ଏମିତି ବାପା କାହାକୁ ନ ମିଳୁ, ୩ବର୍ଷ ଛୁଆର ଅଭିଶାପ… ଦେଖନ୍ତୁ Video

ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଏକ ହସ୍ପିଟାଲରେ ଯାହା ବିଷୟରେ ଆପଣ ମାନେ ବି ଜାଣିଲେ ଭାବିବେ ସତରେ ସେ ବାପା ଥିଲେ ନା ରାକ୍ଷସ, ପିଲା ମାନଙ୍କୁ ଭଲ ପାଇବା, ଓ ଯତ୍ନ କରିବା ଠୁ ଆରମ୍ଭ କରି ସମସ୍ତ କଥା ଜଣେ ପିଲାର ମାଆ ବାପା ହି ବୁଝିଥାନ୍ତି , ଆଉ ଯେତେବେଳେ ଜଣେ ପୁରୁଷ ବାପା ହେଇଥାଏ ତା ଜୀବନରେ ସବୁ ଖୁସିକୁ ପାଇଯାଇଥାଏ ବୋଲି କୁହାଯାଏ, କିନ୍ତୁ ହସ୍ପିଟାଲ ରେ ଏପରି ଏକ ଘଟଣା ଘଟିଛି ଯାହା ଆପଣ ମାନଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ |

ଅଧା ରାସ୍ତାରେ ଛାଡ଼ିଦେଇ ତିନି ବର୍ଷର ଛୋଟ ଶିଶୁଟିକୁ କୁଆଡେ ଚାଲିଯାଇଛି ବାପା, ଆଉ ରାସ୍ତା ମଝିରେ ବାପା ବାପା କହି କାନ୍ଦି କାନ୍ଦି କଳା କାଠ ପଡିଗଲାଣି ପିଲାଟି, ପିଲାଟି ଖାଲି ଏପଟ ସେପଟକୁ ଅନୋଉଛି ଆଉ କାନ୍ଦି ଉଠୁଛି ବାପା ବାପା ବୋଲି ଡାକ ଛାଡି, କେତେବେଳେ ଆସିବେ ତାର ବାପା ଆଉ ଏହି ଅଜଣା ଅଚିନ୍ହା ସ୍ଥାନରୁ ତାଙ୍କୁ ନେଇଯିବେ, କିନ୍ତୁ ବାପାଙ୍କର ସେ ପାଉନାହାନ୍ତି ଦେଖା ଆଉ ଆଖିରେ ତାଙ୍କର ଜୋକେଇ ଆସୁଛି ଦୁଃଖ ଆଉ କାନ୍ଦ |ଧିକ ତାର ବାପା ପଣିଆ କୁ ଯିଏ ଗୋଟିଏ ଛୋଟ ପିଲାଟିର ଦୁଃଖକୁ ନ ଦେଖି ଏମିତି ଏକା କରି ପୋଳେଇଯାଇଛି |

କେତେ ଆଶା ନେଇ ସେହି କୁନି ପୁଓଟି ଆସିଥିଲା ତାର ବାପାଙ୍କ ସହ ଭାବିଥିଲା ବାପା ବୁଲେଇନେବେ, ଆଇସକ୍ରିମ, ଚକଲେଟ କେତେ କଣ ଆଣିଦେବେ ତାଙ୍କୁ କିନ୍ତୁ ହେଲା କଣ ଏଠି ବାପା ଙ୍କର ନାହିଁ ଦେଖା ପୁଅଟିକୁ ଏକା କରି ସବୁଦିନ ପାଇଁ ଚାଲିଯାଇଛନ୍ତି ବାପା, ଆଉ ହସ୍ପିଟାଲରେ ତାଙ୍କୁ କରିଦେଇଛନ୍ତି ସମ୍ପୂର୍ଣ୍ଣ ଏକା, ଆଉ କୋଈ କୋଈ ହୋଇ କାନ୍ଦି ବାପାଙ୍କୁ ଖୋଜି ବୁଲୁଛି ସିଏ, ସତରେ ସିଏ ବାପା ନା ବାପା ନାଁ ରେ ଗୋଟିଏ କଳଙ୍କ ଯିଏ କି ଏମିତି ଗୋଟିଏ ଛୋଟ ଶିଶୁ କଥା ନ ଭାବି ଏକା କରି ଛାଡି ଦେଇ ଚାଲିଯାଇଛି |

ତେବେ ମେଡିକାଲ ରେ ଛାଡିବା ପରେ ପୁଅଟି ବାପା ବାପା ହୋଇ କାନ୍ଦି ଖୋଜି ବୁଲୁଥିଲା ତାର ବାପାଙ୍କୁ ଆଉ ଏତେ ବଡ ହସ୍ପିଟାଲରେ ସେ ତାର ବାପାଙ୍କୁ ପସିଥାନ୍ତା ବି କେମିତି, ସେଥିପାଇଁ ସେ କାନ୍ଦି କାନ୍ଦି ଚାଲିଯାଇଥିଲା ରଜ ରାସ୍ତା ଉପରକୁ, ଆଉ ରାସ୍ତା ଉପରେ କୁନି ପୁଅଟିର ଏପରି ବାପାଙ୍କୁ ଖୋଜି କାନ୍ଦିବାର ଦେଖି ଦେଖଣା ହାରି ବି ହେଇଯାଇଥିଲେ ଅବାକ,ଆଉ 3 ବର୍ଷର ଶିଶୁ ହୋଇଥିବାରୁ ସେ କିଛି କହି ମଧ୍ୟ ପାରୁନଥିଲା ତାର ବାପାଙ୍କ ବିଷୟରେ |

ସତରେ ସେ ବାପା ଜଣଙ୍କ କେତେ ନିର୍ଦୟ , ଆଉ ସେ ଭଳି ବାପା ଭଗବାନ କାହାକୁ ବି ନ ଦିଅନ୍ତୁ, ଯାହା ଏବେ ଏହି କୁନି ପିଲାଟିର ଭିଡିଓ ବହୁତ ପରିମାଣରେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment