Odisha News Portal

ଦେଖନ୍ତୁ ଭିଡିଓ – ଏବେ ଏବେ ଭାଇରାଲ ହେଉଛି ତାରାତାରିଣୀ ସିରିଏଲର ସୁନ୍ଦରୀ actress ଲିପି ଙ୍କ ହୋଲି ପାଳନ ଭିଡିଓ 1ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି

ନିକଟରେ ରଙ୍ଗର ପର୍ବ ହୋଲି କୁ କରନା କଟକଣା ମଧ୍ୟରେ ପାଳନ କରିଛନ୍ତି ଦେଶବାସୀ। ନିଜ ନିଜ ଘରେ ସୁରକ୍ଷିତ ରହି ରଙ୍ଗର ଏହି ସୁନ୍ଦର ସ୍ନେହ, ମମତା ଓ ଭଲପାଇବା ରେ ଭରା ପର୍ବକୁ ପାଳନ କରିଛନ୍ତି ସମସ୍ତେ। ଏହାରି ଭିତରେ ଅନେକ ଏହିଭଳି ଭିଡିଓ ଆମ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ସେମାନଙ୍କ ପରିବାର ସହ ମିଶି ବହୁତ୍ ଧୁମଧାମର ସହ ଏହି ରଙ୍ଗୀନ୍ ପର୍ବକୁ ପାଳନ କରିଛନ୍ତି ଏବଂ ପରସ୍ପର ଭିତରେ ଖୁସି ବାଣ୍ଟି ଛନ୍ତି। ଓଡ଼ିଶାର ମନୋରଞ୍ଜନ ଜଗତରୁ ମଧ୍ୟ ଏଭଳି ଛବି ଦେଖିବାକୁ ମିଳିଛି ହୋଲିର ପରବର୍ତ୍ତୀ ସମୟ ରେ।

ଓଡ଼ିଶାର ସମସ୍ତଙ୍କର ପ୍ରିୟ ସୁନ୍ଦରୀ ଲୋକପ୍ରିୟ ଅଭିନେତ୍ରୀ ଲିପି, ଯିଏକି ତାଙ୍କ ଘରେ ରହି ପରିବାର ସହ ହୋଲି ଉତ୍ସବ କୁ ଖୁସି ଓ ଆନନ୍ଦର ସହିତ ପାଳନ କରିଛନ୍ତି ତାହା ଏବେ ଦେଖିବାକୁ ମିଳିଛି। ଅଭିନେତ୍ରୀ ଲିପି ଟେଲି ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ଅଟନ୍ତି। ଲିପି, ଯିଏକି ଆଲବମ୍ ରେ ମଧ୍ୟ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି।ସେ ସବୁବେଳେ ନିଜ ଚରିତ୍ରରେ ହଜି ଯିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଦର୍ଶକ ମାନଙ୍କ ମନକୁ ଛୁଇଁବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି।ନିକଟରେ ହୋଲି ପରେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ନିଜେ ରଙ୍ଗ ଲଗାଇ ନାଚିବା ସହିତ ତାଙ୍କ ପରିବାର ର ଅନ୍ୟ ସଦସ୍ୟ ମାନଙ୍କୁ ମଧ୍ୟ ସେ ରଙ୍ଗ ଲଗାଇ ଖୁସି ବାଣ୍ଟି ଅଛନ୍ତି।ଆଉ ଏହି ଖୁସିର ମୁହୂର୍ତ୍ତ କୁ ତାଙ୍କ ମୋବାଇଲ୍ ରେ ରେକର୍ଡ କରି ଅଭିନେତ୍ରୀ ଲିପି ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ସେୟାର କରି ଲେଖିଛନ୍ତି ଯେ ଏମିତି ରଙ୍ଗ ତାଙ୍କୁ ଲଗା ହେଇଚି ଯେ ତାଙ୍କ ମୁହଁ ସହିତ ତାଙ୍କ ଦାନ୍ତ ମଧ୍ୟ ରଙ୍ଗ ବେରଙ୍ଗ ହୋଇ ଯାଇଛି।ସେ ସୁଟିଂ ସେଟ୍ କୁ କେମିତି ଯିବେ ବୋଲି ତାଙ୍କ ଦାଦାଙ୍କୁ ପଚାରୁଛନ୍ତି ଏବଂ ତାଙ୍କ ଦାଦା ଯେଉଁଭଳି ରଙ୍ଗ ତାଙ୍କୁ ଲଗାଇ ଛନ୍ତି ସେହି ରଙ୍ଗ ଛାଡ଼ିବକି ନାହିଁ ବୋଲି ସେ ପଚାରୁଛନ୍ତି।

ବେ ଲିପି ଙ୍କ ମାଆ ମଧ୍ୟ ହୋଲିକୁ ବହୁତ୍ ସୁନ୍ଦର୍ ଭାବରେ ଉପଭୋଗ କରିଛନ୍ତି। ରଙ୍ଗ ସରିଯିବା ପରେ ସେ ଘରେ ଯେଉଁ ମୁରୁଜ ପକାଯାଏ ସେହି ମୁରୁଜ ଆଣି ଖେଳୁଛନ୍ତି ଏବଂ ତାଙ୍କ ଭାଉଜ ଅଟା ଏବଂ ବେସନ ଗୁଣ୍ଡ ଆଣି ଶେଷରେ ରଙ୍ଗ ଭଳି ଉଡ଼ାଇ ଖେଳୁଛନ୍ତି। ବହୁତ୍ ସୁନ୍ଦର୍ ଭାବରେ ପରସ୍ପର ସହିତ ସେମାନେ ହୋଲିର ଏହି ଖୁସିର ପର୍ବକୁ ପାଳନ କରି ଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓ କୁ ଦେଖିଲେ ଆପଣ ଜାଣି ପାରିବେ ଯେ ସେମାନେ କିଭଳି ଭାବରେ ହୋଲି କୁ ଉପଭୋଗ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।