Odisha News Portal

ଏମିତି ଝିଅ ଭାଗ୍ୟ ରେ ଥିଲେ ମିଳେ ! କମାଣ୍ଡାଣ୍ଟ ଝିଅ କୁ ବାପା କଲେ ସେଲ୍ୟୁଟ

ଝିଅକୁ ବାପାଙ୍କ ସେଲ୍ୟୁଟ , କମାଣ୍ଡର ଝିଅକୁ ଇନସପେକ୍ଟର ବାପାଙ୍କ ସେଲ୍ୟୁଟ । ଏମିତି ଏକ ଭାବ ବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମସୁରୀ ରେ , ଇଣ୍ଡୋ ତିବୋତିଅ ସୀମା ପୋଲିସ ଆଇଟିବିପିର ପାସିଂ ଆଉଟ ପେରେଡ ରେ ଏଭଳି ହୃଦୟ ସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ଝିଅର ସଫଳତା ବାପାଙ୍କ ପାଇଁ ସବୁଠାରୁ ଖୁସୀର ମୁହୂର୍ତ୍ତ , ଆଇଟିବିପି ରେ ଇନସପେକ୍ଟର ଥିବା କମଳେଶ କୁମାରଙ୍କ ବିଭାଗରେ ଆସିଷ୍ଟାଣ୍ଡ କମାଣ୍ଡର ଭାବେ ତାଙ୍କ ଝିଅ ଦୀକ୍ଷା ନିଯିକ୍ତି ହେବା ପରେ ଏହା ପ୍ରମାଣିତ ହୋଇଛି । ସୋସିଆଲ ମିଡିଆ ରେ ଏହି ଦୃଶ୍ୟ ଭାଇରାଲ ହେବା ସହ , ଏହି ମୁହୂର୍ତ୍ତ ଜଣେ ବାପାଙ୍କ ପାଇଁ ସବୁଠାରୁ ଗର୍ବ କରିବାର ସମୟ ବୋଲି କୁହାଯାଉଛି ।

ମସୁରୀ ଆଇଟିବିପି ଟ୍ରେନିଙ୍ଗ ଏକାଡେମିରୁ 53 ଜଣ କମାଣ୍ଡର ପାସ ହୋଇ ବାହାରିବା ପରେ ଦୁଇ ଜଣ ମହିଳାଙ୍କୁ ପ୍ରଥମ ଥର ପାଇଁ ନିଯୁକ୍ତି ମିଳୁଛି । ଆସିଷ୍ଟାଣ୍ଡ କମାଣ୍ଡର ଦୀକ୍ଷା ନିଜ ସଫଳତାର ଶ୍ରେୟ ବାପା କମଳେଶ କୁମାରଙ୍କୁ ଦେଇଛନ୍ତି । ଆଇଟିବିପି ରେ ଯୋଗଦେବା ପାଇଁ ବାପା ସର୍ବଦା ପ୍ରସାହନ ଦେଇ ଆସିଥିବା ସେ କହିଛନ୍ତି । ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସମସ୍ତ ପ୍ରକାର ସହଯୋଗ କରିଥିବା କହିଛନ୍ତି ଦୀକ୍ଷା । ଆଇଟିବିପି ମହିଳାଙ୍କ ପାଇଁ ଶ୍ରେଷ୍ଠ ବିଭାଗ , ଯେଉଁମାନେ ଜୀବନରେ ଚ୍ୟାଲେଞ୍ଜକୁ ପସନ୍ଦ କରନ୍ତି ସେମାନେ ଏଥିରେ ଯୋଗଦାନ କରିବା ଅବଶ୍ୟକ ବୋଲି ସେ କହିଛନ୍ତି ।

ଝିଅ ମାନେ ବି କେଉଁ କ୍ଷେତ୍ରରେ କମ ନୁହନ୍ତି ବୋଲି ଦୀକ୍ଷା ମତ ରଖିଛନ୍ତି । ମହିଳା ସମାଜର ପ୍ରତି କ୍ଷେତ୍ରରେ ପୁରୁଷଙ୍କ କାନ୍ଧରେ ସହ କାନ୍ଧ ମିଳାଇ ଆଗଉଛନ୍ତି । ଦୁର୍ଗମ ଅଞ୍ଚଳରେ ମୂତୟନ ହେଉଥିବା ଆଇଟିବିପିରେ ପ୍ରଥମ ଥର ପାଇଁ ଦୁଇ ମହିଳାଙ୍କୁ ମିଳୁଛି ନିଯୁକ୍ତି । ଦୀକ୍ଷା ସହିତ ପ୍ରକୃତି ବି ଆସିଷ୍ଟାଣ୍ଡ କମାଣ୍ଡର ଭାବେ ନିଯୁକ୍ତି ପାଇଛନ୍ତି । କୁହିବାକୁ ଗଲେ ଏପରି ଏକ ସଫଳତା ମହିଳା ସମାଜ ପାଇଁ ଏକ ପ୍ରସାହନର ମାର୍ଗ ଅଟେ । ମହିଳାମାନେ ନିଜକୁ ଦୁର୍ବଳ ନଭାବି ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢିବା ଉଚିତ ଏବଂ ସମାଜକୁ ଏକ ନୂତନ ବାତାବରଣ ଦେବା ଉଚିତ ।

ଯାହାଫଳରେ ଯେଉଁ ବ୍ୟକ୍ତି ମାନେ ମହିଳାଙ୍କୁ ଦୁର୍ବଳ , ନିରୀହ ଭାବିଥାନ୍ତି , ସେମାନେ ମଧ୍ୟ ନିଶ୍ଚିତ ରୂପେ ଜାଣି ପାରିବେ ଜଣେ ମହିଳା ଚାହିଁଲେ କଣ କରିପାରେ । ଦୀକ୍ଷାଙ୍କ ଏପରି ଏକ ସଫଳତାରେ ବାପା ବହୁତ ଗର୍ବିତ ଅନୁଭବ କରିଛନ୍ତି , ପରିବାର ସମସ୍ତ ସଦସ୍ୟ ମାନେ ଏ ନେଇ ବହୁତ ଖୁସୀ ମନାଉଛନ୍ତି । ପ୍ରଥମ ଥର ପାଇଁ ଦୁଇ ମହିଳାଙ୍କୁ ଆଇଟିବିପି ରେ ନିଯୁକ୍ତି ମିଳୁଛି , ଦୀକ୍ଷା ଏସବୁର କ୍ରେଡିଟ୍ ବାପା ଙ୍କୁ ଦେଇଛନ୍ତି । କାରଣ ବାପା ତାଙ୍କୁ ସର୍ବଦା ଏମିତି ଏକ ଚ୍ୟାଲେଞ୍ଜିଙ୍ଗ ପୋଷ୍ଟରେ ଅଂଶଗ୍ରହଣ କରିବା ପାଇଁ ପ୍ରସାହନ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।