Odisha News Portal

Bollywood ଅଭିନେତ୍ରୀ Jacqueline-Nora ଙ୍କ ପ୍ରାଇଭେଟ ଫୋଟୋ ଏବଂ ଭିଡ଼ିଓ ଭାଇରାଲ …

ବନ୍ଧୁଗଣ ବହୁ କୋଟି ଟଙ୍କାର ଠକେଇର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି। ଠକେଇ ନେଇ ଅଭିଯୁକ୍ତ ଚନ୍ଦ୍ରଶେଖର ଙ୍କୁ ଏବେ ଗିରଫ କରା ଯାଇଛି। କିନ୍ତୁ ଏହାର କାରନାମା ଯାହା ରହିଛି ଏବଂ ଠକ ସାମ୍ରାଜ୍ୟ ଯେମିତି ସେ ବୃଦ୍ଧି କରିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବଡ ବଡ ରଥି ମହାରଥୀ ବି ସୁକେଶ ଆଗରେ ହାର୍ ମାନିବେ। କାରଣ ସେ ଯେମିତି ନିଜର ବିଳାସ ପୂର୍ଣ୍ଣ ଜୀବନ ଯାପନ କରୁଥିଲେ, ଯେମିତି ଉପହାର ସବୁ ଅଭିନେତ୍ରୀ ମାନଙ୍କୁ ଦେଉଥିଲେ ତାହାକୁ ଜାଣିଲେ ବଡ ବଡ ଧନୀ ବ୍ୟବସାୟୀ ବି ଆଶ୍ଚର୍ଯ୍ୟ ହୋଇଯିବେ।

କାରଣ ଏମିତି ଆଲିସାନ ଘର, ଅତ୍ୟାଧୁନିକ ଜିନିଷପତ୍ର ଏବଂ ସେ ଦେଉଥିବା ଉପହାର ସାମଗ୍ରୀ ସବୁ କୋଟି କୋଟି ଟଙ୍କାର ରହିଥିଲା। ଯେତେବେଳେ ତାଙ୍କର ଏହି ଠକ ସାମ୍ରାଜ୍ୟ ବିଷୟରେ ଜଣା ପଡିଲା ସେତେବେଳେ ତାଙ୍କୁ ଗିରଫ ପରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ତାଂକର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଆଉ ପରେ ତାଙ୍କୁ ଇଡି ପଚରାଉଚରା କରିଛି। ଏହି ମାମଲାରେ ଅନ୍ୟତମ ସାକ୍ଷ୍ୟ ଭାବେ ବଲିଉଡ୍ ଅଭିନେତ୍ରୀ ତଥା ଡାନ୍ସର ନେରାଙ୍କୁ ମଧ୍ଯ ଇଡି ପଚରାଉଚୁରା କରିଛି ବୋଲି ଜଣା ପଡ଼ିଛି।
ଜାକ୍‌ଲିନ ଫର୍ଣ୍ଣାଣ୍ଡିଜ ଠକେଇର ଶିକାର ହେବା ପରେ ପ୍ରମାଣ ଭାବେ ତାଙ୍କୁ ପଚରାଉଚରା କରିଥିଲା ଇଡି।

ତାଙ୍କୁ ଜେରା କରିବାକୁ ସମନ ଜାରି କରିବା ପରେ ସେ ଶୁକେଶ ସହ ତାଂକର ସଂପୂର୍ଣ୍ଣ କାହାଣୀ କୁ କହିଥିଲେ। କିପରି ଭାବରେ ସୁକେଶ ତାଙ୍କ ପଛରେ ପଡ଼ିଥିଲା ଏବଂ ପରେ ଦାମୀ ଉପହାର ଦେଇ ତାଙ୍କ ନିକଟତର ହୋଇଥିଲା ତାହା ସେ କହିଛନ୍ତି।ତେବେ ଏକା ଜାଙ୍କଳିନ ନୁହଁନ୍ତି ବରଂ ସୁକେଶ ଚନ୍ଦ୍ରଶେଖରଙ୍କ ଜାଲରେ ପଡିଛନ୍ତି ଅନେକ ବଲିଉଡ ସୁନ୍ଦରୀ। ଜାଙ୍କଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସହ ସୁକେଶ ଚନ୍ଦ୍ରଶେଖରଙ୍କ ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କୁ ଇଡି ପଚରାଉଚରା କରି ସବୁ କଥାକୁ ଜାଣି ପାରିଥିଲା।ତେବେ କେବଳ ଜ୍ୟାକଲିନ ନୁହେଁ, ନୋରା ଫତେହୀଙ୍କ ପରି ବହୁ ବଲିଉଡ ଅଭିନେତ୍ରୀଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ ଦେଇଥିଲା ଚନ୍ଦ୍ରଶେଖର।

ତେବେ ଜ୍ୟାକଲିନ ଓ ବଲିଉଡ ଷ୍ଟାରଙ୍କ ସହ ଫଟୋ ଜରିଆରେ ସେ ନିଜକୁ ପ୍ରଭାବଶାଳୀ ବୋଲି ଦର୍ଶାଉଥିଲା। ବହୁ ଦାମୀ ଦାମୀ ଗିଫ୍ଟ ଦେଇ ସେଲିବ୍ରିଟୀଙ୍କୁ ନିଜ ଜାଲରେ ଫସାଉଥିଲା ଚନ୍ଦ୍ରଶେଖର। ପରେ ସେମାନଙ୍କ ସହ ଫଟୋ ଦେଖାଇ ଲୋକମାନଙ୍କୁ ବି ଠକୁଥିଲା ସୁକେଶ। ତେବେ ଆପଣଙ୍କୁ କହି ରଖୁଛୁ ଯେ ସୁକେଶ ଚନ୍ଦ୍ରଶେଖରଙ୍କୁ ପୋଲିସ ୨୦୨୧ ରେ ଗିରଫ କରିଥିଲା। ଯେଉଁଠି ସୁକେଶ ଜେଲ ଭିତରେ ରହି ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରି ଭଳି ରାକେଟ୍ ଚଳାଉଥିଲେ। କେବଳ ସୁକେଶ ନୁହେଁ ତାଙ୍କ ପତ୍ନୀ ମଧ୍ୟ ଏହି ମାମଲାରେ ଜେଲରେ ରହିଛନ୍ତି। ଏବେ ତାଙ୍କର କଳା ସାମ୍ରାଜ୍ୟର ପେଡ଼ି ଖୋଲିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।