Odisha News Portal

Pregnancy Tips – ଏହି 9 ଟି ଲକ୍ଷଣରୁ ଜାଣନ୍ତୁ କି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ

ଏହି ଦୁନିଆରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଜଣେ ମା ହିଁ ଲିଭେଇଥାଏ , ଏବଂ ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୂଲ୍ୟ ସାର୍ଥକ ହୋଇଥାଏ । ସବୁ ଝିଅଙ୍କର ମା ବନିକା ଏକ ପ୍ରାକର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଗୋଟିଏ ଝିଅ ଝିଅ ପାଇଁ ମା ବନିବା ଦୁନିଆଁର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ।

ଜଣେ ମା ନିଜ ଗର୍ଭରେ 9 ମାସ ଧରି ଜୀବନ ସହ ଲଢେଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ସ୍ୱପ୍ନ ହୋଇଥାଏ । ଆମ ସମାଜରେ ଏମିତି କିଛି ମହିଳାମାନେ ଅଛନ୍ତି ଯେଉଁମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସୀକୁ ବଦଳି ନଥାଏ । ଏବଂ ତାର ଜୀବନକୁ ସମ୍ପୂର୍ଣ୍ଣ ବଦଳି ଦେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଗର୍ଭବତୀ ହେବାର ପ୍ରଥମ ପର୍ଯ୍ୟାୟରେ ଦେଖାଯାଉଥିବା 9 ଟି ଲକ୍ଷଣ ବିଷୟରେ ।

ପ୍ରାଥମିକ ସ୍ତରରେ ଗର୍ଭବତୀ ହେବାର ଲକ୍ଷଣ :-

1. ବାରମ୍ୱାର ପରିସ୍ରା ଲାଗିବା :-

ଗର୍ଭବତୀ ହେବାର ପ୍ରଥମ ସ୍ତରରେ ମହିଳା ମାନଙ୍କୁ ବାରମ୍ୱାର ପରିସ୍ରା ଲାଗିଥାଏ । ଯଦି ଏହା ଆପଣଙ୍କ ସହ ହେଉଛି ତେବେ ଜାଣି ରଖନ୍ତୁ ଯେ ଆପଣ ମା ହେବାକୁ ଯାଉଛନ୍ତି । ଏହା ହୋରମନର ପରିବର୍ତ୍ତନ କାରଣରୁ ହୋଇଥାଏ ।

2. ଥକା ଓ ନିଦ ଲାଗିବା :-

ଗର୍ଭବତୀ ହେବାର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ପରଜେଷ୍ଟ୍ର ହୋରମନର କ୍ଷରଣ ଶରୀରରେ ଅଧିକ ହୋଇଥାଏ , ତେଣୁ ଏହି ସମୟରେ ଅଧିକ ଥକା ଲାଗିବା ସହ ନିଦ ମଧ୍ୟ ଲାଗିଥାଏ ।

3. ମାସିକ ଋତୁସ୍ରାବ ବନ୍ଦ ହେବା :-

ମହିଳା ମାନଙ୍କର ମାସିକ ଋତୁସ୍ରାବ ବନ୍ଦ ହେବା ଗର୍ଭବତୀ ହେବାର ଏକ ସ୍ପଷ୍ଟ ଲକ୍ଷଣ ଅଟେ ।

4. ସ୍ୱଭାବ ଓ ମୁଡରେ ପରିବର୍ତ୍ତନ ହେବା :-

ଗର୍ଭବତୀ ହେବାର ପ୍ରାଥମିକ ସ୍ତର ରେ ମହିଳା ମାନଙ୍କ ର ଶରୀରରେ ହୋରମନ ର ପରିବର୍ତ୍ତନ ଯୋଗୁଁ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଯାଏ ।

5 . ଖାଇବାର ଗନ୍ଧରୁ ବାନ୍ତି ଲାଗିବା :-

ମହିଳା ମାନେ ଗର୍ଭବତୀ ଅବସ୍ଥାରେ ଅନେକ ଖାଦ୍ୟ ଖାଇ ପାରନ୍ତି ନାହିଁ କାରଣ ଏମାନଙ୍କୁ ଖାଦ୍ୟର ଗନ୍ଧରୁ ବାନ୍ତି ଆସିଥାଏ ।

6. ସ୍ତନ ନରମ ହେବା :-

ଗର୍ଭବତୀ ହେବାର ପ୍ରାରମ୍ଭରୁ ମହିଳା ମାନଙ୍କ ସ୍ତନ ନରମ ଏବଂ ସଫ୍ଟ ହେବା ସହ ସେଥିରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

7. ଅଳ୍ପ ଋତୁସ୍ରାବ ହେବା :-

ମହିଳା ମାନଙ୍କ ଶରୀରରେ ପରଜେଷ୍ଟ୍ର ହୋରମନର କ୍ଷରଣ ଅଧିକ ହେବା ଯୋଗୁଁ କିଛି ଦିନ ପର୍ଯ୍ୟନ୍ତ ଅଳ୍ପ ଋତୁସ୍ରାବ ହୋଇଥାଏ ।

8. ମୁଣ୍ଡ ଯନ୍ତ୍ରଣା କରିବା :-

ଏହି ସମୟରେ ମହିଳା ମାନଙ୍କର ମୁଣ୍ଡ ଯନ୍ତ୍ରଣା କରିବା ସାଧାରଣ ଅଟେ , ଏହା ମଧ୍ୟ ହୋରମନ ର ପରିବର୍ତ୍ତନ କାରଣ ରୁ ହୋଇଥାଏ ।

9. କଷ୍ଟକାଠିନ୍ୟ ବା ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା :-

ଏହି ସବୁ ଲକ୍ଷଣ ଗର୍ଭବତୀ ହେବାର ପ୍ରଥମ ପର୍ଯ୍ୟାୟରେ ଦେଖାଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।