ଏହାର ସେବନ ଦ୍ୱାରା ଥଣ୍ଡା,କାଶ ଏବଂ କଫ ଥରକରେ ଦୂର ହୋଇଯିବ | Cold and Cough Remedies

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ କି ସ୍ୱାସ୍ଥ୍ୟ ହି ସମ୍ପଦ ଅଟେ | ଆଉ ଆମର ସ୍ୱାସ୍ଥ୍ୟ ର ଯତ୍ନ ନେବା ଆମର ଦାୟିତ୍ୱ ହୋଇଥାଏ |ଆଉ ସେଥିପାଇଁ ଆମେ ଆମ ଶରୀରରେ ଯାହା ବି ସମସ୍ୟା ଦେଖା ଦେଉ ନାଁ କାହିଁକି ସେଥିପ୍ରତି ସବୁବେଳେ ଯତ୍ନବାନ ରହିବା ଆବଶ୍ୟକ ହୋଇଥାଏ | ତେବେ ଯଦି ଆପଣଙ୍କ ଶରୀରରେ ଥଣ୍ଡା, କାଶ ଆଇ କଫ ଭଳି ସମସ୍ୟା ଦେଖା ଦେଉଛି | ଆଉ ଯାହା ପାଇଁ ଆପଣ ବହୁତ ଚିନ୍ତିତ ଅଛନ୍ତି, ତାହେଲେ ଆପଣ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ | ଏପରି ଗୋଟିଏ ଘରେଇ ଉପଚାର କୁ ବ୍ୟବହାର କରନ୍ତୁ ଯାହା ସାହାଯ୍ୟ ରେ ଏହି ଭଳି ସମସ୍ୟା ରୁ ଆପଣ ମାନେ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ |

ତେବେ ଥଣ୍ଡା, କାଶ, ଆଉ କଫ ଗୋଟିଏ ସାଧାରଣ ରୋଗ ବୋଲି ଆମେ ମାନେ ଭାବିଥାଉ | କିନ୍ତୁ ଏହି ରୋଗ ଯୋଗୁଁ ଯେ ମଣିଷ କେତେ ଅସୁବିଧା ଆଉ କଷ୍ଟ ଭୋଗିଥାଏ କେବଳ ଯାହାକୁ ରୋଗଟି ହେଇଥିବ ସିଏ ଜାଣଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଗୋଟିଏ ଘରେଇ ଉପଚାର ପ୍ରସ୍ତୁତି ବିଷୟରେ ଆଜି ଜାଣିବା | ଯାହାକୁ ବ୍ୟବହାର କରିଲେ ଏହି ସମସ୍ତ ରୋଗ ଦୂରେଇ ଯିବ |

ଆବଶ୍ୟକୀୟ ଉପକରଣ :-

ଜିରା, ତୁଳସୀ ପତ୍ର, ଅଦା ,ମହୁ, ଲବଙ୍ଗ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଆମକୁ ପ୍ରଥମେ ଗୋଟିଏ ଗଢେଇ କୁ ଗ୍ୟାସ ରେ ବସାଇ ସେଥିରେ ଦୁଇ ଗ୍ଲାସ ପାଣି ନେବା ପାଇଁ ପଡିବ | ତାହା ପରେ ସେଥିରେ ଗୋଟିଏ ଚାମଚ ଜିରା କୁ ପକାଇ ଫୁଟାଇବା ପାଇଁ ପଡିବ | ତେବେ ପାଣିଟି ଫୁଟି ପାଣିର ରଙ୍ଗ ବଦଳି ଗଲା ପରେ ଓ ପାଣି ଫୁଟିକି ଅଧା ହେଇଗଲା ପରେ ତାହାକୁ ଛାଣିଦେବ | ତାହା ପରେ ସେହି ଫୁଟା ଜିରା ପାଣିରେ 7-8 ଟି ତୁଳସୀ ପତ୍ର ଆଣିକି ପକାଇ ଦେବା | ତାପରେ ସେଥିରେ କିଛି ଅଦା କୁ ଛୋଟ ଛୋଟ କରିକି ସେହି ଫୁଟା ପାଣିରେ ପକେଇକି ଫୁଟାଇବା | ଆଉ ତାହାକୁ ଛାଣିକି ରଖିବା | ତାପରେ ଶେଷରେ ପ୍ରସ୍ତୁତ ପାଣିଟି ଥଣ୍ଡା ହେବା ଆଗରୁ ସେଥିରେ ଗୋଟିଏ ଚାମଚ ମହୁ ମିଶାଇ ତାହାକୁ ଭଲ ଭାବରେ ଗୋଳାଇ ଦେବା | ଏବେ ଆମର ମିଶ୍ରଣ ଟି ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-

ଏହି ମିଶ୍ରଙ୍କୁ ଆମେ ମାନେ ସକାଳେ ଖାଇବା ପରେ ବା ଖାଇବାର ଘଣ୍ଟେ ପୂର୍ବରୁ ବ୍ୟବହାର କରିବା |

ବନ୍ଦ ନାକରୁ ମୁକ୍ତି ପାଇବା ପାଇଁ ମିଶ୍ରଣ ପ୍ରସ୍ତୁତି :-

ତେବେ ବନ୍ଦ ନାକରୁ ମୁକ୍ତି ପାଇବା ପାଇଁ ହେଲେ ଆମେ ଜିରା କୁ ଫୁଟାଇ, ସେଥିରେ 6-7 ଟି ଲବଙ୍ଗ ପକାଇଦେବା ଓ ତାହାକୁ ଭଲ ଭାବରେ ଫୁଟାଇ ଦେବା | ତାହା ପରେ ସେହି ମିଶ୍ରଣ କୁ ଛାଣି ସେହି ଗରମ ପାଣିରେ ବାମ୍ଫ ନେବା | ଆଉ ଯାହା ଯୋଗୁଁ ବନ୍ଦ ନାକ ଜଣିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା |

ତେବେ ଏହିପରି ଭାବରେ ଆମେ ଘରେ ପ୍ରସ୍ତୁତ କରିଥିବା ମିଶ୍ରଣ କୁ ବ୍ୟବହାର କରିକି ଆମେ ଥଣ୍ଡା, କାଶ ଆଇ କଫ ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment