Odisha News Portal

ଏହି ଘରୋଇ ଉପଚାର ଦ୍ଵାରା ଆପଣଙ୍କ କେଶ ଝଡ଼ିବା ସମସ୍ୟା ହେବ ଦୂର, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ ୧୦୦ % ଗ୍ୟାରେଣ୍ଟି

ବନ୍ଧୁଗଣ ଆଜିର ଦୁନିଆରେ ଯୁବପିଢ଼ିଙ୍କର କେଶ ଝଡିବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଇଛି। ଏହା ପଛର ମୁଖ୍ୟ କାରଣ ଅନେକ ରହିଥାଏ ତା ମଧ୍ୟରୁ କିଛି ପ୍ରମୁଖ କାରଣ ହେଲା ବିଭିନ୍ନ ରାସାୟନିକ ତତ୍ତ୍ବ ଥିବା ଶ୍ୟାମ୍ପୁ ବ୍ୟବହାର କରିବା, ନିୟମିତ ଭାବେ କେଶ ଷ୍ଟ୍ରେଟ ଓ କଲର କରାଇବା। ତେବେ ଅନେକ ସମୟରେ ଏଥିପାଇଁ ଲୋକେ ଚିନ୍ତାରେ ମଧ୍ୟ ରହିଥାନ୍ତି। କାରଣ ଚୁଟି ଝଡ଼ିବା ବା ପତଳା ହେବା କାରଣରୁ ଏହା ନିଜର ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏଥିପାଇଁ ଯୁବକ ଯୁବତୀ ମାନେ ଅନେକ ପ୍ରକାର ଉପାୟ ଅବଲମ୍ବନ କରନ୍ତି ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ।

ଅନେକାଂଶରେ ଏହା ସେମାନଙ୍କ ପାଇଁ ସେତିକି ଫଳପ୍ରଦ ହୋଇ ନଥାଏ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଘନ ଏବଂ ସୁନ୍ଦର କେଶ ପାଇବା ନିମନ୍ତେ ସରଳ ଉପଚାର କରିବାର ଆବଶ୍ୟକତା ରହିଛି ଯାହା ରାସାୟନିକ ତତ୍ତ୍ଵ ଉପରେ ଆଧାରିତ ହେଉ ନଥିବ। ସେହିଭଳି ଏକ ସରଳ ଏବଂ ଘରୋଇ ଉପଚାର ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇ ପାରିବ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ଏବଂ ବ୍ୟବହାର କରିବା ପ୍ରଣାଳୀ ବିଷୟରେ।

ଆବଶ୍ୟକୀୟ ଉପକରଣ-

କିଛି ଭୁସୁଙ୍ଗା ପତ୍ର, ଅଧା କପ୍ ପାଣି,ଏକ ଛାଙ୍କୁଣି ଏବଂ ଗୋଟିଏ ସ୍ପ୍ରେ ବୋତଲ ଓ ପାତ୍ର।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ କିଛି ସତେଜ ଭୁସୁଙ୍ଗା ପତ୍ର କୁ ନେଇ ଆପଣ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ଏହାକୁ ବାହାର କରି ଏକ ଛାଙ୍କୁଣୀ ସାହାଯ୍ୟରେ ଏହି ପତ୍ର ର ରସକୁ ଭଲ ଭାବରେ ଛାଙ୍କି ନିଅନ୍ତୁ। ଅବଶିଷ୍ଟ ଖଦଡ଼ ଅଂଶକୁ ଫିଙ୍ଗି ଦିଅନ୍ତୁ।ଏହି ରସକୁ ଆପଣ ଏକ ପାତ୍ରରେ ରଖି ପାରିବେ ଏହାର କେପ ଲଗାଇ କିମ୍ବା ଆପଣ ଏହାକୁ ଏକ ସ୍ପ୍ରେ ବୋତଲ ରେ ଭର୍ତ୍ତି ରଖି ରଖି ପାରିବେ ଯାହା ଦ୍ଵାରା ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସହଜ ହୋଇ ପାରିବ।

ବ୍ୟବହାର-

ଗୋଟିଏ ସ୍ପ୍ରେ ବୋତଲ ରେ ଭର୍ତ୍ତି କରି ରଖିଥିବା ଏହି ରସକୁ ଆପଣ ପ୍ରତିଦିନ କେଶ ମୂଳ ରେ ସ୍ପ୍ରେ କରି ଭଲଭାବରେ କେଶରେ ମାଲିସ କରନ୍ତୁ। ସପ୍ତାହକୁ ଅତି କମ୍ ରେ ୩ ଥର ଆପଣ କେଶକୁ ଧୋଇ ପାରିବେ। ଏହିଭଳି ପ୍ରତିଦିନ କରିବା ଦ୍ଵାରା ଆପଣଙ୍କ କେଶ ଝଡ଼ିବା ସମସ୍ୟା ନିଶ୍ଚିତ ଦୂର ହେବ। ଆପଣ ଯଦି ଏହି ଉପଚାର କୁ କରିବାକୁ ଚାହୁଁଛନ୍ତି ତେବେ ମାତ୍ର ୭ ଦିନ ପରେ ଆପଣ ଏହାର ପ୍ରଭାବ ଜାଣି ପାରିବେ।ଏହା ଆପଣଙ୍କ ଦୁର୍ବଳ କେଶ ପାଇଁ ମଧ୍ୟ ବିଶେଷ ଉପଯୋଗୀ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।