ଏମିତି କେଉଁ କାମ ଅଛି ପୁଅ କଲେ ଖରାପ ଜ୍ୱାଇ କଲେ ବହୁତ ଭଲ ? ଏହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି , ସାହାସ ଅଛି ତ ଉତ୍ତର ଦିଅ
ଓଡିଆ ସଂସ୍କୃତିରେ ଅନେକ ପ୍ରକାର ଢଗଢମାଳୀ ରହିଥାଏ , ଯାହା ଆମକୁ ଖୁସୀ ପ୍ରଦାନ କରିଥାଏ । କିନ୍ତୁ ଅଧିକାଂଶ ଲୋକମାନେ ଅତି ସହଜ ଢଗଢମାଳୀର ଉତ୍ତର ଦେଇ ପାରନ୍ତି ନାହିଁ ଏବଂ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି । ତେବେ ଆଜି ଆମେ ଜାଣିବା ଆଉ କେତେକ ଢଗ ଢମାଳୀ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।
1 ସେ କେଉଁ ମଣିଷ ହୋଇଥାଏ ଯାହାର କିଛି ଟିକେଟ ଲାଗି ନଥାଏ ?
ଉତ୍ତର – ନବଜାତ ଶିଶୁ ।
2 ସେ କଣ ହୋଇଥାଏ ଯାହାକୁ କୋର୍ଟ କଚେରୀ ବା ଥାନା ସବୁ ଜାଗାରେ ଲୋକ ଖାଇବାକୁ କହିଥାନ୍ତି ?
ଉତ୍ତର – କସମ ।
3 ଗଛରେ ଲଗାଇବା ବାଲା ସବୁଠୁ ବଡ ଫଳ କଣ ଅଟେ ?
ଉତ୍ତର – କଟହଳ ।
4 ଏମିତି କେଉଁ ଗଛ ଅଛି ଆମେ ସେଥିରେ କେବେ ଚଢି ପାରୁ ନାହିଁ ?
ଉତ୍ତର – କଦଳୀ ଗଛ ।
5 ଏମିତି କେଉଁ କାମ ଅଛି ପୁଅ କଲେ ଖରାପ ଜ୍ୱାଇଁ କଲେ ବହୁତ ଭଲ ?
ଉତ୍ତର – ପତ୍ନୀର ସେବା ।
6 ସରଗରୁ ଆସିଲା ଟୋକାଟିଏ ତା ମୁଣ୍ଡରେ ଟୋପି ଟିଏ ?
ଉତ୍ତର – ତାଳ ।
7 ଚାରଟି ଅକ୍ଷରେ ନାମ ମୋହର ଚାରଟି ଅକ୍ଷରେ ହର୍ଷେଇକାର କହିଲ ଦେଖି ନାମ କଣ ?
ଉତ୍ତର – ଝିଟିପିଟି ।
8 ଗୋଟିଏ ଘର ବାର ଦୁଆର ତିନି ଲୋକ ଚଳ ପ୍ରଚଳ ?
ଉତ୍ତର – ଘଣ୍ଟା ।
9 ଗରମ ପାଇଲେ ଆକାଶେ ଉଡେ ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର – ବାଷ୍ପ ।
10 କେଉଁ ଜିନିଷ ପ୍ରଥମ ଦୁଇଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ?
ଉତ୍ତର – ଦାନ୍ତ ।
12 କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଢ ଶୋରିଷଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?
ଉତ୍ତର – ଉକୁଣୀ ।
13 ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା ?
ଉତ୍ତର – ଛୁଞ୍ଚି ।
14 ଠକ ଠକ ଠକସା ତିନି ମୁଣ୍ଡ ଦଶ ଗୋଡ ଦେଖିଛକି ମଉସା ?
ଉତ୍ତର – ହଳ ଓ ହଳିଆ ।
15 ନହ ନହକା ପତର ବଙ୍କା ତା ଫଳ ବିକାଏ ମୁଠାଏ ଟଙ୍କା ?
ଉତ୍ତର – ଧାନ ।
16 ଗୋଟିଏ ଗୁମ୍ଫାରେ ବତିଶ ଚୋର ଦିନରେ କରନ୍ତି କାମ ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?
ଉତ୍ତର – ଦାନ୍ତ ।
17 ଆସିଲା ବଣ ଚଢେଇ ବସିଲା ଡେଣା ମେଲେଇ ଧଇଲା ମାଛ , ଖାଇଲା ନାହିଁ ?
ଉତ୍ତର – ଜାଲ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।