Odisha News Portal

2021ର ନୂଆବର୍ଷ ରେ ଏହି 5ଟି ରାଶିରେ ଆସୁଛି ଶୁଭ ସଂଙ୍କେତ ଏବଂ 7ଟି ରାଶିରେ ଅଶୁଭ !ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ ?

0 21

ଆଜି ଆମେ ଜାଣିବା ସଂମ୍ପୂର୍ଣ୍ଣ 12ଟି ରାଶି ପାଇଂ କିପରି ରହିବ 2021ର ନୂଆବର୍ଷ ।1. ମେଷରାଶି – ମେଷରାଶିର ବ୍ୟକ୍ତିବିଶେଷଙ୍କ ପାଇଂ ନବବର୍ଷ ବହୁତ ହିଁ ଭଲ ସମୟ ନେଇକରି ଆସିବ । ବ୍ୟକ୍ତିଙ୍କ ଭାଗ୍ୟରେଖାରେ ସୂର୍ଯ୍ୟ, ବୃହସ୍ପତି, ଶନି , ବୁଧ, କେତୁ ରହିଥିବାରୁ ବରଷର ଦିନ ଗୁଡିକ ବେଶ୍ ଭଲରେ କଟିବ । ଭାଗ୍ୟର ସଂମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଆପଣ ଯେଉଁ କାର୍ଯ୍ୟରେ ବି ହାତ ଦେବେ ସେଥିରେ ସଫଳ ହେବେ । ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ସଂପତି ପର୍ଯ୍ୟନ୍ତ ସବୁଥିରେ ଉନ୍ନତି ହେବ ।

2.ବୃଷରାଶି – ଏମାନଙ୍କ ପାଇଂ ମଧ୍ୟ ନବବର୍ଷ ବେଶ୍ ଭଲରେ କଟିବ । ଏହି ବ୍ୟକ୍ତିମାନଙ୍କ ଜୀବନରେ ଅନେକ ସଫଳତା, ନୂଆ ନୂଆ ଅନୁଭୂତି ଏବଂ ଜୀବନରେ କିଛି ଏପରି ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ଆପଣ ଚିନ୍ତା ବି କରିନଥିବେ ।


3. ମିଥୁନରାଶି – ଏମାନଙ୍କ ପାଇଂ ନବବର୍ଷ ବିଶେଷ ଫଳପ୍ରଦ ହେଉନାହିଁ । ତେଣୁ କହିବାକୁ ଗଲେ ଏମାନଙ୍କ ପାଇଂ ନବବର୍ଷଟି ମୋଟାମୋଟି ଭାବରେ ସାଧାରଣ ରହିବ । କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

4. କର୍କଟରାଶି- ଏମାନେ ଯେମିତି ଚାହିଁବେ ସେମିତି ନବବର୍ଷଟି କଟାଇପାରିବେ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଦେଖାଦେବ କିନ୍ତୁ କର୍ମ କରିବେ ବସି ଯିବେ ନାହିଁ ।

5. ସିଂହରାଶି – ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଂ ମାନସମ୍ମାନ , ପଦପ୍ରତିଷ୍ଠାର ଉନ୍ନତି ନେଇକରି ଆସୁଅଛି । ସମାଜରେ ଖ୍ୟାତି ବଢିବ, ଲୋକମାନଙ୍କ ପାଇଂ ଆପଣ ଆଦର୍ଶ ପାଲଟିପାରନ୍ତି । ଛାତ୍ରଛାତ୍ରୀ , ଆର୍ଥିକକ୍ଷେତ୍ର କିମ୍ବା ବୈବାହିକ ଜୀବନ କିମ୍ବା ସ୍ବସ୍ଥ୍ୟକ୍ଷେତ୍ରରେ ହେଉ ସବୁକ୍ଷେତ୍ରରେ ଭଲ ରହିବ ।

6. କନ୍ୟାରାଶି -ଏମାନଙ୍କ ପାଇଂ ନବବର୍ଷ ବେଶ୍ ଫଳଦାୟକ ରହିବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ମାନସମ୍ମାନ ବୃଦ୍ଧି ଏବଂ ବିଦ୍ୟାର୍ଥୀଙ୍କ ପାଇଂ ବହୁତ ଭଲ ରହିବ । ବିବାହ ଯୋଗ ବନୁଅଛି ଏବଂ ଦାମ୍ପତ୍ୟଜୀବନ ସୁଖମୟ ହେବ ।

7. ତୁଳାରାଶି – ନବବର୍ଷ ଆପଣଙ୍କ ପାଇଁ ସୁଖସମୃଦ୍ଧି ଆଣିକରି ଆସୁଛି । ପରିବାରରେ ଆଗରୁ ଯାହା କଳହ ରହିଥିଲା ସେସବୁ ଦୂର ହୋଇଯିବ । କିଛି ଦାମୀ ଜିନିଷ ଏବଂ ବାହାନ କିଣିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ମିଳିବ କିନ୍ତୁ କର୍ମ କରନ୍ତୁ ନୂଆବର୍ଷକୁ ଏମିତିସେମିତି ଯିବାକୁ ଦିଅନ୍ତୁ ନାହିଁ ।

8. ବିଛାରାଶି – ନବବର୍ଷ ସୁଖସମୃଦ୍ଧି ଆଣିକରି ଆସୁଛି । କାର୍ୟ୍ୟକ୍ଷେତ୍ରରେ ଆଖିଦୃଷ୍ଟିଆ ସଫଳତା ପାଇବେ । ଯାନବାହାନ କରିପାରନ୍ତି ଏବଂ କୌଣସି କ୍ଷେତ୍ରରେ ଧନ ନିବେଶର ମନ ବଳାଇବେ । ଆଉ ଯାହା ବି ନିବେଶ କରିବେ ତାହା ଆପଣଙ୍କୁ ନିଶ୍ଚିୟ ଲାଭ ପ୍ରଦାନ କରିବ । ବିବାହଯୋଗ ବନୁଅଛି, ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହୁଅଛି ।

9. ଧନୁରାଶି – ନୂଆବର୍ଷ ଆପଣଙ୍କ ପାଇଂ ଶୁଭଫଳ ହିଁ ନେଇକରି ଆସୁଛି । ବିଭିନ୍ନ ଦିଗରୁ ଆପଣଙ୍କୁ ସଫଳତା ମିଳୁଅଛି । କିଛି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଇଚ୍ଛା କରିବେ । ବୈବାହିକ ଜୀବନ ବହୁତ ଭଲରେ କଟିବ , ପୂର୍ବରୁ ଯାହାବି ମନାନ୍ତର ମତାନ୍ତର ଥିଲା ସବୁ ଦୂର ହୋଇଯିବ ।


10. ମକରରାଶି – ଏମାନଙ୍କ ପାଇଂ ନବବର୍ଷଟି ବିଶେଷ ପଳପ୍ରଦ ହେଉନାହିଁ । ଅଯଥାରେ ଖର୍ଚ୍ଚ ବଢିବ । ଆର୍ଥିକ ସମସ୍ୟା ଦେଖାଦେବ ନାହିଁ କିନ୍ତୁ ଯାହା ଆୟକରିବେ ତାହା ବ୍ୟୟ ହୋଇଯିବ । ବର୍ଷଟି ସାଧାରଣ ରହିବ ।

11. କୁମ୍ଭରାଶି – ଖୁସି ହୋଇଯାଆନ୍ତୁ ଏହି ନୂଆବର୍ଷଟି ଆପଣଙ୍କ ପାଇଂ ଭଲ ହିଁ ଭଲ ରହିବ । ଆର୍ଥିକ ସ୍ଥିତି , ଦାମ୍ପତ୍ୟଜୀବନ , ପାରିବାରିକସ୍ଥିତି, ସ୍ବାସ୍ଥ୍ୟ, ଚାକିରି, ବ୍ୟବସାୟ ପ୍ରତ୍ୟେକ ଦୃଷ୍ଟିରୁ ଆପଣଙ୍କ ପାଇଂ କେବଳ ଶୁଭ ପରିଣାମ ହିଁ ନେଇକରି ଆସିବ ।

12. ମୀନରାଶି – ଏମାନଙ୍କ ପାଇଂ ନବବର୍ଷ ଅନେକ ସଫଳତା ନେଇକରି ଆସୁଛି । ସମାଜରେ ମାନସମ୍ମାନ ବୃ୍ଦ୍ଧିହେବ ଏବଂ ଅଧିକରୁ ଅଧିକ ଲୋକଆପଣଙ୍କ ସହିତ ମିଶିବାକୁ ପସନ୍ଦ କରିବେ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ । ବର୍ଷସାରା ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।