Odisha News Portal

ସାବଧାନ ! ଏହି ଶସ୍ତା ଫେସ କ୍ରିମ ଲଗାଉଛନ୍ତି କି ? କେମିତି ଶସ୍ତା ଫେସ କ୍ରିମ କରିଦେଲା ଏମିତି ଅବସ୍ଥା…ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆପଣ ଶସ୍ତା ଫେସ୍ କ୍ରିମ ବ୍ୟବହାର କରୁଛନ୍ତି କି? ଗୋରା ହେବା ପାଇଁ,ଅଧିକ ସୁନ୍ଦର୍ ତ୍ଵଚା ପାଇବା ପାଇଁ ଆପଣ ନିମ୍ନ ମାନର କ୍ରିମ ଲଗାଉ ଛନ୍ତି କି? ବଜାରରେ ଏବେ କିଛି କଂପାନୀ ର ଏମିତି କ୍ରିମ ବିକ୍ରି ହେବାରେ ଲାଗିଛି। ଯାହାର ବ୍ୟବହାର ଦ୍ବାରା ଫଳ ବହୁତ ସାଙ୍ଘାତିକ ମିଳୁଛି। ତେବେ ଯଦି ଆପଣ ବି ଏହିଭଳି କ୍ରିମ ବ୍ୟବହାର କରିଛନ୍ତି କିମ୍ବା ବ୍ୟବହାର କରିବାକୁ ଚାହୁଁ ଛନ୍ତି ତେବେ ସାବଧାନ ହେବାକୁ ପଡିବ। ଯଦି ଏହାର ଉତ୍ତର ହଁ, ଯଦି ଆପଣ ଏମିତି କରୁଥାନ୍ତି ତେବେ ହୋଇ ଯାଆନ୍ତୁ ହୁସିଆର। ସାବଧାନ ନହେଲେ ଆପଣଙ୍କୁ ମଧ୍ୟ ଭୋଗିବାକୁ ପଡିପାରେ ଏପରି ଅବସ୍ଥା, ଯାହା ଏବେ ନିକଟରେ ଜଣେ ମହିଳାଙ୍କ ସହ ଘଟିଛି।

ଶସ୍ତା ଫେସ୍ କ୍ରିମ ବ୍ୟବହାର ପରେ ଜଣେ ମହିଳାଙ୍କ ମୁହଁରେ ଗୁରୁତର ଚର୍ମ ସମସ୍ୟା ଦେଖା ଦେଇଛି। ଫଳ ସ୍ୱରୂପ ତାଙ୍କ ମୁହଁ ଫୁଲିବା ସହିତ ମୁହଁରେ ଘାଆ ମଧ୍ୟ ହୋଇଛି। ଏହାକୁ ବ୍ୟବହାର କରିବା ପରେ ମୁହଁରେ ଏଭଳି ପ୍ରତିକ୍ରିୟା ଦେଖା ଦେବା ପରେ ଉକ୍ତ ମହିଳା ଜଣଙ୍କ ଘଟଣା ସଂପର୍କରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ସୋନପୁର ଜିଲ୍ଲା ବିନିକା ଅଞ୍ଚଳରେ ଘଟିଛି ଏହି ଘଟଣା। ଏଠାରେ ଜଣେ ମହିଳା ଙ୍କ ମୁହଁରେ କ୍ରିମ ବ୍ୟବହାର ପରେ ଦେଖା ଦେଇଛି ସାଙ୍ଘାତିକ ପ୍ରତିକ୍ରିୟା। ଉକ୍ତ ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ପାଖ ଅଞ୍ଚଳରୁ ଏକ ଦୋକାନ ରୁ ଆଣି ତାଙ୍କ ସ୍ତ୍ରୀ ଏକ କ୍ରିମ ବ୍ୟବହାର କରିଥିଲେ।

ଆଉ ଏହାକୁ ବ୍ୟବହାର କରିବା ପରେ ତାଙ୍କ ପାଖରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି ତାହା ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ବ୍ୟବହାର କରିବା ପରେ ଧିରେ ଧିରେ ମହିଳା ଜଣଙ୍କ କିଛି ପରିବର୍ତ୍ତନ ଦେଖିବା ପାଇଁ ପାଇଥିଲେ। ତେବେ କିଛି ଦିନ ପରେ ଏହା ଅଧିକ ପ୍ରତିକ୍ରିୟା ଶିଳ ହେବାକୁ ଲାଗିଲା ଏବଂ ରିଆକ୍ସନ୍ ହୋଇ ମୁହଁରେ ଫଳି ଗଲା। ଏହାପରେ ମୁହଁ ମଧ୍ୟ ଫୁଲିଥିଲା। ଶେଷରେ ଏଭଳି ଏକ କ୍ରିମ କୁ ଆଣି ଦୋକାନରେ ବିକ୍ରୟ କରୁଥିବା ଦୋକାନୀ ଙ୍କ ବିରୋଧରେ ଅଭିଯୋଗ ଆଣି ଛନ୍ତି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ।

ଏଥିପାଇଁ ସେମାନେ ଏ ସଂପର୍କରେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଲୋକଙ୍କୁ ଠକି ଏଭଳି ଅଳ୍ପ ଦରର କ୍ରିମ ବିକ୍ରି କରି ଅଧିକ ସୁନ୍ଦର୍ ହେବାର ଲୋଭ କିପରି ଦେଖାଇ ପାରୁଛନ୍ତି ଏହିଭଳି କ୍ରିମ ପ୍ରସ୍ତୁତ କରୁଥିବା ନକଲି କଂପାନୀ ମାନେ।ଆଉ ଅଧିକ ଲାଭ ପାଇବା ଆଶାରେ ମଧ୍ୟ ଅନେକ ଦୋକାନୀ ଏଭଳି କ୍ରିମ କୁ ଆଣି ବିକ୍ରୟ କରୁଛନ୍ତି। ଯାହା ସାଧାରଣ ଲୋକଙ୍କ ଉପରେ ଅଧିକ ଭାରି ପଡୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।