electricity ବିଲ ହୋଇଯିବ ଅଧାରୁ କମ… ଆପଣାନ୍ତୁ ଏହି ୨ଟି ଉପାୟ ଗ୍ୟାରେଣ୍ଟି

ଆଜିକାଲି ଦୁନିଆରେ ଅଧିକାଂଶ ଲୋକଙ୍କ ପାଖରେ ବିଜୁଳି ପହଂଚି ସରିଛି କିନ୍ତୁ ଆଗରୁ ଏହିପରି ବ୍ୟବସ୍ଥା ନଥିଲା। ସମୟର ପରିବର୍ତ୍ତନ ସହିତ ମଣିଷର ସବୁ କିଛି ପରିବର୍ତ୍ତନ ହେଉଛି। ସେହିପରି ମଣିଷର ରହିବା,ଖାଇବା,ପିନ୍ଧିବା ଇତ୍ୟାଦି ସବୁ ବଦଳି ଯାଇଛି।ଏଥିପାଇଁ କେବଳ ମୁଖ୍ୟ ଜିନିଷ ହେଲା ଅର୍ଥ। ତେଣୁ ଏହି ଅର୍ଥକୁ ଉପାର୍ଜନ କରିବାକୁ ହେଲେ ସମସ୍ତେଙ୍କୁ କିଛି ନା କିଛି କରିବାକୁ ପଡିଥାଏ ଆଉ ଏହି ସମୟରେ ଆମେ ମାନେ ବିଜୁଳି ବ୍ୟବହାର ପାଇଁ ବହୁତ ଅର୍ଥ ଆବଶ୍ୟକତା ପଡିଥାଏ। ଏହି ଖର୍ଚ୍ଚ କୁ କମ କରିବା ପାଇଁ ଆମେ ମାନେ ସାଧାରଣତଃ ବିଜୁଳି ବ୍ୟବହାର କୁ କମେଇବାକୁ ପଡିଥାଏ। ଆଜି ଆପଣ ମାନଙ୍କୁ ବିଜୁଳୀ ବିଲ କେମିତି ହ୍ରାସ କରା ଯିବ ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଆମେ ଯଦି ଦେଖିବାକୁ ଯିବା ଗ୍ରୀଷ୍ମ ଋତୁ ରେ ବିଜୁଳୀ ବିଲ ଅଧିକ ପରିମାଣ ରେ ବଡିଯାଏ ଏବଂ ବିଜୁଳୀ ଦର ଵୃଦ୍ଧି ହେବା ମାତ୍ରେ ଆପଣ ମାନଙ୍କର ବଜେଟ ବଢିବ । ତାହା ହେଲେ ଆପଣ ମାନେ ଯଦି ସବୁ ସମୟ ରେ ବିଜୁଳୀ ବିଲ ପାଇଁ ବିଭିନ୍ନ ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଆପଣ ମାନଙ୍କୁ କେବଳ ଘରର କିଛି ଜିନିଷ କିମ୍ବା ଉପକରଣ ପ୍ରତି ଧ୍ୟାନ ଦେବାକୁ ହେବ।ଆଗରୁ ସମସ୍ତେ ପୁରୁଣା ବଲ୍ବ ବ୍ୟବହାର କରୁଥିଲେ ସେହିଗୁଡିକୁ ବ୍ୟବହାର କରିବା ବନ୍ଦ କରିବାକୁ ପଡିବ ଏବଂ ଏହି ବଲ୍ବ ଗୁଡିକ ବହୁତ ବିଜୁଳି ବିଲ ଉଠେଇବାରେସାହାର୍ଯ୍ୟ କରିଥାଏ। ଆଉ ଆପଣ ଘରେ LED ବଲ୍ବ ବ୍ୟବହାର କରିବା ଆରମ୍ଭ କରି ଦିଅନ୍ତୁ । ବିଦ୍ୟୁତ୍ ଉପଯୋଗକୁ ହ୍ରାସ କରି LED ବଲ୍ବ ଆପଣଙ୍କୁ ଅଧିକ ବିଲରୁ ରକ୍ଷା କରିପାରିବ।

ଆଜିକାଲି ସମସ୍ତଙ୍କ ଘରେ ଉଚ୍ଚ କ୍ଷେମତା ସଂମ୍ପର୍ଣ୍ଣ ହିଟର ସବୁ ବ୍ୟବହାର କରୁଛନ୍ତି ତେବେ ଏମିତି ଉପକରଣକୁ ତୁରନ୍ତ ହଟାନ୍ତୁ। ଏହି ଉଚ୍ଚ କ୍ଷମତ ପୂର୍ଣ୍ଣ ବିଜୁଳୀ ହିଟର ବହୁତ ବିଜୁଳି କ୍ଷୟ କରିଥାଏ ଯାହା ଗୋଟିଏ ବଡ ସମସ୍ୟା। ଏହା ବଦଳରେ ଏକ ବ୍ଲୋୟର ବ୍ୟବହାର କରିବା ସମସ୍ତଙ୍କ ପାଇଁ ଠିକ। ସେହି ପରି ବନ୍ଧୁଗଣ ପାଣି ଗରମ କରିବା ପାଇଁ ହେଲେ ପ୍ରାୟତଃ ଘରେ ରଡ କିମ୍ବା ଗିଜର ବ୍ୟବହାର କରା ଯାଇଥାଏ।

ତେବେ ସମସ୍ତଙ୍କୁ ଜଣେଇ ଦେବୁ କି ଏହି ସବୁ ର ବ୍ୟବହାର ବି ଆପଣ ମାନଙ୍କର ବିଜୁଳି ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ। ତେବେ ଆପଣ ମାନଙ୍କୁ ଏହି ଥିରୁ ବର୍ତ୍ତିବା ପାଇଁ ଆପଣ ମାନଙ୍କୁ ନୂଆ ଗିଜର ଘରେ ଲଗେଇବା ନିହାତି ଆବଶ୍ୟକ । ଯେଉଁଥିରେ କି 5 ଷ୍ଟାର ରେଟିଂ ରହିଥିବ ସେହି ଗିଜର ଆପଣ ମାନେ ଲଗେଇ ପାରିବେ। ଏହି ଭଳି ଜିନିଷ ବା ଉପକରଣର ବ୍ୟବହାର କଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment