ମନୁଷ୍ୟ ଜନ୍ମ ହେବା ପରେ ତାର ଜନ୍ମ କୁଣ୍ଡଳୀ ପ୍ରସ୍ତୁତ କରାଯାଇଥାଏ , ବ୍ୟକ୍ତି ଜନ୍ମ ଗ୍ରହଣ କରିଥିବା ବାରର ଅନେକ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ତେଣୁ ବିଭିନ୍ନ ବାରରେ ଜନ୍ମ ହୋଇଥିବା ଜାତକ ବା ମନୁଷ୍ୟ ର ଭିନ୍ନ ଭିନ୍ନ ପ୍ରକାରର ଚାଲିଚଳନ ଆଚାର ବ୍ୟବହାର , ବିଦ୍ୟା , ବୁଦ୍ଧି , ଜ୍ଞାନୀ , ପଣ୍ଡିତ ଏବଂ କ୍ରୋଧୀ ହୋଇଥିବାର ଜଣାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ବାରରେ ଜନ୍ମ ହେଲେ ଆପଣଙ୍କ ସ୍ୱଭାବ କିିପରି ହୋଇଥାଏ ।
1. ରବିବାର :-
ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନେ ଅଭିମାନି , କ୍ରୋଧୀ , କାମାତୁର , ରୀତିକ୍ରୀଡାରେ ପାରାଙ୍ଗମ । ନିଷ୍ଠା ଭାଷାରେ ସମସ୍ତଙ୍କୁ ମୁଗ୍ଧ କରିବା ସହିତ ଭ୍ରମଣପ୍ରିୟ , ଧାର୍ମିକ ବା ଭକ୍ତିପ୍ରିୟ ହୋଇଥାନ୍ତି ।
2. ସୋମବାର :-
ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ସେମାନେ ବହୁତ ଅଳସୁଆ ଓ ଧୀରନିତି ପ୍ରିୟଭାଷା , ଭୋଗବିଳାସୀ ହୋଇଥାନ୍ତି । ଏହାଛଡା ନିଜ ସ୍ତ୍ରୀଙ୍କୁ ରୀତିକ୍ରିଡାରେ ଶାନ୍ତି ପ୍ରଦାନ କରିବା ସୁଖପ୍ରଦାନ କରିବା ସହ ନ୍ୟାୟ ପରାୟଣତା ତଥା ଶାନ୍ତଶୀଳ ସ୍ୱଭାବର ହୋଇଥାନ୍ତି ।
3. ମଙ୍ଗଳବାର :-
ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ବିଶେଷ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ସାହସୀ ଚଞ୍ଚଳମତି , ଶତ୍ରୁ ବିରୋଧୀ , କ୍ଷଣକୋପି , ବୁଦ୍ଧିମାନ , ବିଦ୍ୟାପ୍ରବଣ , କାର୍ଯ୍ୟ କରିବାରେ କୌଶଳୀ ତଥା ଚିନ୍ତାଶୀଳ ହୋଇଥାନ୍ତି ।
4. ବୁଧବାର :-
ଯେଉଁ ବ୍ୟକ୍ତି ବିଶେଷ ବୁଧବାର ଜନ୍ମ ଗ୍ରହଣ କରିଥାନ୍ତି , ସେହି ବାରରେ ଜନ୍ମିତ ବ୍ୟକ୍ତି ଗଭୀର ଚିନ୍ତାରେ ଚିନ୍ତାଶୀଳ , ନ୍ୟାୟବନ୍ତ , ପୁଣି ଅତି ଚତୁର , ଧର୍ମକାର୍ଯ୍ୟରେ ଅଗ୍ରଗତି , ଭୋଗବିଳାସୀ ପ୍ରିୟ ଏବଂ କର୍ମବନ୍ତ ମଧ୍ୟ ହୋଇଥାନ୍ତି ।
5. ଗୁରୁବାର :-
ଯେଉଁ ବ୍ୟକ୍ତି ବିଶେଷ ଗୁରୁବାର ଦିନ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାନ୍ତି । ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହିତ ପଶୁପରି ସ୍ୱଭାବ ଦେଖାଇଥାନ୍ତି । ଶାସ୍ତ୍ର , ଧାର୍ମିକ , କ୍ଷମାବନ୍ତ ଆଦି ଆଟନ୍ତି ।
6. ଶୁକ୍ରବାର :-
ଯେଉଁ ବ୍ୟକ୍ତି ବିଶେଷ ଶୁକ୍ରବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି , ସେହି ବ୍ୟକ୍ତି ନିତୀ ନିୟମକୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରନ୍ତି । ସେ ପରପୋକାର , ଭ୍ରମଣପ୍ରିୟ , କାମବିଳାସୀ ହୋଇଥାନ୍ତି । ନିଜ ସ୍ତ୍ରୀକୁ ନିତି ସୁଖ ପ୍ରଦାନ କରିବାରେ କେବେବି ଅବହେଳା କରନ୍ତି ନାହିଁ ।
7. ଶନିବାର :-
ଶନିବାର ଦିନ ଯେଉଁ ବ୍ୟକ୍ତି ବିଶେଷ ଜନ୍ମଗ୍ରହଣ କରିଛନ୍ତି , ସେହି ବ୍ୟକ୍ତି କ୍ଷଣକୋପି , ଚଞ୍ଚଳବତି , ବହୁତ ଅହଂକାରୀ ପୂର୍ଣ୍ଣ , ତମସିକ ବିଦ୍ୟାରେ ପ୍ରବିଣ , ପରଧନରେ ଲୋଭ ତଥା ଯଶର୍ସି ଅଟନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।