ଆମ ପରିବେଶରେ ଥିବା ସମସ୍ତ ତତ୍ତ୍ୱ ସର୍ବଦା କିଛି ନା କିଛି ତତ୍ତ୍ୱ ପ୍ରଦାନ କରିଥାନ୍ତି । ଏହି ସଙ୍କେତ ମାନଙ୍କ ଦ୍ୱାରା ଆମକୁ ଶୁଭ ଓ ଅଶୁଭର ଆଗୁଆ ସୂଚନା ମିଳିଥାଏ , ଏହି ସଙ୍କେତ ଆଖପାଖରେ ଥିବା ପଶୁ ମାନଙ୍କ ଠାରୁ ମଧ୍ୟ ମିଳି ଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜୀବ ଜନ୍ତୁ ମାନଙ୍କ ବିଷୟରେ , ଯେଉଁମାନେ ଆମ ଆଖପାଖରେ ରହି ଶୁଭ ଓ ଅଶୁଭ ସଙ୍କେତ ପ୍ରଦାନ କରିଥାନ୍ତି ।
1. ବିରାଡି :-
ଯେଉଁ ଘରେ ବିରାଡି ମାନେ କଳି କରୁଥିବାର ଶୁଭାଯାଏ , ସେହି ଘରେ କୌଣସି ବିଭ୍ରାଟ ଝଗଡା ଅଥବା ବିବାଦ ଦେଖାଯିବାର ସମ୍ଭାବନା ଥାଏ ।
2. ଗାଈ :-
ଯେଉଁ ଘର ଆଗରେ ଗାଈ ଟିଏ ଆସି ଜୋରରେ ବୋବାଳି ଛାଡେ , ସେହି ଘରେ ନିଶ୍ଚୟ ହିଁ ସୁଖର ବୃଦ୍ଧି ହୋଇଥାଏ । ଘର ବାହାରେ ଗାଈ ବୋବାଳି ର ଶବ୍ଦ ଶୁଭିବା ଏକ ଶୁଭ ସଙ୍କେତ ବିଚାର କରାଯାଏ ।
3. କୁକୁର :-
କୁକୁରର କାନ୍ଦିବା ଅଶୁଭ ସଙ୍କେତ ଅଟେ , ଯଦି କୌଣସି ଘରେ କୁକୁରଟିଏ ଜୋର୍ ସେ କାନ୍ଦିଥାଏ , ସେହି ଘରେ କୌଣସି ବିପଦ ଆସିବାର ସମ୍ଭାବନା ଥାଏ । ଏହି ବିପତ୍ତି କାହାର ମୃତ୍ୟୁର ସୂଚନା ସହିତ ଜଡିତ ମଧ୍ୟ ହୋଇପାରେ ।
4. ପିମ୍ପୁଡି :-
ଯେଉଁଘରେ କଳା ପିମ୍ପୁଡି ଦଳ ବଦଳ ଭାବରେ ଦେଖାଯାଆନ୍ତି , ସେହି ଘରେ ଐଶ୍ୱର୍ଯ୍ୟର ବୃଦ୍ଦି ହୋଇଥାଏ । କଳା ପିମ୍ପୁଡି ଯଦି ଏକ ଲାଇନ ରେ ଦେଖାଯାଆନ୍ତି ତେବେ ଏହାର ଅର୍ଥ ଗୃହରେ ମତଭେଦ ଦେଖାଦେଇ ପାରେ ।
5. ମୟୂର :-
ଯଦି କୌଣସି ଘରେ ମୟୂର ଆସି ବସେ କିମ୍ୱା ଘର ବାହାରେ ଦେଖାଯାଏ , ତେବେ ଏହା ଶୁଭ ସଙ୍କେତ ବିଚାପ କରାଯାଏ ।
6. ବିଛା :-
ଗୃହରେ ବିଛା ଯଦି ଏକ ଲାଇନରେ ଦେଖାଯାଆନ୍ତି ତେବେ ଏହା ଅଶୁଭ ସଙ୍କେତ ବିଚାର କରାଯାଏ । ଘରେ ଯଦି ଗୋଟିଏ ଲାଇନରେ ଗୋଟେ ଦୁଇଟା ବିଛା ଦେଖାଦିଅନ୍ତି , ତେବେ ଏହାର ଅର୍ଥ ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲିଯିବାର ଏହା ସୂଚନା ଦେଇଥାଏ ।
7. ଚୁଚୁନ୍ଦ୍ରା :-
ଯଦି ଗୃହରେ ଚୁଚୁନ୍ଦ୍ରା ଟିଏ ଦେଖାଦିଏ , ତେବେ ଏହା ଧନର ଦେବୀ ମା ଲକ୍ଷ୍ମୀଙ୍କର ଆଗମନର ସୂଚନା ଦେଇଥାଏ । ତେଣୁ ଚୁଚୁନ୍ଦ୍ରାକୁ ସବୁ ଦୃଷ୍ଟିରୁ ଶୁଭ ବୋଲି ବିଚାର କରାଯାଏ ।
8. କୋଇଲି :-
କୋଇଲି ଘର ଉପରେ ଉଡିବା ବା ଘରେ ଉପରେ ବସିବା ଏକ ଶୁଭ ସଙ୍କେତ ବିଚାର କରାଯାଏ । ଘରର ଛାତ ଉପରେ କୋଇଲି ବସିବା ଗୃହର ଉନ୍ନତିର ସୂଚନା ଦେଇଥାଏ ।
9. ଆହାତ ପକ୍ଷୀ :-
ଆହାତ ହୋଇଥିବା ପକ୍ଷୀ ଯଦି ଗୃହ ଉପରେ ପ଼ଡେ ତେବେ ଏହା ଏକ ଅଶୁଭ ସଙ୍କେତ ବିଚାର କରାଯାଏ । ଯଦି ଆହାତ ପକ୍ଷୀ ଘରର ଛାତ ରେ ପଡେ ତେବେ ଏହାର ଅର୍ଥ ଯେ ନିକଟରେ ଏକ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।