Odisha News Portal

Astro Predict – ଏହି 14 ବର୍ଷର ଛୋଟ ଜ୍ୟୋତିଷ ଫିକ୍ସ କରିଦେଲା ଡେଟ – କରୋନା ଏହି ତାରିଖରେ ଭାରତରୁ ହେବ ଅନ୍ତ…

କରନା ମହାମାରୀ ଦେଶରେ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଦେଶବାସୀ କରନା ମହାମାରୀ ସମୟରେ ଅସ୍ତବ୍ୟସ୍ତ ହୋଇ ପଡିଲେଣି।ଏବେ ଆୟତ୍ତ ବାହାରେ କରନା ସଂକ୍ରମଣର ସ୍ଥିତି। ସାରା ଦେଶରେ ସୃଷ୍ଟି ହୋଇଛି ଏକ ଭୟାନକ ସ୍ଥିତି। କରନା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବଢୁ ଛନ୍ତି ସେହିଭଳି ଭାବରେ କରନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅବଶ୍ୟ କରନା ରେ ଆକ୍ରାନ୍ତ ମାନେ ବହୁତ୍ ସଂଖ୍ୟାରେ ପ୍ରତିଦିନ ସୁସ୍ଥ ମଧ୍ୟ ହେଉଛନ୍ତି। ତେବେ ସାରା ଦେଶରେ କରନା ସଂକ୍ରମଣ ଦୈନିକ ରେକର୍ଡ ଛୁଁଥିବା ବେଳେ ଏହାକୁ ନେଇ ଏବେ ଏକ ଭୟାବହତା ଦେଖା ଦେଇଛି।

ଆଉ ଏହି ପରିପ୍ରେକ୍ଷୀରେ କରନା ଭାଇରସ୍ ର ଏହି ଦ୍ଵିତୀୟ ଲହର ର ସଂକ୍ରମଣ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ପକାଇବାରେ ଲାଗିଛି। ଫଳ ସ୍ୱରୂପ ହସ୍ପିଟାଲ୍ ରେ ବେଡ୍ ମିଳୁ ନଥିବା ବେଳେ ଆକ୍ରାନ୍ତ ଙ୍କୁ ଅକ୍ସିଜେନ୍ ମିଳୁନାହିଁ ଏବଂ ଏପରିକି ସଂକ୍ରମଣରେ ମୃତ୍ୟୁ ପରେ ଶ୍ମଶାନ ରେ ଶବ ଦାହ ପାଇଁ ଜାଗା ମଧ୍ୟ ମିଳୁନାହିଁ।ଏକ ଦୁଃଖଦାୟକ ସ୍ଥିତି ସୃଷ୍ଟି ହୋଇଛି ସାରା ଭାରତବର୍ଷ ରେ। ସମସ୍ତେ ନିଜର ଜୀବନକୁ ବଞ୍ଚାଇବା ପାଇଁ ଏକ ପ୍ରକାର ସଂଗ୍ରାମ ଜାରି ରଖିଛନ୍ତି। ତେବେ ଏହି ସମୟରେ ଅନେକ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଦେଶ କେବେ ଏହି ଭୟଙ୍କର ମହାମାରୀ ରୁ ମୁକ୍ତି ପାଇବ ଏବଂ କରନା ର ପ୍ରଭାବ କମିଯିବ।

ଏହାକୁ ନେଇ ଅନେକ ଜଣ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ମାଳିକା ମଧ୍ୟ ଏହା ଉପରେ ତାର ଭବିଷ୍ୟବାଣୀ କରିଛି। ଏହାକୁ ନେଇ ଜଣେ ୧୪ ବର୍ଷର ବାଳକ ଜ୍ୟୋତିର୍ବିଦ ଅଭିଜ୍ଞ ଆନନ୍ଦ ୨୦୧୮ ମସିହାରେ ଯେଉଁ ତଥ୍ୟ ଦେଇଥିଲେ ତାହା ଭୁଲ୍ ପ୍ରମାଣିତ ହୋଇଛି।ସେ କହିଥିଲେ ଏପ୍ରିଲ୍ ୨୦୨୧ ସୁଦ୍ଧା ଏହାର ପ୍ରଭାବ ଆଉ ରହିବ ନାହିଁ। ଏହାଛଡା ଅନ୍ୟ କିଛି ଭବିଷ୍ୟବାଣୀ ମଧ୍ୟ ସେ ଏହି ସମୟରେ କରିଥିଲେ ଯେମିତି ଆମେରିକା ଏବଂ ଇରାନ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବା ବିଷୟ ଉପରେ। ତେବେ ଏହାରି ଭିତରେ ସେ ପୁଣି ଥରେ ଭବିଷ୍ୟବାଣୀ କରିଛନ୍ତି କରନା ମହାମାରୀ ର ପ୍ରଭାବ ଉପରେ।

ସେ ଏବେ ପୁଣି ଥରେ କହିଛନ୍ତି ଯେ ଏହି ମହାମାରୀ ଚଳିତବର୍ଷ ଅର୍ଥାତ୍ ୨୦୨୧ ମସିହା ସେପ୍ଟେମ୍ବର ମାସର ଶେଷ ଆଡକୁ ଶେଷ ହୋଇଯିବ। ଭାରତ ଉପରେ ଏହାର ପ୍ରଭାବ ଆଉ ରହିବ ନାହିଁ ଏବଂ ଲୋକ ଏହି ଭଳି ଭୟାନକ ସ୍ଥିତି ର ମୁକାବିଲା ରେ ସଫଳ ହେବେ। ତେବେ ଏହି ତଥ୍ୟ ମାଳିକା ଵିଚାର ମଧ୍ୟ ଦେଇ ସାରିଛି ବହୁ ଆଗରୁ ଯେ ସେପ୍ଟେମ୍ବର ମାସରେ ହିଁ କରନା ମହାମାରୀ ର ପ୍ରଭାବ ଆଉ ରହିବ ନାହିଁ। ତେଣୁ ଆପଣମାନେ ଆଦୌ ଭୟଭୀତ ନହୋଇ କେବଳ ସଚେତନ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।