Odisha News Portal

ପୁଣି ଆଜି ବଲିଉଡ୍ ଦୁନିଆରୁ ଆସିଛି ଦୁଃଖଦ ଖବର ! ଏହି ପ୍ରସିଦ୍ଧ କମବୟଷ୍କା ଅଭିନେତ୍ରୀ ଙ୍କର ଆଜି ଆକସ୍ମିତ ମୃତ୍ୟୁବରଣ ! ତାଙ୍କର ମୃତ୍ୟୁରେ ପୁରା ବଲିଉଡ୍ ଶୋକରଲହରୀ ସୃଷ୍ଟି ହୋଇଛି….

ଟେଲିଭିଜନ ଦୁନିଆକୁ ପୁଣି ଏକ ଦୁଃଦ ଖବର ଆସିଛି । ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟ ଙ୍କର ଗତ ଶନିବାର ଦିନ ଅର୍ଥାତ ନଭେମ୍ବର 21 ତାରିଖ ଦିନ ଚିର ବିୟୋଗ ହୋଇ ଯାଇଛି । ତେବେ କିଡ୍‌ନୀ ଫେଲ୍‌ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି ।
ତେବେ ବିଗତ ଦେଢ଼ ବର୍ଷ ଧରି ଲୀନା କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ । ଆଉ ଏହି କିଛି ଦିନ ପୂର୍ବରୁ ହିଁ ତାଙ୍କ ମା’ଙ୍କ ର ଏକ କିଡ୍‌ନୀ କୁ ନେଇ ଲୀନାଙ୍କ ଠାରେ ପ୍ରତିରୋପଣ କରା ଯାଇ ଥିଲା । ହେଲେ ବଡ ଦୁଃଖର କଥା ହେଉଛି ଏହା ପରେ ମଧ୍ୟ ଲୀନା ଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ବି ସୁଧାର ଆସି ନଥିଲା ।

ଆଉ ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଗତ କାଲି ଶେଷ ନିଃଶ୍ୱାସ ତ୍ୟାଗ କରି ସବୁ ଦିନ ପାଇଁ ଏହି ଦୁନିଆରୁ ଚିର ବିଦାୟ ନେଇ ଯାଇଛନ୍ତି । ତେବେ ଟିଭି ଅଭିନେତ୍ରୀ ଲୀନାଙ୍କ ବିୟୋଗ ରେ ସାରା ଟିଭି ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି ।


ତେବେ ଲୀନା ବହୁତ ଗୁଡିଏ ଧାରା ବାହିକରେ ତାଙ୍କ ଯାଦୁ ଦେଖାଇ ଥିଲେ । ‘ସେଠ୍‌ ଜୀ’, ‘ଆପ କେ ଆ ଜାନେ ସେ’ , ‘ମେରି ହାନିକାରକ ବିବି’ ପରି ଟେଲି ସିରିଏଲ୍‌ରେ ଲୀନାଙ୍କ ଅଭିନୟର ସୁପର ଯାଦୁ ଦେଖି ବାକୁ ମିଳି ଥିଲା । ସେ ତାଙ୍କର ଯାଦୁକାରୀ ଅଭିନୟ ପାଇଁ ଘରେ ଘରେ ପରିଚିତ ତଥା ଲୋକ ପ୍ରିୟ ଥିଲେ । ଏହା ସହିତ ସମସ୍ତଙ୍କ ହୃଦୟରେ ସେ ସବୁବେଳେ ରାଜ କରୁଥିଲେ । କେବଳ ଏତିକି ନୁହେଁ, ଅନେକ ଫିଲ୍ମ ଏବଂ ୱେବ ସିରିଜ୍‌ ରେ ମଧ୍ୟ ସେ କାମ କରି ସାରିଛନ୍ତି । ଏହା ସହିତ ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ହିଚ୍‌କି’ରେ ଲିନାଙ୍କୁ ଦେଖିବାକୁ ମିଳି ଥିଲା ।

ତେବେ ଅଭିନେତ୍ରୀ ଲୀନା ଆଚାର୍ଯ୍ୟ ଙ୍କର ମୃତ୍ୟୁ ଖବର ପାଇବା ପରେ ସାରା ଇଣ୍ଡଷ୍ଟ୍ରୀ ରେ ଶୋକର ଲହରୀ ମାଡି ଯାଇ ଥିଲା । ଆଉ ତାଙ୍କ ସହିତ କାମ କରୁ ଥିବା ସବୁ କଳାକାର ମାନେ ସୋସିଆଲ ମିଡିଆ ରେ ଲୀନା ଙ୍କର ଫଟୋ ପୋଷ୍ଟ କରି ଶୋକ ପ୍ରକାଶ ମଧ୍ୟ କରିଛନ୍ତି । ଏହା ନିଶ୍ଚିତ ଭାବରେ ଗୋଟିଏ ବହୁତ ବଡ ଶକ୍ତ ଆଘାତ ଲାଗିଛି ଟିଭି ଇଣ୍ଡଷ୍ଟ୍ରିକୁ ।


‘ୟୈ ରିସ୍ତା କ୍ୟା କେହଲାତା ହୈ’ର ଫେମ୍‌ ରୋହନ ମେହରା ଲିନା ଙ୍କର ଏକ ଫଟୋ କୁ ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ଲେଖିଛନ୍ତି, ‘ମାଡାମ୍‌ ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ । ଗତ ବର୍ଷ ଆମେ ଏହି ସମୟରେ ‘କ୍ଲାସ୍‌ ଅଫ୍‌ 2020’ ପାଇଁ ଶୁଟିଂ କରୁ ଆଉ ଥିଲେ । ଆପଣ ବହୁତ ମନେ ପଡ଼ିବେ।’ସୂଚନାଯୋଗ୍ୟ, କରୋନା ଭାଇରସରେ ଆକ୍ରାନ୍ତ ହେବା ଯୋଗୁଁ ଲୀନାଙ୍କର ମୃତ୍ୟୁ ହୋଇଛି ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ପରେ ତାଙ୍କର ମୃତ୍ୟୁର କାରଣ କିଡ୍‌ନୀ ଫେଲ୍‌ ବୋଲି ଜଣାପଡ଼ିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।