Odisha News Portal

Beauty Tips – ଏହି ଘରୋଇ ଉପାୟରେ ଫେସ୍ ରେ ଆଣନ୍ତୁ ହୀରାଭଳି ଚମକ

ବର୍ତ୍ତମାନ ସମୟରେ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ନିଜ ସୌନ୍ଦର୍ଯ୍ୟ କୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । ସୁନ୍ଦର ଦେଖାଯିବା ପାଇଁ ସେମାନେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟ ଗୁଡିକ ୟୁଜ୍ କରିଥାନ୍ତି । କିନ୍ତୁ ସେଗୁଡିକ ଆମ ଫେସ୍ ପାଇଁ ହାନିକାରକ ହୋଇଥାଏ ଏବଂ ଫେସ୍ ର ପ୍ରକୃତ ସୌନ୍ଦର୍ଯ୍ୟକୁ ବହୁତ ଅଳ୍ପ ଦିନରେ ନଷ୍ଟ କରି ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି 5 ଟି ସହଜ ସରଳ ଘରୋଇ ଉପାୟ ବିଷୟରେ ଜଣେଇବୁ , ଯାହାକୁ ପ୍ରୟୋଗ କରି ଆପଣ ମାନେ ଆପଣ ମାନଙ୍କର ସୌନ୍ଦର୍ଯ୍ୟକୁ ହୀରା ଭଳି ଚମକାଇ ପାରିବେ । ନିଜର ପ୍ରକୃତିକ ଗ୍ଲୋଇଙ୍ଗ ନେସ୍ ଫେରି ପାଇବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

ଟିପ୍ସ ନମ୍ୱର -1 ବିଟ୍ ରସ

ବିଟ ଏପରି ଏକ ପରିବା , ଯାହାର ଉପଯୋଗରେ ଉଭୟ କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟ ଚର୍ଚ୍ଚା ହୋଇଥାଏ । ନିୟମିତ ବିଟ୍ ରସ ପିଇଲେ ତ୍ୱଚାର ସମସ୍ତ ସମସ୍ୟା ଦୂର ହେବା ସହ ରଙ୍ଗ ସଫା ହୋଇଥାଏ ।

ଟିପ୍ସ ନମ୍ୱର -2 ଘି କୁଆଁରୀ

ଘି କୁଆଁରୀ ଘରେ ଯଦି ଘି କୁଆଁରୀ ଗଛ ଅଛି , ତାହାର ରସକୁ ତ୍ୱଚାରେ ଲଗାନ୍ତୁ । ଏହା ସନ – ଟ୍ୟାନରୁ ରକ୍ଷା କରିବା ସହ ତ୍ୱଚାର ରଙ୍ଗ ସଫା କରିଥାଏ । ତ୍ୱଚାରେ ଭାଙ୍ଗ ପଡୁଥିଲେ କିମ୍ୱା କଳାଦାଗ ପଡୁଥିଲେ ଏହା ଲଗାନ୍ତୁ , ଖୁବ୍ ସହାୟକ ହେବ ।

ଟିପ୍ସ ନମ୍ୱର -3 କଦଳୀ , ଲେମ୍ୱୁ

ତ୍ୱାଚାର ଚମକ ଆଣିବା ନିମନ୍ତେ 2 ଚାମଚ ଲେମ୍ୱୁ ରସରେ କଦଳୀ ଚକଟି ମୁହଁରେ ଲଗାନ୍ତୁ । 30 ମିନିଟ ପରେ ମୁହଁ ଧୋଇବା ପରେ ତ୍ୱଚାର ଉଜ୍ଜ୍ୱଳତା ଲକ୍ଷ କରିହେବ । କଦଳୀ ଓ ଚିନିକୁ ମିଶାଇ ମୁହଁରେ ଘୋଷିଲେ , ଏହା ସ୍କର୍ବ ପରି କାମ କରେ ।

ଟିପ୍ସ ନମ୍ୱର – 4 ଆମୃତଭଣ୍ଡା
ପାଚିଲା ଅମୃତଭଣ୍ଡା ଖାଇବା ସହ ଏହାର ରସକୁ କୌଣସି ପ୍ୟାକରେ ଉପଯୋଗ କରନ୍ତୁ । ବାହାରୁ ଫେରିବା ପରେ ଅମୃତଭଣ୍ଡା ପ୍ୟାକ ଲଗାନ୍ତୁ , 10 ମିନିଟ ପରେ ତ୍ୱାଚାକୁ ଧୋଇନେବେ ।

ଟିପ୍ସ ନମ୍ୱର -5 ବେସନ .ଦହି
ତ୍ୱଚାର ତୈଳତାକୁ ଦୂର କରିବା ପାଇଁ ବେସନରେ ଅଳ୍ପ ଦହି ମିଶାଇ ପ୍ୟାକ ଭଳି ଲଗାନ୍ତୁ । ଦେଖିବେ ସମସ୍ୟାର ସମାଧାନ ହୋଇଯିବ ।

ଏହି ଉପାୟ ମାଧ୍ୟମରେ ଆପଣ ମାନେ ନିଜର ସୌନ୍ଦର୍ଯ୍ୟକୁ ଅଧିକ ରୁ ଅଧିକ ଚମକାଇ ପାରିବେ । ଏହା ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଉପଚାର ଅଟେ ଏଥିରେ କୌଣସି ପ୍ରକାର ସାଇଟ ଇଫେକ୍ଟ ମଧ୍ୟ ନଥାଏ । ଆପଣ ମାନେ ଏହାକୁ ନିୟମିତ ବ୍ୟବହାର କରି ପାରିବେ , ଏହା ଆପଣ ମାନଙ୍କ ସୌମ୍ଦର୍ଯ୍ୟକୁ ହୀରା ଭଳି ଚମକାଇବାରେ ସାହାର୍ଯ୍ୟ କରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।