Odisha News Portal

ଏହି ଛୋଟ ଝିଅଟି ମାତ୍ର 22ଦିନରେ 57ପୃଷ୍ଠାରେ ସମ୍ପୂର୍ଣୟ ରାମାୟଣ ଲେଖିଲେ କୁନି ଝିଅଟି ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ସାନ ସିନା କାମ କିନ୍ତୁ ବଡ । ସତରେ କିଛି କରି ଦେଖାଇବାର ଇଚ୍ଛା ବୟସକୁ ବି ପଛରେ ପକାଇଦିଏ । ନିଜର ବୁଦ୍ଧି ଏବଂ ଆତ୍ମ ବିଶ୍ବାସ ପାଇଂ ଆଜି ଏମିତି ଏକ କୁନି ଝିଅଟି ଏତେ ବଡ କାମ କରି ଦେଖାଇଛି ଯେ ତାହାକୁ ବର୍ଣ୍ଣନା କରିବା ବି ଅସମ୍ଭବ । ଏମିତି ଏକ କୁନି ଝିଅ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ ।

ଆମର ପୌରାଣିକ ପୁରାଣଶାସ୍ତ୍ର ରାମାୟଣ ଏମିତି ଏକ କାହାଣୀ ଯାହା ପ୍ରାୟ ଆମ ସମସ୍ତଙ୍କର ବହୁତ ପସନ୍ଦ ଆସିଥାଏ । ଏହି କାହାଣୀକୁ ଲେଖି ଜଣେ କୁନି ଝିଅ ବର୍ତ୍ତମାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ନିଜର ନୂଆ ରେକର୍ଡ ଯୋଡି ପାରିଛନ୍ତି ।

ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ଏହା ସତ । ମାତ୍ର 22 ଦିନ ରେ 57 ପୃଷ୍ଟାର ସମଗ୍ର ରାମାୟଣ ଲେଖି 8 ବର୍ଷର କୁନି ଝିଅ ଶୁଶ୍ରି ଈଶିତା ଆଚାରୀ ନିଜର କୃତିତ୍ବ ଜାହିର କରିଛନ୍ତି । ରାମାୟଣର କାହାଣୀ ଲେଖିବାରେ ସେ ସର୍ବ କନିଷ୍ଠ ଲେଖିକା ଭାବେ ନୂତନ ରେକର୍ଡ କରିଛନ୍ତି ।

ବ୍ରହ୍ମପୁରର ଡିଫେନ୍ସ କଲୋନୀର ନିବାସୀ ଶ୍ରୀ ରୁଦ୍ର ପ୍ରସାଦ ଆଚାରୀ , ଶ୍ରୀମତୀ ପଦ୍ମିନୀ ଆଚାରୀଙ୍କ ନାତୁଣୀ ତଥା ଶ୍ରୀ ସନ୍ଜିତ ଆଚାରୀ, ରଶ୍ମିତା ଆଚାରୀଙ୍କ ସୁକନ୍ୟା ଶୁଶ୍ରୀ ଈଶିତା ଏହି କୃତିତ୍ବ ପାଇଁ ବିସ୍ମୟ କନିଷ୍ଠା ଲେଖିକା ଭାବେ ନିଜର ପରିଚୟ ଆଣିଛନ୍ତି । ଏବେ ଏହି କୁନି ତଥା ବିସ୍ମୟ ଲେଖିକା ଚେନ୍ନାଇରେ ବାପା ମାଁ ସହିତ ରହି ସ୍ଥାନୀୟ ଏନ୍ଏସ୍ଏନ୍ ମେମୋରିଆଲ ସ୍କୁଲରେ ଷ୍ଟାଣ୍ଡାର୍ଡ 3ରେ ପାଢ ପଢୁଛନ୍ତି ।

ଈଶିତାଙ୍କ କହିବା ଅନୁଯାୟୀ ପିଲାବେଳୁ ରାମାୟଣ ପ୍ରତି ତାଙ୍କର ବହୁତ ଆଗ୍ରହ ରହିଥିଲା । ତେଣୁ ସେ ତାଙ୍କ ଜେଜେଙ୍କୁ ରାମାୟଣ ବିଷୟରେ ସବୁ କଥା ପଚାରି ବୁଝନ୍ତି । ଯେତେବେଳେ ଲକଡାଉନ ଆରମ୍ଭ ହେଲା ସେହି ସମୟରେ ଟିଭିରେ ରାମାୟଣର ଟେଲିକାଷ୍ଟ ଆରମ୍ଭ ହେଲା ଏବଂ ତାଙ୍କୁ ବହୁତ ଖୁସି ଲାଗିଲା । ଏହାପରେ ସେ ରାମାୟଣ ଦେଖିବାକୁ ଲାଗିଲେ ଏବଂ ଏହାକୁ ଦେଖି ସେ ରାମାୟଣ ଲେଖିବା ପାଇଁ ଭାବିଲେ ଓ ଲେଖିବା ଆରମ୍ଭ କରିଦେଲେ ।

ଦିନକୁ 2-3 ପେଜ୍ ରାମାୟଣ ଲେଖୁଥିଲେ । କିଛି ଦିନ ପରେ ଯେତେବେଳେ ଏହାକୁ ନିଜର ବାପାମାଁଙ୍କୁ ଦେଖେଇଲେ ସେମାନେ ଏହାକୁ ପଢ଼ି ବହୁତ ଖୁସି ହୋଇଗଲେ ଏବଂ ସେ ନିଜର ଏହିଭଳି ଏଚିଭମେଣ୍ଟ ପାଇଁ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।

ଅତି କମ୍ ବୟସରେ ଶୁଶ୍ରି ଈଶିତା ମାତ୍ର 22 ଦିନରେ ରାମାୟଣର କାହାଣୀ ଲେଖିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଭିନ୍ନ ମହଲରୁ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ସେହି କୁନି ଝିଅ ପାଇଁ ଶୁଭେଚ୍ଛାର ଶୁଅ ଛୁଟୁଥିବା ବେଳେ ତାଙ୍କ ପିତାମାତାଙ୍କୁ ଲୋକାମାନେ ଝିଅର କୃତିତ୍ବ ପାଇଁ ଅଭିନନ୍ଦନ ଜଣାଉଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଶୁଶ୍ରି ନିଜର ପ୍ରତିଭା ବଳରେ ଆଜି ସାରା ଦେଶରେ ଅତେ କମ୍ ବୟସରୁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ନିହାତି ଅତି ଗର୍ବର ବିଷୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।