Odisha News Portal

Breking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ବଡ ଖବର, ବଲିଉଡର ସୁନ୍ଦରୀ actress ଆଲିଆ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି, ଡାକ୍ତର କହିଲେ…

ବଲିଉଡ୍ ରେ ଜଣଙ୍କ ପରେ ଜଣେ ଅଭିନେତା କରନା ରେ ସଂକ୍ରମିତ ହେଉଥିବା ନଜର ଆସୁଛନ୍ତି। ଆମିର ଖାନ୍, ଅକ୍ଷୟ କୁମାର ଏବଂ ଗୋବିନ୍ଦା, ରଣବୀର କାପୁର୍ ଙ୍କ ଭଳି ଅଭିନେତା ଏହି ଭୂତାଣୁ ସଂକ୍ରମଣ ରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ନିଜକୁ ସଂଗରୋଧ ରେ ମଧ୍ୟ ରଖିଛନ୍ତି। କେବଳ ସିନେମା ଜଗତ ନୁହଁ ବରଂ କ୍ରିକେଟ୍ ଦୁନିଆ କୁ ମଧ୍ୟ ଏଣ୍ଟ୍ରି ମାରିଛି କରନା। ସଚିନ ତେନ୍ଦୁଲକର ଏବଂ ୟୁସୁଫ ପଠାନ୍ ଙ୍କ ଭଳି କ୍ରିକେଟର ମଧ୍ୟ କରନା ରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକ ପ୍ରକାର କହିବାକୁ ଗଲେ କରନା ତାର ଏକ କାୟା ବିସ୍ତାର କରି ଚାଲିଛି।

ସେହି କ୍ରମରେ ଏବେ ବଲିଉଡ୍ ର ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ କରନା ରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁନ୍ଦରୀ, ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ କରନା ରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତାଙ୍କର ରିପୋର୍ଟ୍ ପୋଜିଟିଭ୍ ଆସିଥିବା ସେ ନିଜେ ଜଣାଇ ଅଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ କି କିଛି ଦିନ ତଳେ ତାଙ୍କ ବୟଫ୍ରେଣ୍ଡ ରଣବୀର କପୁର ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।ସେ ମଧ୍ୟ ସଂଗରୋଧ ରେ ନିଜକୁ ରଖିଛନ୍ତି। ଆପଣ ଜାଣିଛନ୍ତି କି ଉଭୟ ରଣବୀର କପୁର ଓ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି କାମ କରୁଛନ୍ତି।

ଏବେ ମୁମ୍ବାଇ ରେ ସଂକ୍ରମଣ ପ୍ରବଳ ମାତ୍ରାରେ ବଢୁ ଥିବାରୁ ଅନେକ ସାଧାରଣ ଜନତା ଙ୍କ ସହିତ ଏବେ କଳାକାର ମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଏହା ସହିତ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ବାପ୍ପି ଲେହରି ମଧ୍ୟ କରୋନା ପଜିଟିଭ୍‌ ହୋଇଥିବା ଜଣା ପଡ଼ିଛନ୍ତି। ଅନେକ କ୍ରିକେଟର ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି।

ତେବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ୍‌ ସୂଚନା ପରେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।କରୋନା ପଜିଟିଭ୍‌ ଜାଣିବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ଏନେଇ ସୂଚନା ଦେଇଛନ୍ତି ନଜେ ଅଭିନେତ୍ରୀ ଆଲିଆ ଭଟ୍ଟ। ଏହାପରେ ସେ ଏବେ ହୋମ୍‌ କ୍ୱାରେଣ୍ଟାଇନ୍‌ ରେ ମଧ୍ୟ ଅଛନ୍ତି ।

ସଂକ୍ରମିତ ହେବା ପରେ ଡାକ୍ତରଙ୍କ ପରାମର୍ଶ ମାନି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା କହିଛନ୍ତି ବଲିଉଡ୍ ର ଏହି ଟପ୍ ସୁନ୍ଦରୀ ନାୟିକା ଆଲିଆ ଭଟ୍ଟ। ତେବେ ମହାରାଷ୍ଟ୍ରରେ କରନା ସଂକ୍ରମଣ ର ସ୍ଥିତି ସଙ୍ଗୀନ ରହିଥିବା ବେଳେ ଲୋକ ମାନଙ୍କୁ ସାବଧାନତା ର ସହ ସତର୍କତା ର ସହ ରହିବାକୁ ପରାମର୍ଶ ଦିଆ ଯାଇଥିବା ବେଳେ ସରକାରଙ୍କ ଆବଶ୍ୟକୀୟ ଗାଇଡ ଲାଇନ କୁ ମଧ୍ୟ ପାଳନ କରିବାକୁ କୁହା ଯାଇଛି।

ଆପଣ ମାନେ ମଧ୍ୟ ନିଜେ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।