Odisha News Portal

ଏହା ଏମିତି ଏକ ପୀଠ ଯାହାର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆମ ଦେଶ ଭାରତ ଏକ ଇଶ୍ୱର ବିଶ୍ୱାସୀ ଦେଶ କାରଣ ଏଠାରେ ସମସ୍ତ ଲୋକମାନେ ଇଶ୍ୱଙ୍କର ଉପରେ ଅଧିକ ବିଶ୍ୱସ କରନ୍ତି ଏବଂ ସେମାନଙ୍କର ସମସ୍ତ ଦୁଃଖକୁ ଇଶ୍ୱରଙ୍କ ପାଖରେ ଜଣାଇଥାନ୍ତି । ଆମ ଦେଶରେ ଅନେକ ମନ୍ଦିର ମାନ ରହିଛି ଏବଂ ସେହି ମନ୍ଦିରରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି ଯାହା ଅଧିକାଂଶ ଲୋକମାନଙ୍କୁ ଜଣା ନାହିଁ । ଆମ ଦେଶର ସମସ୍ତ ନାଗରୀକ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ଏବଂ ଅଧିକାଂଶ ସମୟ ଇଶ୍ୱରଙ୍କ ସେବାରେ ଅତିବାହିତ କରିଥାନ୍ତି । ଏମିତି ଅନେକ ମନ୍ଦିର ରହିଛି ଯେଉଁଠି ରହସ୍ୟମୟ କାହାଣୀମାନ ଲୁଚି ରହିଛି ଏବଂ ଶ୍ସତ୍ର ପୁରାଣରେ ବର୍ଣ୍ଣିତ ରହିଛି କି ମନ୍ଦିର ଏକ ପବିତ୍ର ଓ ପୂର୍ଣ୍ଣ ସ୍ଥାନ ବୋଲି କୁହାଯାଏ ।

ସେହି ସ୍ଥାନକୁ ଯେକୌଣସି ଲୋକ ନିଜର ମନସ୍କାମନା ନେଇ ଯାଇଥାଏ ତାର ସମସ୍ତ ଆଶା ପୂରଣ ହୋଇଥାଏ ଏବଂ ଭକ୍ତର ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଥାଏ । କୁହାଯାଏ କି ଯେଉଁ ଭକ୍ତ ମାନଙ୍କର ବିପଦ ସମୟ ଆସିଥାଏ ସେମାନେ ଇଶ୍ୱରଙ୍କ ଦର୍ଶନ କରିବା ମାତ୍ରେ ସେମାନଙ୍କର ସମସ୍ତ ବିପଦ ଦୂର ହୋଇ ଯାଇଥାଏ ।

ସେଥିପାଇଁ କୁହାଯାଏକି ସମସ୍ତ ଅନାଥ ମାନଙ୍କର ଏକ ମାତ୍ର ସାହା ସେହି ଇଶ୍ୱର ହିଁ ହୋଇଥାନ୍ତି । ଏମିତି ଏକ ମନ୍ଦିର ରହିଛି ଯେଉଁଠି ସାକ୍ଷାତ ଠାକୁର ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆଶୀର୍ବାଦ କରନ୍ତି , ତେବେ ଆସନ୍ତୁ ଜାଣିବା ସେହି ମନ୍ଦିରର ଗୁପ୍ତ ରହସ୍ୟ ବିଷୟରେ , ଯାହା ଏପର୍ଯ୍ୟନ୍ତ କୌଣସି ଲୋକମାନଙ୍କୁ ଜଣା ନାହିଁ ।

ତେବେ ସେହି ପବିତ୍ର ମନ୍ଦିରଟି ଉତ୍ତରାଖଣ୍ଡରେ ଅବସ୍ଥିତ ଏବଂ ସେହି ମନ୍ଦିରରେ ମା ଭଦ୍ରାକାଳୀ ପୂଜା ପାଇଥାନ୍ତି । ମାଙ୍କର ଏହି ମନ୍ଦିରଟି ଦେଖିବାକୁ ଯେତେ ମନୋରମ ସେତିକି ଅଲୌକିକ ମଧ୍ୟ ଏବଂ ଏହି ମନ୍ଦିର ବିଷୟରେ ଅନେକ ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ରହିଛି । ଶାସ୍ତ୍ର ପୁରାଣ ଅନୁସାରେ ଏହି ମନ୍ଦିରକୁ ସାନ୍ଦଲ୍ୟ ଋଷିଙ୍କ କନ୍ୟା ଓ ତାଙ୍କ ସଖୀ ମାନଙ୍କ ସହିତ ମିଶି ଏହି ସ୍ଥାନ ଖୋଜିଥିଲେ ।

200 ମିଟର ଭୂଖଣ୍ଡ ଉପରେ ଉପସ୍ଥିତ ଏହି ମନ୍ଦିରଟି ନିକଟରେ ଏକ ସୁନ୍ଦର ଝରଣା ରହିଛି ଏବଂ ସେଠାରେ ଏକ ଗୁମ୍ଫାରେ ଶିବଲିଙ୍ଗ , ମାଭଦ୍ରାକାଳୀ , ସ୍ୱରସ୍ୱତୀ , ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ରହିଛି । ଆନୁମାନ କରାଯାଏକି ଏହି ମନ୍ଦିରଟି ବହୁତ 2000 ବର୍ଷ ପୂର୍ବର ଏକ ମନ୍ଦିର ଅଟେ ଏବଂ ଇଂରେଜ ମାନଙ୍କ ସମୟରୁ ଏହି ମନ୍ଦିରଟି ରହିଆସି ଅଛି ।

ଏହି ମନ୍ଦିରରେ ଅବସ୍ଥିତ ଥିବା ମା ଭଦ୍ରକାଳୀ କରମୁକ୍ତ ଅଟନ୍ତି ଏବଂ ଶାସ୍ତ୍ର ଅନୁସାରେ ମା ଭଦ୍ରାକାଳୀ ଅନେକ ବର୍ଷ ଧରୀ ତପସ୍ୟା କରୁଥିଲେ । ସେହି ସମୟରେ ଏକ ବନ୍ୟା ଆସିଥିଲା ମା ସେହି ବନ୍ୟାକୁ ରୋକିବା ପାଇଁ ନିଜ ପାଦ ତଳୁ ଏକ ପଥର ଫିଙ୍ଗି ବନ୍ୟାକୁ ରୋକି ଦେଇଥିଲେ । ସେହି ଦିନ ଠାରୁ ମାଙ୍କ ପାଦତଳ ଦେଇ ସେହି ନଦୀଟି ବହୁଛି ଏବଂ ସେହି ନଦୀରେ ଗାଧୋଇ ମାଙ୍କ ଦର୍ଶନ କଲେ ଭକ୍ତ ମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।