ଏହି ଖରାପ ଅଭ୍ୟାସ ପାଇଁ ମୁହଁରେ ବ୍ରଣ ବାହାରେ, ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ । Dr. Suvama Pati

ବନ୍ଧୁଗଣ ଆମର ବ୍ୟସ୍ତ ବହୁଳ ଜୀବନଶୈଳୀ ଆମକୁ ଅନେକ ସମସ୍ୟାରେ ପକାଇଥାଏ। ଏଥିପାଇଁ ଆମେ ଆମ ଶରୀର ଉପରେ ଉପଯୁକ୍ତ ଧ୍ୟାନ ଦେଇପାରି ନଥାଉ। ଆଉ ଏହି କାରଣରୁ ଆମର ଦେଖାଯାଉଥିବା ଅନେକ ସ୍ବାସ୍ଥ୍ୟ ସମସ୍ୟା ଭିତରୁ ମୁହଁରେ ବ୍ରଣ ବାହାରିବା ଅନ୍ୟତମ ଅଟେ। ତେବେ ବ୍ରଣ କାରଣରୁ ମୁହଁରେ କଳାଦାଗ, ଚିହ୍ନ ଏବଂ ଲାଲ ଦାଗ ଆଦି ପଡିଯାଏ। ଆଉ ଏହିସବୁ ଦାଗରୁ ମୁକ୍ତି ପାଇବା ସହଜ ହୋଇ ନଥାଏ, କିନ୍ତୁ ଏହା ଅସମ୍ଭବ ବି ନୁହେଁ। ଅର୍ଥାତ ଆପଣ ଏହି କଳା ଦାଗ, ଚିହ୍ନ ଏବଂ ଲାଲ ଦାଗକୁ ହଟାଇ ବି ପାରିବେ ଏବଂ ଆପଣଙ୍କ ତ୍ୱଚାକୁ ଏକ ସୁନ୍ଦର ମୁଲାୟମ ତ୍ଵଚା କରି ପାରିବେ।

ତେଣୁ ବ୍ରଣ ଏବଂ ଅନ୍ୟ ଦାଗ ଠାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ସର୍ବପ୍ରଥମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ବ୍ରଣ ଦାଗ କେବଳ ଆପଣଙ୍କ ଭୁଲ ଏବଂ ଅବହେଳା ପାଇଁ ହିଁ ହୋଇଥାଏ। ଏଥିପାଇଁ ନିଜ ସ୍କିନର ଯତ୍ନ ରଖିବା ନିହାତି ଜରୁରୀ ଅଟେ ଆପଣଙ୍କ ପାଇଁ।ବ୍ରଣ ସାଧାରଣତଃ ତେଲିଆ ତ୍ୱଚାରେ ହୋଇଥାଏ। ଏଥିପାଇଁ ଆପଣ ନିଜ ମୁହଁକୁ ଅନେକ ଥର ପାଣିରେ ଧୁଅନ୍ତୁ।ତ୍ୱଚାକୁ ଧୋଇବା ବେଳେ ଆପଣ କୌଣସି ମେଡିକେଟେଡ ସପ ର ୟୁଜ କରନ୍ତୁ ଏବଂ ଧ୍ୟାନ ରଖନ୍ତୁ ଯେପରି ଚେହେରାକୁ ବେଶି ରଗଡିବେନାହିଁ। ହାଲକା ଭାବରେ ସବୁବେଳେ ଚକ୍ରାକାର ଗତିରେ ତ୍ଵଚାକୁ ମାଲିସ୍ କରନ୍ତୁ।

ଯଦି ମୁହଁରେ ଯେଉଁ ଦାନା ଭଳି ହୋଇ ଯାଇଛି, ତାହା ଉପରେ ନଖ ଲଗାନ୍ତୁ ନାହିଁ। ନଖ ଲଗାଇଲେ ବ୍ରଣ ଦାଗ ହୋଇଯାଏ। କାରଣ ନଖର ପ୍ରୋଟୀନ ଦ୍ୱାରା ଟଚ୍‌ ହେବା କାରଣରୁ ତାହା ଦାଗ କରିଦିଏ। ବ୍ରଣ ଉପରେ ଯଦି କୌଣସି କ୍ରୀମ କିମ୍ବା ଔଷଧ ଲଗାଇବାକୁ ଚାହୁଁଛନ୍ତି ତାହେଲେ ତାକୁ ଇୟରବଡସ୍‌ ସାହାଯ୍ୟରେ ଲଗାନ୍ତୁ। ବ୍ରଣକୁ ଜମା ବି ହାତ ମାରନ୍ତୁନାହିଁ କି ଚିପନ୍ତୁ ନାହିଁ। ଏହାସହିତ ବ୍ରଣ ଉପରେ ଅଧିକ ମେକଅପ୍‌ ଲଗାନ୍ତୁ ନାହିଁ। ତ୍ୱଚାରେ ଆପଣ ସବୁବେଳେ ଅଏଲ ଫ୍ରି କ୍ରୀମ ହିଁ ଲଗାନ୍ତୁ। ବ୍ରଣ ଅନେକ କିଛି କାରଣରୁ ମଧ୍ୟ ବାହାରିଥାଏ।

ଯେମିତି କି ହରମୋନାଲ ଇମବାଲାନ୍ସ ପାଇଁ ବୟସ ବଢିବା ମାତ୍ରେ ବାହାରିଥାଏ। ସେହିପରି ଥାଇରଏଡ ସମସ୍ୟା ଥିଲେ ପିମ୍ପଲ୍ ବାହାରିଥାଏ। ଯେଉଁମାନେ କ୍ରନିକ ଡିଯିଯ ରେ ଆକ୍ରାନ୍ତ ହୋଇ ଷ୍ଟେରଏଡ ଖାଉଛନ୍ତି, ସେମାନଙ୍କ ର ପିମ୍ପଲ୍ସ ହେବାର ମଧ୍ୟ ସମ୍ଭାବନା ଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ସାଧାରଣତଃ ୨୫ ରୁ ୨୭ ବର୍ଷ ପରେ ବ୍ରଣ ବାହାରିବା ସମସ୍ୟା ଆସିବା କଥା ନୁହେଁ। ଯଦି ଏହି ବୟସରେ ଆସୁଛି ତାହେଲେ କିଛି ସମସ୍ୟା ରହିଥିବ ବୋଲି ଭାବିବା ଉଚିତ୍। ସବୁବେଳେ ନ୍ୟୁଟ୍ରଲ୍ ପିଏଚ ଥିବା ସପ୍ ମୁହଁରେ ଲଗାନ୍ତୁ। ଫଳରେ ଆପଣଂକ ଏହି ସମସ୍ୟା ଅନେକାଂଶରେ ଦୂର ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment