Odisha News Portal

ଏଣିକି ସ୍ତ୍ରୀ ଲୋକ ଆଉ କରିବେନି ଘର କାମ, ହାଇକୋର୍ଟ ଦେଲା ଏହି ନିସ୍ପତି

କେଉଁ ଆଦିମ କାଳରୁ ପୁରୁଷଙ୍କୁ ସର୍ବ ଶକ୍ତିମାନ ହିସାବରେ ଧରାଯାଏ। ଏବଂ ଆଜି ବି ମଧ୍ୟ ପୁରୁଷ ପ୍ରାଧାନ୍ୟ ସମାଜ ରହିଛି। ନାରୀଙ୍କୁ ସବୁବେଳେ ଅବଳା ଦୁର୍ବଳା ହିସାବରେ ଗଣାଯାଏ। ଅନେକ କହନ୍ତି, ଯେ ନାରୀମାନଙ୍କ ଜନ୍ମ କେବଳ ଘର କାମ କରିବା ପାଇ ଏବଂ ବିଶିଷ୍ଟ ଶିକ୍ଷାବିତ ଋଷଙ୍କ ମତରେ , ନାରୀ କେବଳ ପୁରୁଷଙ୍କ ମନ ରଞ୍ଜନ କରିଥାଏ, ଏଭଳି ଚିନ୍ତା ଧାରା ଆଜି ବି ଲୋକମାନଙ୍କ ମଧ୍ୟରେ ରହି ଆସିଛି।

ଆପଣ ମାନେ ସମସ୍ତେ ଜାଣନ୍ତି ଯେ, ପୁରୁଷ ପ୍ରାଧାନ୍ୟ ସମାଜରେ , ସେମାନେ ରୋଜଗାର କରିବା ପାଇଁ ବାହାରକୁ ଯାଆନ୍ତି। ଏବଂ ମହିଳା ମାନେ ଘରେ ରହି ସମସ୍ତଙ୍କ କଥା ବୁଝିବା ସହିତ ଘରର ସମସ୍ତ କାର୍ଯ୍ୟ କରିଥାନ୍ତି। ଏହି ସବୁ ଯଥା; ବାସନ ମାଜିବା, ଲୁଗା ସଫା କରିବା, ପୋଷାକ ଆଇରନ କରିବା ଏହା ବ୍ୟତୀତ ପିଲା ଛୁଆ ଙ୍କ ଦାୟିତ୍ୱ ନେବା ଆଦି କାର୍ଯ୍ୟ ମହିଳା ମାନଙ୍କୁ କରିବାକୁ ପଡିଥାଏ।

ଶିକ୍ଷାର ପ୍ରସାର ହେବା ଫଳରେ ଆଜିର ଅନେକ ନାରୀ ନିଜେ ପାଠ ପଢି ଚାକିରୀ କରି ରୋଜଗାର କରିଥାନ୍ତି, ଏବଂ କାହାରି ଉପରେ ନିର୍ଭର କରି ନଥାନ୍ତି। ସେମାନେ ପୁରୁଷ ମାନଙ୍କ ଠାରୁ ମଧ୍ୟ ସମସ୍ତ କ୍ଷେତ୍ରରେ ଆଗରେ ରହୁଛନ୍ତି । ନାରୀ ମାନଙ୍କୁ ଆଉ ଘରର ଚାରି କାନ୍ଥ ଭିତରେ ରହିବାକୁ ପଡ଼ୁନାହିଁ ଏବଂ ଚୁଲି ପାଖରେ ନିଜର ସମୟ କଟାଇବାକୁ ପଡୁନାହିଁ। ସେମାନେ ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରୁଛନ୍ତି।

ଅନେକ ଅନୁନ୍ନତ ପଛୁଆ ଗ୍ରାମାଞ୍ଚଳରେ ରହିଛି , ଯେଉଁ ଠାରେ ନାରୀର କୌଣସି ଅସ୍ତିସ୍କ ନଥାଏ। ସେମାନେ ଘରର ସମସ୍ତ କାର୍ଯ୍ୟ କରିଥାନ୍ତି, ବାହାର ଦୁନିଆ କଣ ସେମାନେ ଜାଣିଥାନ୍ତି। ଏଭଳି କ୍ଷେତ୍ରରେ ସେମାନେ ନିଜର ସ୍ୱାମୀଙ୍କ ଠାରୁ ନିର୍ଯାତନା ପାଇଥାନ୍ତି। ସେମାନେ କେବଳ ଚାରିକାନ୍ଥ ମଧ୍ୟରେ ସେମାନଙ୍କ ଦିନ କଟିଥାଏ , ଏବଂ ଚୂଲି ପାଖରେ ସେମାନଙ୍କ ଦିନ ଅତିବାହିତ ହୋଇଥାଏ।

ଯାହା ବର୍ତ୍ତମାନର ଖବର ଅନୁସାରେ ବମ୍ବେ ସୁପ୍ରିମକୋର୍ଟ
ଜଣେ ଅଭିଯୁକ୍ତ ନିଜ ସ୍ତ୍ରୀକୁ ମାରି ଦେଇଥିବାର ଅଭିଯୋଗ ସମ୍ନାକୁ ଆସିଛି, ତେବେ କୋର୍ଟ ସମ୍ମୁଖରେ ନିଜ ସ୍ତ୍ରୀକୁ ମରିଥିବାର କାରଣ ସେ ଯାହା କହିଥିଲା କୋର୍ଟ ସମୂଖର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କାରଣ ଜାଣିବା ପରେ କୋର୍ଟ ଏକ ନିଷ୍ପତ୍ତି ନେଇଛି, ତେବେ ଆସନ୍ତୁ ଜାଣିବା ନିଜ ସ୍ତ୍ରୀ କୁ କଣ ପାଇଁ ମାରିଥିଲା, ସକାଳୁ ଯେତେବେଳେ ନିଜ ସ୍ତ୍ରୀକୁ ଚା କରିବା ପାଇଁ କହିଥିଲେ, ସ୍ତ୍ରୀ ଅସୁସ୍ଥ ଥିବାରୁ ନିଜେ ଚା କରି ପିଇବା ପାଇଁ କହିଥିଲେ।

ଏତିକିରେ ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ହାମର ରେ ପଟିପିଟି ହତ୍ୟା କରିଥିଲେ। ଏହି ଭଳି ଘଟଣା କୋର୍ଟ ଶୁଣିବା ପରେ ସେ , ରାୟ ଦିଆଯାଇଥିଲା ଯେ ନାରୀ ଏବଂ ପୁରୁଷ ସମାଜର ସମାନ ଅଧିକାର ରହିଛି, ନାରୀର ଜନ୍ମ ଘରକାମ ପାଇଁ ନୁହଁ, ସେ ବାହାରେ ମଧ୍ୟ ପୁରୁଷଙ୍କ ପରି ରୋଜଗାର କରିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।