ଭଲ ପାଇଁ ବାହା ହେଲି ସ୍ୱାମୀ କହୁଛି ଅନ୍ୟ ଟୋକା ସହ ଅନୈତିକ ସର୍ମ୍ପର୍କ ଅଛି… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ତେବେ ଦର୍ଶକ ବନ୍ଧୁ ଏ ସମାଜରେ ଯଦି କେହି ନିଜର ଥାଏ ତାହାଲେ ସେ ହେଉଛି ଭଲ ପାଇବା,ହଁ ଦର୍ଶକ ବନ୍ଧୁ ସେହୁ ଭଲ ପାଇବା କୁ ଭରଷା କରି ସବୁଦିନ ପାଇଁ ଜୀବନ ସାଥି ଭାବେ ବାଛି ଥିବା ସାଥି ଆଜି ନିଜ ଦୁଃଖର କାରଣ ହେଇଛି | ଭଲ ପାଇ ସାତ ଦ୍ୱୀପ ଆଠ କଳସ କୁ ସାକ୍ଷୀ ରଖି ବିବାହ କରିଥିବା ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କୁ ବାଡେଇବା ସହିତ ତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଦେଇଛନ୍ତି | ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଭରତପୁର ଥାନା ଅନ୍ତର୍ଗତ ଅଞ୍ଚଳରେ | ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ତେବେ ଏନେଇ ଥରେ ମହିଳା ଙ୍କ ବାପା ଘର ଲୋକ ମହିଳା ଥାନାରେ ଏତେଲା ଦେଇଥିଲେ ମଧ୍ୟ ଯୁବକଙ୍କୁ କିଛି ଫରକ ପଡିନାହିଁ ବୋଲି ଜଣାପଡିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ଭରତପୁର ଥାନ ଅନ୍ତର୍ଗତ ଅଞ୍ଚଳରେ ମାୟାଧର ଡ଼ାଳୁଆ ନାମକ ଏକ ଯୁବକ 2014 ମସିହା ରେ ଭଲ ପାଇ ବିବାହ କରିଥିଲେ | ହେଲେ ବିବାହ ପରେ ସେ ତାଙ୍କ ସ୍ତ୍ରୀ କୁ ମାଡ଼ ମାରିବା ପରି ସାଙ୍ଘାତିକ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ | ତାଙ୍କ ସ୍ତ୍ରୀ ଙ୍କ କହିବା କଥା ଅନୁଯାୟୀ ଭଲ ପାଇ ସେ ତାଙ୍କ ଇଜତ ସହିତ ଖେଳିବା ପରେ ସେ ମୋତେ ବିବାହ କରିବା ପାଇ 1 ଲକ୍ଷ ଟଙ୍କା ମାଗିଥିଲେ | ଯେତେବେଳେ ଯୁବତୀ ଙ୍କ ବାପା ଘରେ ଏ ନେଇ ଥାନା ରେ ଅଭିଯୋଗ କରିବା ପାଇଁ ବାହାରିଥିଲେ ସେତେବେଳେ ଗ୍ରାମ ଲୋକ ମାନେ ଗାଁ ଇଜତ ଗାଁ ଗାଁ ବାହାରକୁ ଯିବାକୁ ନ ଦେଇ 1 ଲକ୍ଷ ଟଙ୍କା ଦେଇ ଦୁଇ ଜଣଙ୍କ ବିବାହ କରାଇ ଦେଇଥିଲେ |

ହେଲେ ବିବାହ ର ଦଶ ମଙ୍ଗୁଳା ଦିନ ଠୁ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଟର୍ଚ୍ଚର କରିବା ସହିତ ଲଂଗଳା କରି ଗାଁ ଦାଣ୍ଡରେ ମୁଣ୍ଡରେ କପଡ଼ା ଜଡ଼ାଇ ମାରୁଛନ୍ତି ବୋଲି କହିଛନ୍ତି | ତେବେ ଏ ନେଇ ଯୁବତୀ ଙ୍କ ବାପା ମହିଳା ଥାନାରେ ଅଭିଯୋଗ କରିବା ପରେ ସେମାନଙ୍କ ମଧ୍ୟରେ ଏକ ଚୁକ୍ତି ସ୍ଵାକ୍ଷର ହେଇଥିଲେ ମଧ୍ୟ ତାହା କୌଣସି କାର୍ଯ୍ୟ କରିନିଥିଲା | ତାପରେ ମଧ୍ୟ ଯୁବକ ଜଣଙ୍କ ମଦ୍ୟପାନ କରି ତାଙ୍କ ସ୍ତ୍ରୀ କୁ ଟର୍ଚ୍ଚର କରିବା ଆରମ୍ଭ କରିଦେଇଥିଲେ |

ତେବେ ମହିଳା ଜଣକ ଏହା ସହି ନ ପାରି ସେ ବିଷ ପି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ | ହେଲେ କୌଣସି ପଟେ ବଞ୍ଚି ଯାଇଥିଲେ, ତାପରେ ମଧ୍ୟ ପୁଣି ଥରେ ସେହିପରି ଘଟଣା ଦେଖିବାକୁ ମିଳୁଥିବା ରୁ ମହିଳା ଜଣଙ୍କ ଭରତ ପୁର ଥାନାରେ ଅଭିଯୋଗ କରିଛନ୍ତି ବୋଲି ଜଣା ପଡିଛି | ତେବେ ଏବେ ଦେଖିବାକୁ ବାକି ରହିଲା ଯେ ମହିଳା ଜଣଙ୍କୁ ନ୍ୟାୟ ମିଳିବ କି ନାହଁ | ଆଉ ଏହି ଘଟଣା ଟି ବର୍ତ୍ତମାନ ଭାଇରାଲ ମଧ୍ୟ ହେବାକୁ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment