Health Tips – ଏହାକୁ କେବଳ ଥରେ ମାତ୍ର ଖାଆନ୍ତୁ, ଗ୍ୟାସ,ଏସିଡ଼ିଟି, ପେଟଫୁଲା ଭଲ ହୋଇ ପେଟ ସଫା ହୋଇଯିବ 100% ଗ୍ୟାରେଣ୍ଟି

ଗ୍ୟାସ , ଏସିଡିଟି , ପେଟ ଫୁଲିବା ଭଳି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି , ଖାଦ୍ୟ ଖାଇବା ପରେ ଯଦି ଆପଣଙ୍କୁ ଖଟା ହେକଟି ଆସୁଛି , କବଜ ଭଳି ସମସ୍ୟା ରହୁଅଛି ବା ଛାତିରେ ଜ୍ୱଳନ ହେଉଅଛି ତେବେ ଆଜି ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରି ଆପଣ ମାନେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଜାଇଫଳ
2. ଲେମ୍ୱୁ
3. ଧନିଆ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମ ରେମିଡିଟିକୁ ବନେଇବା ପାଇଁ ପ୍ରଥମେ ଆପଣଙ୍କୁ ଜାଇଫଳ ଗୁଣ୍ଡର ଆବଶ୍ୟକତା ପଡିବ । ଏକ ବାଉଲରେ ଦୁଇ ଚିମୁଟା ଜାଇଫଳ ଗୁଣ୍ଡ ସେଥିରେ ପକାନ୍ତୁ , ଏବେ ଏଥିପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଲେମ୍ୱ । ଏବେ ଏଥିରେ ଆପଣ ଫାଳେ ଲେମ୍ୱୁ ରସ ମିଶାଇ ଦିଅନ୍ତୁ , ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ ଏହାପରେ ଆପଣ ଏକ ଗ୍ଲାସ ଉଷମ ପାଣିର ସେବନ କରନ୍ତୁ । ଏହି ଉପାୟରେ ଯଦି ଆପଣ ଏହାର ସେବନ କରିବେ ତେବେ ଏହା ଆପଣଙ୍କ ପେଟ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ସକାଳୁ ଆପଣଙ୍କ ପେଟ ଭଲ ଭାବରେ ସଫା ହେବ ଏବଂ ଏସିଡିଟି ଭଳି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ୍ଣ ଦୂର ହୋଇଯିବ । ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ନିହାତି ଟ୍ରାଏ କରି ଦେଖନ୍ତୁ ।

ଦ୍ୱିତୀୟ ଉପଚାରଟି ଆପଣଙ୍କ ପେଟକୁ ସମ୍ପୂର୍ଣ୍ଣ ଥଣ଼୍ଡା ରଖିବ , ଦ୍ୱିତୀୟ ରେମିଡିକୁ ବନେଇବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ 2 ଗ୍ଲାସ ପାଣି ନିଅନ୍ତୁ । ପାଣିକୁ ଗରମ ହେବା ପାଇଁ ଦିଅନ୍ତୁ , ପାଣି ଅଳ୍ପ ଗରମ ହେବା ପରେ ଆପଣ ଏଥିରେ 2 ଚାମଚ ଧନିଆ ପକାନ୍ତୁ । ଏହାକୁ ଆପଣ ଗ୍ୟାସରେ ବସାଇ 5 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ , ଯେବେ ଆପଣଙ୍କୁ ଲାଗିବ ପାଣିର ରଙ୍ଗ ଚେଞ୍ଜ ହେବାକୁ ଲାଗିଲାଣି ତେବେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ । ତା ପରେ ଆପଣ ଏହାକୁ ଏମିତି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ , ଯେବେ ଏହା ସମ୍ପୂର୍ଣ୍ଣ ଥଣ୍ଡା ହୋଇଯିବ ତେବେ ଆପଣ ଏହାକୁ ଏକ ଗ୍ଲାସ କୁ ଛାଣି ନିଅନ୍ତୁ ।

ସେବନ ପ୍ରଣାଳୀ :-

ଏହି ପାଣିର ସେବନ ଆପଣଙ୍କୁ ଦିନ ସାରା କରିବାକୁ ହେବ , ଅଳ୍ପ ଅଳ୍ପ କରି ଦିନରେ 3 ଥର ଏହାର ସେବନ କରନ୍ତୁ । ଯେଉଁମାନେ କାମ କରିବାକୁ ବାହାରକୁ ଯାଉଛନ୍ତି ସେମାନେ ଦିନରେ 2 ଥର ଏହାର ସେବନ କରନ୍ତୁ । ଏହା ଆପଣଙ୍କ ପେଟକୁ ସମ୍ପୂର୍ଣ୍ଣ ଥଣ୍ଡା ରଖିବ ଏବଂ ପେଟ ଆପଣଙ୍କର ସଫା ହେବ ଓ ପେଟରେ ଗ୍ୟାସ ଏସିଡିଟି ଭଳି ସମସ୍ୟା ସମ୍ପୂର୍ଣ୍ଣ ଶେଷ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment