Odisha News Portal

ହେ ଭଗବାନ ଆଶ୍ଚର୍ଯ୍ୟ ,, ସୁଡଙ୍ଗ ଭିତରୁ ଦେଖାଯାଉଛି ଶ୍ରୀମନ୍ଦିର ବିଶ୍ବାସ ନହେଲେ ବି ସତ ! ମନରେ ଭକ୍ତିଥିଲେ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ..

ଆଜି ଆମେ ମାଳିକାର ଏମିତି ଏକ ସ୍ଥାନ ବିଷୟରେ କହିବାକୁ ୟାଉଛୁ ଯାହା ଶୁଣିବା ପରେ ଆପଣ ମାଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ନିଶ୍ଚୟ ମନ ବଳାଇବେ ସେହି ଜାଗାକୁ ଥରେ ଯାଇ ବୁଲି ଆସିବା ପାଇଂ । ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ । ତେଣୁ ପ୍ରତିଦିନ କିଛି ନାଁ କିଛି ଖବର ଭିଡିଓ, ଫୋଟ ସବୁ ଶେୟାର ହୋଇଥାଏ । ତେବେ ଏହି ଅଳ୍ପ କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ପାହାଡ ଏବଂ ତା ମଧ୍ୟରେ ଥିବା ଗୁମ୍ଫା ଗୁଡିକୁ ଦେଖିଥିବେ ।

ତେବେ ସେହି ପାହାଡଟି କଟକ ଜିଲ୍ଲାର ବାଙ୍କିରେ ତାହା ଅବସ୍ଥିତ । ଆଉ ସେହି ପାହାଡର ନାଁ ହେଉଛି ପାଣ୍ଡବ ବଖରା ପାହାଡ । ତେବେ ଏହି ପାହାଡ ଭିତରେ କିମ୍ବଦନ୍ତି ରହିଛି କି ପାଣ୍ଡବ ମାନେ ନିଜ ଅଜ୍ଞାତ ବାସ ସମୟରେ ଆସି ଏହି ଠାରେ କିଛି ସମୟ ବିତାଇଥିଲେ । ତେବେ ଏହା କେବଳ ଲୋକକଥା ନାଁ ଏହା ପଛରେ କିଛି ସତ୍ୟାସତ୍ୟ ରହିଛି ଆସନ୍ତୁ ଜାଣିବା ।

ପାଣ୍ଡବ ବଖରା ପାହାଡର ଗୋଟିଏ ଗୁମ୍ଫା ରହିଛି , ତାହାକୁ ଭାଲୁଗୁମ୍ଫା କୁହାଯାଏ । ଲୋକମାନଙ୍କ କହିବା ଅନୁଯାୟୀ ଏଠାରେ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ରୋଷେଇ କରି ଖାଉଥିଲେ । ଅନ୍ୟଏକ ଗୁମ୍ଫା ରହିଛି ଯେଉଂଠି ପାଞ୍ଚଟି ଶୟନ କରିବା ପାଇଂ ଜାଗା ରହିଛି , ତେଣୁ ବିଶ୍ବାସ କରାଯାଏ କି ପାଣ୍ଡାମାନେ ଆସି ଏହିଠାରେ ରହୁଥିଲେ ।

ଆଉ ଗୋଟିଏ ଶୟନ ପାଇଂ ଗୁମ୍ଫା ରହିଛି ଯେଉଂଠି କି ପାଣ୍ଡବମାନେ ତାଙ୍କ ସହିତ ଆଉ ଜଣେ ମୁନିଙ୍କୁ ଆଣିଥିଲେ ଏବଂ ସେ ସେଠାରେ ଶୟନ କରୁଥିଲେ ବୋଲି ଲୋକଙ୍କ କହିବା କଥା ।

ତେବେ ସେହି ଗୁମ୍ଫାରେ ଅନେକ ପୂରାତନ କଳାକୃତି ଏବଂ ଲେଖନୀ ମାନ ରହିଛି । ସେ କାଳର ଯେଉଁ କଳା, କାରୁକାର୍ଯ୍ୟ ରହିଥିଲା ପାଣ୍ଡବମାନଙ୍କର ସେ ସବୁ ଏପର୍ଯ୍ୟନ୍ତ ବି ସେଠାରେ ରହିଛି ଏବଂ ଦେଖିବା ପାଇଂ ମିଳିଛି ।

ସେଠାକାର ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ,ପାଣ୍ଡବ ମାନେ ଏହିଠାରେ ରହୁଥିବାର ଏହାର ନାମ ପାଣ୍ଡବଖରା ହୋଇଛି ବୋଲି ତାଙ୍କ ପୂର୍ବପୁରୁଷ ମାନେ କହୁଥିଲେ ।

ଗାଁ ଲୋକମାନେ ସେଠାରେ ବୁଲାବୁଲି କରନ୍ତି ଏବଂ ସମସ୍ତ ପର୍ବ ମଧ୍ୟ ସେଠାରେ ପାଳନ କରନ୍ତି । ଏହା ଭିତରେ ପାଞ୍ଚଟି ଗୁମ୍ଫା ରହିଛି ଏବଂ ରାସ୍ତା ବି ରହିଛି ପୁରୀ, ଖଣ୍ଡଗିରି କୁ । ସେଠାରେ ସଂନ୍ଧ୍ୟା ଏବଂ ରାତିରେ ଓଁକାର ଶବ୍ଦ ଶୁଣାଯାଏ ଏବଂ ଗୋଟିଏ ଝଟଣା ଆକାର ଗୁମ୍ବା ରହିଛି ଯେଉଁ ବାଟ ଦେଇ ପୁରୀକୁ ଯାଇ ହୁଏ ।

ପାଣ୍ଡବ ବଖରାରେ ରହିଛି ଏକ ସୁଡଙ୍ଗ ଏବଂ ଲୋକମାନେଙ୍କ କହିବା କଥା ଏହି ସୁଡଙ୍ଗରେ 3ଟି ରାସ୍ତା ରହିଛି । ଗୋଟିଏ ଶ୍ରୀକ୍ଷେତ୍ରକୁ , ଖଣ୍ଡଗିରି ପାହାଡକୁ ଏବଂ ଯାଯପୁର ଓଳାସୂଳିକୁ । ଆଉ ଗୋଟିଏ କିମ୍ବଦନ୍ତି ରହିଛି କି ଏହିଠାରେ ହୁଳହୁଳି ପକେଇଲେ ସେହି ସମୟରେ ପାଣି ବାହାରୁଥିଲା । ଏହି ପାହାଡର ଓଜତା ଭୂମି ଠାରୁ ପ୍ରାୟ 370 ମିଟର ଉଚ୍ଚ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।