Odisha News Portal

Femily Tips – ଏହି ବୟସରେ ମହିଳା ମା’ ହେଲେ ବୁଦ୍ଧିମାନ ହୋଇଥାଏ ଛୁଆ, ଜାଣନ୍ତୁ ବୟସ ଓ କାରଣ…ପ୍ରତ୍ୟେକ ମାଆ” ଥରୁଟିଏ ନିଶ୍ଚୟ ଦେଖନ୍ତୁ

ପ୍ରତ୍ୟେକ ମହିଳା ମାନେ ତାଙ୍କର ଆଗାମୀ ହେବାକୁ ଥିବା ସନ୍ତାନ ପ୍ରତି ଅଧିକ ଚିନ୍ତାଗ୍ରସ୍ତ ରହିଥାନ୍ତି ଏବଂ ପ୍ରତ୍ୟେକ ମା ସେମାନଙ୍କର ପିଲା ବୁଦ୍ଦିମାନ ହେଉ ବୋଲି ଚାହିଁଥାନ୍ତି । ଆଜିର ଦିନରେ ବା ଆଜିକାଲି ର ସମାଜରେ ପ୍ରାୟ ଦେଖିବାକୁ ମିଳେ କି ଝିଅ ମାନଙ୍କୁ 20 ରୁ 22 ବର୍ଷ ମଧ୍ୟରେ ସେମାନଙ୍କର ବିବାହ କରି ଦିଆଯାଏ । ବିବାହ ପରେ ସେମାନଙ୍କର ସନ୍ତାନ ମଧ୍ୟ ଜନ୍ମ ହୋଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ବିବାହର ସଠିକ ବୟସ ଏବଂ ପିଲା ଜନ୍ମ ହେବାର ଉଚିତ୍ ବୟସ ବିଷୟରେ ଜଣେଇବୁ ।

ଏକ ପରିକ୍ଷଣ ଅନୁସାରେ , ଯାହାର ତଥ୍ୟ ସାମ୍ନାକୁ ଆସିବା ପରେ ଝିଅମାନଙ୍କ ଉଚିତ ବିବାହ ବୟସ ଏବଂ ଛୁଆ ଜନ୍ମ କରିବାର ଉଚିତ୍ ବୟସ ଜଣା ପଡିଛି । ତଥ୍ୟ ଅନୁସାରେ କେଉଁ ବୟସରେ ଛୁଆ ଜନ୍ମ କଲେ ଛୁଆ ସତେଜ , ବୁଦ୍ଧିମାନ ହେବା ସହିତ ଚାଲାକ ମଧ୍ୟ ହୋଇଥାଏ । ପରିକ୍ଷଣ ଅନୁସାରେ ଝିଅ ମାନଙ୍କର ଠିକ୍ ବୟସ ଅର୍ଥାତ୍ 30 ବର୍ଷ ବୟସରେ ମା ହୁଅନ୍ତି , ତେବେ ମହିଳାଙ୍କ ୟୁଟ୍ରେସ କ୍ୟାନସର ହେବାର ଆଶଙ୍କା କମ୍ ହୋଇଯାଇଥାଏ । ବିଭିନ୍ନ ତଥ୍ୟ କହେ କି ଏହି ବୟସରେ ମହିଳା ମାନେ ସମ୍ପୂର୍ଣ୍ଣ ସେଟେଲ ହୋଇଯାଆନ୍ତି ଏବଂ ମାନସିକ ସ୍ତରରେ ମଧ୍ୟ ମା ହେବାକୁ ନିଜକୁ ସମ୍ଭାଳିଥାନ୍ତି ।

ମା ଭିତରେ ଉତ୍ତମ ପ୍ରଭାବ ତାର ଗର୍ଭରେ ବଢୁଥିବା ସନ୍ତାନ ଉପରେ ପଡିଥାଏ , ଯଦି ଜଣେ ମା ଛୁଆକୁ ଜନ୍ମ କରିବା ସମୟରେ ମାନସିକ ରୂପରେ ସୁସ୍ଥ ରହିବ । ତେବେ ଛୁଆ ମଧ୍ୟ ନିଶ୍ଚିତ ଭାବେ ସୁସ୍ଥ ଏବଂ ବୁଦ୍ଦିମାନ ଭାବେ ଜନ୍ମ ନେବ । ତେଣୁ କୁହାଯାଏ କି ଯେଉଁ ଝିଅ ମାନଙ୍କର ଅଳ୍ପ ବୟସରୁ ବିବାହ କରିଥିନ୍ତି , ସେମାନଙ୍କ ଗର୍ଭରୁ ଜନ୍ମ ହୋଇଥିବା ପିଲା ର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହୋଇନଥାଏ । ମାନସିକ ସ୍ତରରେ ସେମାନେ ଦୁର୍ବଳ ରହିଥାନ୍ତି , ବିଭିନ୍ନ ପ୍ରକାର ଅସୁବିଧାର ମଧ୍ୟ ସମ୍ମୁଖୀନ କରିଥାନ୍ତି ।

ତେଣୁ ପ୍ରତ୍ୟେକ ମହିଳା ମାନେ ଏକ ସୁସ୍ଥ ଓ ବୁଦ୍ଦିମାନ ଛୁଅ ପାଇବା ପାଇଁ ଚାହୁଛନ୍ତି , ତେବେ ସେମାନେ ପାଖାପାଖି 30 ବର୍ଷ ବୟସରେ ମା ହେଲେ ଏହାର ସକରାତ୍ମକ ପ୍ରଭାବ ଛୁଆ ଉପରେ ପଡିଥାଏ । ପିଲାଟି ସୁସ୍ଥ ସବଳ ହେବା ସହ ମାନସିକ ସ୍ଥିତି ମଧ୍ୟ ଭଲ ରହିଥାଏ , ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଦକ୍ଷ ବୋଲି ବିବେଚିତ କରିଥାଏ । ତେଣୁ ଆପଣ ମାନେ ଅଳ୍ପ ବୟସରୁ ବିବାହ କରି ନିଜ ଆଗାମୀ ପିଢୀ ମାନଙ୍କୁ ଅସୁସ୍ଥ କରନ୍ତୁ ନାହିଁ ଏବଂ ମାନସିକ ସ୍ତରରେ ସେମାନଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରନ୍ତୁ । ତେବେ ଯାଇ ଆପଣ ମାନେ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିବା ସହ ବୁଦ୍ଦିମାନ ଏବଂ ସୁସ୍ଥ ସନ୍ତାନଟିଏ ପାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।