Odisha News Portal

ଦେଖନ୍ତୁ ଭିଡ଼ିଓ – ଆଶ୍ଚର୍ଯ୍ୟ ! ଏହି ଅଜବ ଦୃଶ୍ୟ ଦେଖିଲେ ଆପଣ ବି ହୋଇଯିବେ ତାଯୁବ ଭିଡ଼ିଓଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆମେ ଯେତେବେଳେ ରାସ୍ତାରେ ଯାଉ, ସେତେବେଳେ ଆମ ଅନେକ କିଛି ଘଟଣାକୁ ସମୟ କ୍ରମେ ସାମ୍ନା କରିଥାଉ। କିନ୍ତୁ କିଛି ଘଟଣା ଏମିତି ଥାଏ ଯାହା ପଶୁ ପକ୍ଷୀ ଙ୍କ ସହ ଜଡ଼ିତ ଥାଏ, ଯେଉଁ ଘଟଣା ପ୍ରତି ଆମେ ଆଦୌ ଭ୍ରୁକ୍ଷେପ କରି ନଥାଉ। ତଥାପି ଆଜିର ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଜୀବଜନ୍ତୁ ଙ୍କୁ ସେବା କରିବା ସେମାନଙ୍କ ଜୀବନରେ ବ୍ରତ ଭାବରେ ବାଛି ନେଇଛନ୍ତି। ତେବେ ଏହି ନିକଟରେ ଏମିତି ଏକ ହୃଦୟକୁ ଛୁଇଁଲା ଭଲି ଘଟଣା ଘଟିଛି। ଆଉ ଏହି ଘଟଣାଟି ଭୁବନେଶ୍ୱର ଲକ୍ଷ୍ମିସାଗର ଅଞ୍ଚଳରେ ଘଟିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣା ଅନୁସାରେ ଏକ କଳା ରଙ୍ଗର ବଡ଼ ଷଣ୍ଢ ଟିଏ ରାସ୍ତାରେ ଯାଉଥିବା ସମୟରେ ବାତ ମାରିବାରୁ ନର୍ଦ୍ଦମା ରେ ଗଳି ପଡ଼ିଥିଲା। ତେବେ ଏହି ଷଣ୍ଢ ଟି କିଛି ସମୟ ଧରି ସେଠାରେ ପଡି ରହିଥିଲେ ମଧ୍ୟ ସେଠାରେ ଏହାକୁ ଦେଖିବା ପାଇଁ ଜମା ହୋଇଥିବା ଲୋକେ ଏହାର ଫୋଟୋ ଉଠାଇବାରେ ଲାଗିଥିଲେ। କିନ୍ତୁ କେହି ବି ଷଣ୍ଢ ଟିକୁ ସାହାଯ୍ୟ କରିବା କିମ୍ବା ଉଦ୍ଧାର କରିବା ପାଇଁ ଚେଷ୍ଟା କରି ନଥିଲେ କି ସେ ବିଷୟରେ ଚିନ୍ତା କରି ନଥିଲେ।ପରେ କିଛି ଲୋକ ଦମକଳ ବାହିନୀ କୁ ଫୋନ୍ କରି ସେମାନଙ୍କ ସହଯୋଗ ରେ ଷଣ୍ଢ ଟିକୁ ସେଠାରୁ ଉଦ୍ଧାର କରିଥିଲେ। ଖାଲି ସେତିକି ନୁହେଁ ସେମାନେ ସେହି ଆହତ ଶଣ୍ଢ ଟିକୁ ଡାକ୍ତର ଡାକି ଚିକିତ୍ସା ମଧ୍ୟ କରାଇଥିଲେ।

ଆହତ ଷଣ୍ଢ ଟି ଠିକ୍ ଭାବରେ ଚାଲି ପାରୁ ନଥିଲା। ତେଣୁ କିଛି ସମୟ ଧରି ସେ ସେଠାରେ ପଡି ରହିଲା ଏବଂ କିଛି ସମୟ ପରେ ସେ ଉଠିବାକୁ ଚେଷ୍ଟା କରିଥିଲା ଏବଂ ପୁଣି ଥରେ ସେ ନର୍ଦ୍ଦମା ରେ ପଡି ଯାଇଥିଲା। ଏହାପରେ ଲୋକେ ଏହାକୁ ଜାଣି ପାରି ପୁଣି ଷଣ୍ଢ ଟିକୁ ନାଳ ରୁ ବାହାର କରିଥିଲେ କିନ୍ତୁ ଏଥର ସେମାନେ ତାକୁ ଆଉ ରାସ୍ତାରେ ଛାଡ଼ି ନଥିଲେ। ଲୋକ ମାନେ ଜେସିବି ସାହାଯ୍ୟରେ ଷଣ୍ଢ ଟିକୁ ସେଠାରୁ ଉଠାଇ ତାକୁ ମେଲଣ ପଡିଆକୁ ନେଇ ସେଠାରେ ଛାଡ଼ି ଦେଇଥିଲେ। ବହୁତ୍ ସମୟ ଧରି ସେହି ଯୁବକ ମାନେ ତାର ସେବା ମଧ୍ୟ କରିଥିଲେ। ଆହତ ଷଣ୍ଢ ର ଯତ୍ନ ନେଇଥିଲେ। ତାକୁ ସୁସ୍ଥ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ।

କିନ୍ତୁ ଭଗବାନ ଙ୍କ ଇଚ୍ଛା ବୋଧେ କିଛି ଅଲଗା ଥିଲା। କାରଣ ଏତେ ପରେ ବି ଲୋକ ମାନଙ୍କର ଅନେକ ଚେଷ୍ଟା ପରେ ବି ତା ପରଦିନ ସକାଳେ ଷଣ୍ଢ ଟି ପୁଣି ଏକ ପୋଖରି ରେ ପଡି ଯାଇଥିଲା ଏବଂ ତାର ଏଥିରେ ମୃତ୍ୟୁ ଘଟିଛି। ଆଉ ସେହି ଯୁବକ ମାନେ ପୁଣି ଷଣ୍ଢ ଟିକୁ ସେଠାରୁ ଉଦ୍ଧାର କରି ତାକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାର ଶେଷ କୃତ୍ୟ ସଂପନ୍ନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।