Odisha News Portal

ବଲିଉଡ୍ ଅଭିନେତା ଇଗର ସର୍ଫ ଙ୍କ ଫିଲ୍ମରେ ନଜର ଆସିବେ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ର !ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫୋଟୋ…

ଅଲିଉଡରୁ ଆରମ୍ଭ କରି ହିନ୍ଦି ମେଗା ଧାରାବାହିକ ପର୍ଯ୍ୟନ୍ତ ନିଜର ଜଲ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଶିଶୁ କଳାକାର ରୁ ନିଜର କ୍ୟାରିୟର ଆରମ୍ଭ କରି ଥିବା ପ୍ରକୃତି ମିଶ୍ର ବଲିଉଡରେ କ୍ୟାରିୟର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନିକଟ ରେ ଟାଇଗର ସର୍ଫ ଙ୍କ ସହିତ ପ୍ରକୃତିଙ୍କ ଏକ ଫୋଟ ଭାଇରାଲ ହେଉଛି ଏବଂ ଏହା ସହିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ସେହି ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର ବଲିଉଡ ସୁପରଷ୍ଟାର ଟାଇଗର ସର୍ଫଙ୍କ ଟ୍ରେନରଙ୍କ ଠାରୁ ଟ୍ରେନିଙ୍ଗ ନେଉ ଥିବାର ନଜର ରେ ଆସିଛି ।

ତେବେ ଯଦିଓ ଓଡିଶାରୁ ଯାଇ ବଲିଉଡ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ. ସୃଷ୍ଟି କରିବା ଖୁବ୍ କଷ୍ଠ ସାଧ୍ୟ କାର୍ଯ୍ୟ ତଥାପି ଜୀବନରେ କିଛି କରିବାର ଇଚ୍ଛା ପ୍ରକୃତିଙ୍କୁ ଘରେ ଘରେ ପରିଚିତ କରିଛି । ଓଡିଆ ମେଗା ଧାରାବିହାକ ଏବଂ ଏକାଧିକ ଫିଲ୍ମରେ ଏଭିନୟ କରି ଯୁବ ପିଢିଙ୍କ ମନ କିଣିଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି, ତାହା ହେଉଛି ଟାଇଗର ଶର୍ଫଙ୍କ ଟ୍ରେନର ଙ୍କ ଠାରୁ ପ୍ରକୃତି ଟ୍ରେନିଙ୍ଗ ନେଉଛନ୍ତି ।


ତେବେ ସବୁ ଠାରୁ ଖାସ୍ କଥା ହେଉଛି ପ୍ରକୃତି ଏହି ପ୍ରକାର ଭିଡିଓ ତାଙ୍କ ଫ୍ୟାନସ୍ ମାନଙ୍କୁ ବଡ ଦ୍ବନ୍ଦରେ ପକାଇଛି । ଆଗାମୀ ଦିନରେ ହୁଏତ ପ୍ରକୃତି ବଲିଉଡ ଅଭିନେତା ଟାଇଗର ଶର୍ଫଙ୍କ ସହିତ ନଜର ଆସି ପାରନ୍ତି ବୋଲି ପ୍ରକୃତିଙ୍କ ଫ୍ୟାନସ୍ ମାନେ ଅନୁମାନ କରୁଛନ୍ତି । କେବଳ ସେତିକି ନୁହେଁ ପ୍ରକୃତି ଏବଂ ଟାଇଗରଙ୍କୁ ଟ୍ରେନିଙ୍ଗ ଦେଉ ଥିବା ବିକ୍ରମ ଓଡିଶାର ଗଞ୍ଜାମ ଜିଲ୍ଲାର । ଜଣେ ନୁହେଁ କି ଦୁଇ ଜଣେ ନୁହେଁ ବରଂ ଏକାଧିକ ସେଲିବ୍ରେଟି ଙ୍କ ସହିତ ବିକ୍ରମ ଙ୍କ ଫୋଟ ସାମ୍ନାକୁ ଆସିଛି ।

ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ହେଉଛନ୍ତି ଅଲିଉଡର ଜଣେ ଜଣାଶୁଣା ଏବଂ ଫେମସ୍ ଅଭିନେତ୍ରୀ ଅଟନ୍ତି । ତାଙ୍କ ବାପା ମନ୍ମଥ ମିଶ୍ର ହେଉଛନ୍ତି ଏକାଧାରରେ ଜଣେ କଣ୍ଠଶିଳ୍ପୀ, ଗୀତିକାର ଏବଂ ସଂଗୀତ ନିର୍ଦ୍ଦେଶକ ମଧ୍ୟ । ତେବେ ତାଙ୍କର ମାଁ କୃଷ୍ଣ ପ୍ରିୟା ମିଶ୍ର ମଧ୍ୟ ଜଣେ ଗୀତିକାର , ଉପସ୍ଥାପିକା ଏବଂ ନ୍ୟୁଜ ରିଡର୍ ଅଟନ୍ତି ।

ବାପା ମାଁଙ୍କ ପରି ପ୍ରକୃତି ମଧ୍ୟ ଅଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଫେମସ୍ କିନ୍ତୁ ସେ ଅଲିଉଡ ଅପେକ୍ଷା ବଲିଉଡକୁ ଅଧିକ ପସନ୍ଦ କରନ୍ତି ଏବଂ ସେହି ବଲିଉଡ ଜଗତରେ ନିଜର କ୍ୟାରିୟର ଗଢିବା ପାଇଁ ତାଙ୍କର ବହୁତ ଇଚ୍ଛା ଏବଂ ଆକାଂକ୍ଷା । ସେଥିପାଇଂ ସେ ମଧ୍ୟ ତାଙ୍କର ଚେଷ୍ଟା ନିଷ୍ଠାର ସହିତ ଜାରି ରଥିଛନ୍ତି ଏବଂ ବହୁ ପରିଶ୍ରମ ମଧ୍ୟ କରୁଛନ୍ତି ବଲିଉଡ ରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।