ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଗର୍ଭ ଧାରଣ କରିବା ପରେ ଜଣେ ମହିଳାଙ୍କ ମନରେ ଏକ ନୂତନ ଆଶା ସଞ୍ଚାର ହୋଇଥାଏ। ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ ସେତେବେଳେ ତାଙ୍କ ଶରୀରରେ ଅନେକ ପ୍ରକାର ଲକ୍ଷଣ ଦେଖା ଦେଇଥାଏ।ଆଉ ସେହି ଲକ୍ଷଣ ଗୁଡ଼ିକ ରୁ ଜଣା ପଡ଼ିଥାଏ କି ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି କି ନାହାନ୍ତି। ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସେହି ସବୁ ଲକ୍ଷଣ ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିବା, ଯେଉଁ ସବୁ ଲକ୍ଷଣ ଜଣାଇ ଥାଏ କି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ।ଆମେ ଆପଣଙ୍କୁ ୯ ଟି ଲକ୍ଷଣ କହିବୁ ଯାହା ଦ୍ଵାରା ସହଜରେ ଆପଣ ଜାଣି ପାରିବେ ଗର୍ଭ ଧାରଣ ସମ୍ପର୍କରେ।
ଲକ୍ଷଣ
୧) ପିରିଅଡ୍ସ ମିସ୍ ହେବା- ଯଦି ଆପଣଙ୍କ ମାସିକ ଋତୁସ୍ରାବ ହେବା ବନ୍ଦ ହୋଇଯାଏ ତେବେ ଏହା ଏକ ମୁଖ୍ୟ ଲକ୍ଷଣ ଯାହା ସୂଚାଇ ଥାଏ ଯେ ଆପଣ ଗର୍ଭବତୀ ଅଛନ୍ତି ବୋଲି।
୨) ହାଲକା ବ୍ଲିଡିଂ ହେବା- ଯେତେବେଳେ ୟୁଟେରସରେ ଏଗ ଫର୍ତିଲାଇଯ ହୁଏ ସେତେବେଳେ ହାଲକା ବ୍ଲିଡ଼ିଂ ହୋଇଥାଏ। ପ୍ରେଗ୍ନେଂସି ରହିବାର ଏକ ସପ୍ତାହ ପରେ ମହିଳାଙ୍କ ଶରୀରରେ ଏହି ଲକ୍ଷଣ ଦେଖା ଦେଇଥାଏ।
୩) ସ୍ତନାଗ୍ର ର ରଙ୍ଗ ବଦଳିବା- ଗର୍ଭ ଧାରଣ କରିବା ର କିଛି ଦିନ ପରେ ମହିଳାଙ୍କ ନିପିଲ୍ ର ରଙ୍ଗ ସାମାନ୍ୟ ଡାର୍କ ହୋଇଥାଏ ଏବଂ ସ୍ତନରେ ହାଲକା ଦରଜ ଅନୁଭୂତ ହୋଇଥାଏ।
୪) ଥକା ଲାଗିବା- ଗର୍ଭ ଧାରଣ କରିବାର ପ୍ରଥମ ମାସରେ ମହିଳାଙ୍କୁ ଅଧିକ ଥକା ଲାଗିଥାଏ। କାମ ନକଲେ ମଧ୍ୟ ବିଶ୍ରାମ ନେବାକୁ ଇଛା ହୁଏ।
୫) ବାରମ୍ବାର ପରିସ୍ରା ଲାଗିବା- ଏହି ଲକ୍ଷଣ ଦେଖାଦେଲେ ମଧ୍ୟ ଆପଣ ଜାଣି ପାରିବେ କି ଆପଣ ଗର୍ଭବତୀ ରହିଛନ୍ତି ବୋଲି। ହର୍ମୋନ ର କ୍ଷରଣ ହେବା କାରଣରୁ ଗର୍ଭ ଧାରଣ କରିଥିବା ମହିଳାଙ୍କ ପାଖରେ ଏହି ଲକ୍ଷଣ ଦେଖା ଦେଇଥାଏ।
୬) ବାନ୍ତି ଲାଗିବା ଓ ମୁଣ୍ଡ ବୁଲାଇବା– ଗର୍ଭ ଧାରଣ କରିବାର ପ୍ରଥମ ମାସରେ ମହିଳାଙ୍କୁ ବାନ୍ତି ବାନ୍ତି ଲାଗିଥାଏ ଏବଂ ମୁଣ୍ଡ ବୁଲାଇଥାଏ।
୭) କୋଷ୍ଠକାଠିନ୍ୟ ହେବା- ପ୍ରେଗ୍ନେନ୍ସି ସମୟରେ ଏଭଳି ହେବା ଏକ ସାଧାରଣ ଲକ୍ଷଣ। ଅଧିକ ସମସ୍ୟା ହେଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରି ଏହାକୁ ନିୟନ୍ତ୍ରଣ ରେ ଆଣି ପାରିବେ।
୮) ତଳି ପେଟରେ ଯନ୍ତ୍ରଣା ହେବା– ପ୍ରେଗ୍ନେନ୍ସିର ପ୍ରଥମ ମାସରେ ଗର୍ଭବତୀ ମହିଳା ଙ୍କ ପେଟର ତଳ ପଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।ଏହା ସମସ୍ତ ଲକ୍ଷଣ ମାନଙ୍କ ମଧ୍ୟରୁ ଅନ୍ୟତମ।
୯) ପିଠିରେ କଷ୍ଟ ହେବା- ଏହା ଗର୍ଭବତୀ ହେବାର ଏକ ବହୁତ ବଡ଼ ଲକ୍ଷଣ ଅଟେ।ପ୍ରେଗ୍ନେନ୍ସିର ପ୍ରଥମ ମାସରେ ଏହା ମହିଳାଙ୍କ କ୍ଷେତ୍ରରେ ଦେଖା ଦେଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।