Odisha News Portal

ଏଣିକି ମନ୍ତ୍ର ପଢିଲେ ଏବଂ ହାତ ଗଣ୍ଠି ପକାଇଲେ ପଡିବ ହାତ କଡ଼ି,ବାଦ ପଡିବେନି ପଣ୍ଡିତ,ଟେଣ୍ଟ ହାଉସ ମାଲିକ,ଗାଡି ମାଲିକ। ବାଲ୍ୟ ବିବାହ ପାଇଁ ନୂଆ କଟକଣା

ବର୍ତ୍ତମାନ ସତର୍କ କରା ଯାଉଛି ସମସ୍ତ ପୁରୋହିତ, ମଣ୍ଡପ ମାଲିକ ଏବଂ ବ୍ୟାଣ୍ଡ ବାଜା ମାଲିକ ମାନଙ୍କୁ। ବେଆଇନ୍ ବାଲ୍ୟବିବାହରେ ହାତ ଗଣ୍ଠି ପକେଇବା କିମ୍ବା ମନ୍ତ୍ରପାଠ କଲେ ବନ୍ଧା ହୋଇପାରନ୍ତି ପୁରୋହିତ। ସମାନ ନିୟମ ମଣ୍ଡପର ମାଲିକ ଏବଂ ବ୍ୟାଣ୍ଡ ବାଜା ମାଲିକଙ୍କ ଉପରେ ବି ଲାଗୁ ରହିବ।ତେବେ ଆସନ୍ତୁ ସମ୍ପୂର୍ଣ ଖବର ଜାଣିବ।

ଆଇନ ଅନୁଯାୟୀ ୧୮ ବର୍ଷରୁ କମ ଝିଅ କିମ୍ବା ୨୧ ବର୍ଷ ରୁ କମ ପୁଅ ଉପରେ ସଂସାରର ବୋଝ ତାଙ୍କୁ ଦେଲେ ଦଣ୍ଡିତ କର ଯିବ ଏହା ୨୦୦୬ମସିହାରୁ ଏମିତି ଆଇନ ରହିଛି। ତେବେ ଏହି ଆଇନ କୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ ସୋମବାର ଦିନ ସବୁ ପଂଚାୟତ କୁ ଚିଠି କରିଛନ୍ତି ଏବଂ ଦର୍ଶାଇଛନ୍ତି, ନାବାଳିକା ବାହାଘର ପାଇଁ ତାଙ୍କ ବାପା, ମା ଯେତିକି ମାତ୍ରାରେ ଦାୟୀ, ନାବାଳିକାଙ୍କ ହାତଗଣ୍ଠି ପକାଇଥିବା ପୁରୋହିତ ମଧ୍ୟ ଅନୁରୂପ ପରିମାଣରେ ଦୋଷୀ ହୋଇପାରିବେ। ତେଣୁ ବାହାଘର କରିବା ପୂର୍ବରୁ ପୁରୋହିତମାନେ ବର-କନ୍ୟାଙ୍କ ବୟସ କୁ ଭଲ ଭାବରେ ଦେଖନ୍ତୁ।

କେବଳ ପୁରୋହିତମାନଙ୍କୁ ନୁହେଁ, ବାହାଘର ପାଇଁ କଲ୍ୟାଣ ମଣ୍ଡପ ଅନୁମତି ଦେଉଥିବା ମାଲିକମାନଙ୍କୁ ମଧ୍ୟ ଜିଲ୍ଲାପାଳ ସତର୍କ କରାଇଛନ୍ତି। ଏହାରି ମଧ୍ୟରେ ବାହାଘରରେ ସାମିଲ୍ ଗାଡ଼ିର ମାଲିକ, ବ୍ୟାଣ୍ଡ୍ ପାର୍ଟିକୁ ବି ସତର୍କତା ର ବାଣୀ ଜଣାଇଛନ୍ତି, ଏପଟେ ଦେଖିଲେ ଅନୁଗୁଳ ଜିଲ୍ଲା କେମିତି ବାଲ୍ୟ ବିବାହ ମୁକ୍ତ ହେବ ତାହାର ଉତ୍ତର ଦାୟିତ୍ବ ମୁଣ୍ଡାଇଛନ୍ତି।

ଏହି ପରି ବିବାହ ଚାରିଆଡ଼ବ୍ ଦେଖା ଦେଇଛି।ବାଲ୍ୟ ବିବାହ ବିରୋଧ ଆଇନ୍-୨୦୦୬ କହୁଛି, ଝିଅକୁ ୧୮ବର୍ଷ ବୟସ ନ ହେଲେ ତାଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବ ନାହିଁ। ପୁଅକୁ ୨୧ବର୍ଷ ବୟସରୁ କମ୍ ହେଲେ ସେ ମଧ୍ୟ ବିବାହ ପାଇଁ ଉପଯୁକ୍ତ ନୁହେ। ୧୫ବର୍ଷ ତଳୁ ସରକାର ଏ ପ୍ରକାର ଆଇନକୁ ଯଦିଓ ଲାଗୁ କରିଛନ୍ତି, ତଥାପି ଗାଁ ଗଣ୍ଡାରେ ତା’ର ଅନୁପାଳନ ହେଉନାହିଁ।

ଗତ ଲକଡ଼ାଉନ ସମୟରେ ଅନୁଗୁଳ ଜିଲାରେ ଚାଲୁଥିଲା ସିରିଜ ନାବାଳିକା ବିବାହ ର ଆୟୋଜନ ହୋଇଥିଲା ଏହା ଥିଲା ବାଲ୍ୟବିବାହର ସଚେତନର ଅଭାବ।ଗତ ଦୁଇ ମାସ ମଧ୍ୟରେ ୧୩ଟି ବାଲ୍ୟ ବିବାହ କଥା ପ୍ରଶାସନ ସାମ୍ନାକୁ ଆସିଥିଲା ଯାହା କୁ ନେଇ ବହିତ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁଅଙ୍ଗନବାଡ଼ି କର୍ମୀ, ପୁଲିସର ସମନ୍ବୟରେ ସଚେତନ ର ବାର୍ତା ଜଣା ଯାଉଛି। ତଥାପି ଲୁଚାଛପାରେ ଅନେକ ନାବାଳିକଙ୍କର ହାତଗଣ୍ଠି ପଡ଼ିଛି।

ଏଥିପାଇଁ ଜିଲ୍ଲାପାଳ ଚିଠି ଲେଖି, ଟେଣ୍ଟ୍ ହାଉସ୍ ମାଲିକ, ଗାଡ଼ି ଓ କ୍ୟାଟେରିଂ ମାଲିକଙ୍କ ଉଦ୍ଦେଶ୍ୟରେ ଏ ସତର୍କପୂର୍ଣ୍ଣ ଚିଠି ଲେଖି ସରପଞ୍ଚଙ୍କ ନିକଟକୁ ପଠାଇଛନ୍ତି । ନିଜ ଅଞ୍ଚଳର ଏହି ସବୁ ମାଲିକମାନଙ୍କୁ ବାଲ୍ୟବିବାହ ଆଇନ୍ ସମ୍ପର୍କରେ ସଚେତନ କରାଇବା ପାଇଁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହାକୁ ନେଇ ଅନେକ ବୁଦ୍ଧିଜୀବୀ ମଧ୍ୟ ପ୍ରଶଂସ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।