Odisha News Portal

ଏହି ଭୁଲ କେବେବି କରିବେ ନାହିଁ ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ହେବେ କ୍ରୋଧିତ

0 3

ଆଜି ଆମେ ମାତା ଲକ୍ଷ୍ମୀଙ୍କର କିଛି ଏମିତି କଥା ବିଷୟରେ କହିବୁ ଯାହାକୁ ବହୁତ କମ ଲୋକମାନେ ଜାଣିଥିବେ । ଶାସ୍ତ୍ରରେ ମାତା ଲକ୍ଷ୍ମୀ କିଛି ଏମିତି କଥା ବିଷୟରେ କହିଛନ୍ତି ଯାହାର କାରଣରୁ ଘରେ ସୁଖ , ସମୃଦ୍ଧି ଲାଗି ରହିଥାଏ । ଏହା ସହ ସେହି ଶାସ୍ତ୍ରରେ କିଛି ଏମିିତି ଭୁଲ କଥା ବିଷୟରେ ମଧ୍ୟ କହିଛନ୍ତି ଯାହାର କାରଣରୁ ମନୁଷ୍ୟ ସର୍ବଦା ଦୁଃଖ , ଦରିଦ୍ର ଏବଂ ଗରିବ ଭଳି ଜୀବନ ବଞ୍ଚାଇଥାଏ । ମାତା ଲକ୍ଷ୍ମୀଙ୍କର କୃପା ସମସ୍ତେ ପାଇବାକୁ ଚାହିଁଥାନ୍ତି । ଯେଉଁ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇନଥାଏ ସେହି ଘରେ ସର୍ବଦା ଦରିଦ୍ରତା ରହିଥାଏ । ଆମର କିଛି ଖରାପ ଅଭ୍ୟାସ ଗୁଣ ପାଇଁ ମାତା ଲକ୍ଷ୍ମୀ ଆମ ପାଖରୁ ଦୂରେଇ ଯାଆନ୍ତି । ତେବେ ଆସନ୍ତୁ ଜାଣିବା କି ସେହି ଖରାପ ଅଭ୍ୟାସ ବା ଗୁଣ ଗୁଡିକ କଣ ଅଟେ ।

ମାତା ଲକ୍ଷ୍ମୀ କହିଥାନ୍ତି ସେ କିମ୍ବା ଦେବା ଦେବୀ ମାନେ ସେହି ସ୍ଥାନରେ ବାସ କରନ୍ତି ଯେଉଁଠାରେ ସୁଗନ୍ଧିତ ବାତାବରଣ ରହିଥାଏ । ଆମ ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ସର୍ବଦା ଦୁର୍ଗନ୍ଧ ରହିଥାଏ ସେହି ଘରେ ନା ମାତା ଲକ୍ଷ୍ମୀ ରହିଥାନ୍ତି ନା ଭଗବାନଙ୍କର ବାସ ହୋଇଥାଏ । ଏମିତି ଘରେ କେବେବି ଧନ ଆସିନଥାଏ ଏହା ସହିତ ସେହି ଘରେ କାମ କରୁଥିବା ଲୋକ ସର୍ବଦା ପଛରେ ରହିଥାଏ । ଏମିତି ଘର ସର୍ବଦା ରୋଗରେ ବୁଡି ରହିଥାଏ ।

ପୂଜା କରିବା ସମୟରେ ଆପଣ ମାନେ ଏହି ଭୁଲ କେବେବି କରିବା ଉଚିତ ନୁହେଁ , ପୂଜା କରିବା ସମୟରେ ଆପଣ ମାନେ ମନ୍ଦିର ବା ଠାକୁର ଘର ସର୍ବଦା ସଫା ସୁତୁରା ରଖିବା ନିତାନ୍ତ ଆବଶ୍ୟକ । ପୂଜା କରିବା ସମୟରେ କେବେବି ହାଇ ମାରିବା ବା ଅଳସ ଭାଙ୍ଗିବା ଉଚିତ କଥା ହୋଇନଥାଏ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ରାଗିଥାନ୍ତି ଏବଂ ଅନ୍ୟ ଦେବାଦେବୀ ଅପ୍ରସନ୍ନ ରହିଥାନ୍ତି ।


ଘରକୁ ଫେରିବା ସମୟରେ ଆପଣ ମାନେ ସର୍ବଦା ଧ୍ୟାନ ରଖିବେ କି ଘରେ ପଶିବା ପୂର୍ବରୁ ଗୋଡ ହାତ ଦୋଇ କରି ପଶିବେ । କାରଣ ଯଦି ଗୋଡ ହାତ ନଦୋଇବେ ତେବେ ମାତା ଲକ୍ଷ୍ମୀ ରାଗିଯିବେ । ଏହା ଦରିଦ୍ରତାର ମୁଖ୍ୟ କାରଣ ହୋଇଥାଏ ।


ଆପଣ ମାନେ ଯେତେବେଳେ ଘରକୁ ଆସିବେ ତେବେ ଘରେ ଜୋତା ଚପଲକୁ ଠିକ ଭାବରେ ରଖିବେ । ଏଣେ ତେଣେ କେବେବି ପକେଇ ରଖିବେ ନାହିଁ ତାହାକୁ ଏକ ନିଶ୍ଚିତ ଜାଗାରେ ରଖିବେ । ଯଦି ସମ୍ଭବ ଘର ବାହାରେ ବା ସାଇଡରେ ନିଜର ଜୋତା ଚପଲ କାଢିବେ । ଏହା ସହ ଜୋତା ଚପଲକୁ କେବେବି ଭୁଲରେ ମଧ୍ୟ ଓଲଟା ରଖିବେ ନାହିଁ । ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜ୍ଜା ପ୍ରବେଶ କରିଥାଏ ୟେଉଁଥିପାଇଁ ଧନ ହେବୀ ମାତା ଲକ୍ଷ୍ମୀ ସେହି ଘରେ କେବେବି ବାସ କରନ୍ତି ନାହିଁ ।

ସର୍ବଦା ନିଜର ରୋଷେଇ ଘରକୁ ସଫାସୁୁତୁରା ରଖିବେ । ରୋଷେଇ ଘର ସଫାସୁୁତୁରା ହେଲେ ଧନର ଦେବୀ ମାତା ଲକ୍ଷ୍ମୀ ଏବଂ ମାତା ଅନ୍ନପୂର୍ଣ୍ଣା ସର୍ବଦା ପ୍ରସନ୍ନ ରହିଥାନ୍ତି । ଏହା ଦ୍ୱାରା ଘରେ ସର୍ବଦା ଧନ ରତ୍ନ ଭରି କରି ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।