ ଔଷଧ କଥା ବୁଝୁଥିଲେ ସ୍ତ୍ରୀ।

ମାତ୍ର ବର୍ତ୍ତମାନ ତାଙ୍କ ପାଖରେ ସବୁକିଛି ଶେଷ ହୋଇ ଯାଇଛି ମାତ୍ର ମନ ରେ ରହିଛି ସ୍ୱାମୀ ଙ୍କୁ ବଞ୍ଚାଇବା ର ସ୍ୱପ୍ନ ।ତେଣୁ ସେ ସୋସିଆଲ ମିଡ଼ିଆ ସାହାଯ୍ୟ ରେ ସରକାର କୁ ଟିକିଏ ସାହାଯ୍ୟ ଭିକ୍ଷା କରିଛନ୍ତି। ସେ କହିଛନ୍ତି କି ମୋ ସିନ୍ଦୁର ତୁମ ମାନଙ୍କୁ ଲାଗିଲା , ମୋତେ ଟିକେ ସାହାଯ୍ୟ କରନ୍ତୁ ଆଜ୍ଞା ମୋ ସ୍ୱାମୀ ଙ୍କୁ ବଞ୍ଚାଇ ଦିଅନ୍ତୁ ବୋଲି। ତେବେ ସେ ସରକାର ଓ ରାଜ୍ୟ ବାସୀ ଙ୍କୁ ନିଜ ସ୍ୱାମୀ ଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି। ତେବେ ଆଶା କରୁଛୁ କି ତାଙ୍କୁ ସାହାଯ୍ୟ ମିଳୁ ଏବଂ ସେ ଭଲ ହୋଇ ଯାଆନ୍ତୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment