Odisha News Portal

ଏଣିକି ନୂଆ ନିୟମ ! ବାହାଘର ଭୋଜି ଖାଇବାକୁ ହେଲେ ଆଧାର କାର୍ଡର ଆବଶ୍ୟକ ହୋଇପାରେ ! ଆସନ୍ତୁ ଜାଣିବା

ଆପଣ ମାନେ ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ପାଇଥାଉ। ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ କ୍ଷଣିକ ମଧ୍ୟରେ ଦେଶ ଦୁନିଆ ବିଷୟରେ ଜାଣି ପାରୁ, ଯଦି କୌଣସି ସ୍ଥାନରେ କିଛି ଘଟଣା ଘଟୁଛି ତାହାଲେ ଆମେ ଗୋଟିଏ ସ୍ଥାନରେ ବସି ସେହି ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ବେଳେ ବେଳେ ଏପରି କିଛି ଖବର ଶୁଣିବାକୁ ମିଳେ ଯାହା ଆମେ ବିଶ୍ୱାସ କରିପାରୁନା, କିନ୍ତୁ ବିଶ୍ୱାସ ନ ହେଲେ ମଧ୍ୟ ଘଟଣା ଗୁଡିକ ସତ୍ୟ ହୋଇଥାଏ। ତେବେ ଆଜି ଆମେ ଏପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ମାନେ ମଧ୍ୟ ଚକିତ କରିବ। ଆସନ୍ତୁ ଜାଣିବା କଣ ଏହି ଘଟଣା।

ତେବେ ଖବରଟି ଏପରି, ଯଦି ଆପଣ ବାହାଘର ଭୋଜି ଖାଇବାକୁ ଯାଉଛନ୍ତି, ତାହାଲେ ଆପଣଙ୍କୁ ଆଧାର କାର୍ଡର ଆବଶ୍ୟକ ହୋଇପାରେ ! ଯଦି ବିନା ଆଧାର କାର୍ଡରେ ବାହାଘର ଭୋଜି ଖାଇବାକୁ ଯାଉଛନ୍ତି, ତେବେ ଆପଣ ଭୋଜି ଖାଇବାରୁ ବଞ୍ଚିତ ହୋଇପାରନ୍ତି। ଏହି ପରି କିଛି ଫୁଡ଼ ମେନୁ ପାଇଁ ବର୍ତ୍ତମାନ ସମୟରେ ନବ ବିବାହିତ ଦମ୍ପତି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଅର୍ଥାତ ଫୁଡ଼ ମେନୁଟି ଆଧାର କାର୍ଡ ପରି ତିଆରି କରାଯାଇଥିଲା। ଅବିକଳ ଆଧାର କାର୍ଡ ପରି ଦେଖା ଯାଇଥିଲା, ସତେ ଯେପରି ଆଧାର କାର୍ଡ ବିନା ବାହାଘର ଭୋଜି ଖାଇବା ମନା। ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା।

ବର୍ତମାନ ସମୟରେ ସମାଜରେ ଅନେକ କିଛି ପରିବର୍ତ୍ତନ ହେଲାଣି। ସେହିପରି ଭାବରେ ବିବାହର ଆୟଜନ ରେ ମଧ୍ୟ ପରିବର୍ତ୍ତନ ଦେଖା ଦେଲାଣି। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଥରେ ବିବାହ କରିଥାନ୍ତି, ସମସ୍ତେ ଚାହାନ୍ତି ଅନ୍ୟ ଲୋକଙ୍କ ବିବାହ ଠାରୁ ଟିକିଏ ନିଆରା କରିବା ପାଇଁ।

ସେଥିପାଇଁ ଆପଣ ମାନେ ଦେଖିଥିବେ ଅନେକ ଲୋକ ଚର୍ଚ୍ଚାରେ ରହିଥାନ୍ତି। ଯେପରି ଜଣେ ଲୋକ କୁକୁରକୁ ଭୋଜି ଖାଇବାକୁ ଦେଇ ଚର୍ଚ୍ଚା କୁ ଆସିଥିବା ବେଳେ ଅନ୍ୟ କେହି ବିବାହ ନିମନ୍ତ୍ରଣ ପତ୍ର କୁ ନେଇ ଚର୍ଚ୍ଚାର ପରିସର ଭୁକ୍ତ ହୋଇଥାନ୍ତି। ଠିକ ସେହିପରି ପଶ୍ଚିମବଙ୍ଗର ନବ ଦମ୍ପତି ନିଜର ବାହାଘର କାର୍ଡ ମେନୁ କୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି ସୋସିଆଲ ମିଡିଆରେ।

ଗୋଗୁଲ ସାହା ଏବଂ ସୁବର୍ଣା ଦାସ ଫେବ୍ରୁଆରୀ ୨୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ସେମାନେ ବାହାଘର ମେନୁକାର୍ଡ ଏପରି କରିଥିଲେ ଠିକ ଆଧାର କାର୍ଡ ପରି ଦେଖା ଯାଉଥିଲା।

ବାହାଘର ଭୋଜି ଖାଇବାକୁ ଆସିଥିବା ଅତିଥି ଏହି ମେନୁକାର୍ଡ କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଧିକାଂଶ ଅତିଥି ଭାବିଥିଲେ ବାହାଘର ଭୋଜି ଖାଇବାକୁ ହେଲେ ଆଧାର କାର୍ଡ ର ଆବଶ୍ୟକ ହୋଇପାରେ ଏବଂ ସେମାନେ ମଧ୍ୟ ଏହି ବାବଦରେ ପଚାରି ବୁଝିଥିଲେ। ତେବେ ଏହି ଦୁଇଜଣ ଗୋଗୁଲ ସାହା ଏବଂ ସୁବର୍ଣା ଦାସ ନିଜର ବାହାଘର ମେନୁକାଡ଼ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।