Odisha News Portal

Breking News – ଏବେ ଏବେ କ୍ରିକେଟ ଜଗତକୁ ବଡ ଦୁଖଦଃ ଖବର, କ୍ରିକେଟ ଷ୍ଟାର Shreyas Iyer ଙ୍କୁ ନେଇ ବଡ ଖବର, ଦୁଃଖରେ ସାରା ଦେଶର କ୍ରିକେଟ ପ୍ରେମୀ

0 126

ଦିଲ୍ଲୀକୁ ଲାଗିଲା ଶ୍ରେୟସ ଝଟକା। ଭାରତୀୟ କ୍ରିକେଟ ଟିମ୍ ର ବିସ୍ଫୋରକ ବ୍ୟାଟ୍ସମେନ ଶ୍ରେୟସ ଆୟର ଆହତ ହୋଇଛନ୍ତି। ତେବେ ଯାହା ଜଣା ପଡୁଛି ଶ୍ରେୟସଙ୍କ ଆଘାତ ଗମ୍ଭୀର ରହିଛି ଏବଂ ସେ ଏଥିପାଇଁ ଦିନିକିଆ ସିରିଜର ଆଗାମୀ ଦୁଇଟି ମ୍ୟାଚ ରୁ ବାଦ୍ ପଡି ପାରନ୍ତି। ଆପଣଙ୍କୁ କହି ରଖୁଛୁ କି ଶ୍ରେୟସ୍ ଙ୍କ ଏପରି ଅବସ୍ଥା ପରେ ଭାରତ- ଇଂଲଣ୍ଡ ମଧ୍ୟରେ ପୁଣେରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆକୁ ଏକ ବଡ ଝଡକା ଲାଗିଛି। ଯଦିଓ ଟିମ୍ ଇଣ୍ଡିଆ ଏହି ମ୍ଯାଚ ଜିତିଛି କିନ୍ତୁ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର ଏବେ ଆହତ ହୋଇ ମ୍ୟାଚ୍ ରୁ ଦୂରରେ ରହିବା ନିଶ୍ଚିତ ହୋଇ ଯାଇଛି।

ତେବେ ସୂଚନା ଅନୁସାରେ ଫିଲ୍ଡିଂ ସମୟରେ ତାଙ୍କୁ ଆଘାତ ଲାଗିଛି ବୋଲି କୁହା ଯାଉଛି। ବଲ୍ ରୋକିବା ପ୍ରୟାସରେ ଡ୍ରାଇଭ ମାରିଥିଲେ ଶ୍ରେୟସ ଏବଂ ସେହି ସମୟରେ ଏହି ଡ୍ରାଇଭ୍ ରେ ତାଙ୍କ ବାମ କାନ୍ଧର ହାଡ ଖସି ଯାଇଥିବା ସୂଚନା ମିଳିଛି।ଆଉ ଏହା ପରେ ତାଙ୍କର ଦିନିକିଆ ସିରିଜ୍ ସହ ଆଇପିଏଲ ଖେଳିବା ନେଇ ସନ୍ଦେହ ଉପୁଜିଛି।

କୁହା ଯାଉଛି କି ଦିନିକିଆ ସିରିଜରେ ଆଗାମୀ ଦୁଇଟି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଚୂଡାନ୍ତ ଏକାଦଶରେ ସୁଯୋଗ ପାଇବେ ବୋଲି କୁହା ଯାଉଛି।ଆୟରଙ୍କ ଅନୁପସ୍ଥିତିରେ ସିନିୟର ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଆଇପିଏଲ୍‌ର ୧୪ଶ ସିଜନରେ ଦିଲ୍ଲୀ ଫ୍ରାଞ୍ଚାଇଜିର ମଙ୍ଗ ସମ୍ଭାଳି ପାରନ୍ତି ବୋଲି କୁହା ଯାଉଛି।

ତେବେ ବିସିସିଆଇର ଡାକ୍ତରୀ ଦଳଙ୍କ କହିବା ଅନୁସାରେ ଅଷ୍ଟମ ଓଭରରେ ଶ୍ରେୟସ ଆୟରଙ୍କ ବାମ କାନ୍ଧର ହାଡ ଫିଲ୍ଡିଂ ସମୟରେ ଖସି ଯାଇ ଥିବାରୁ ତାଙ୍କୁ ସ୍କାନ ପାଇଁ ନିଆ ଯାଇଛି ଏବଂ ସେ ଏହି କାରଣରୁ ଆଗାମୀ ମ୍ୟାଚ୍ ଖେଳି ପାରିବେ ନାହିଁ। ତେଣୁ ଶ୍ରେୟସଙ୍କ ଜାଗାରେ ସେହି ସମୟରେ ଶୁବମାନ ଗିଲ୍ ଫିଲ୍ଡିଂ କରିବାକୁ ଆସିଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଆଘାତପ୍ରାପ୍ତ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍‌ ଆୟରଙ୍କୁ ସିରିଜ୍‌ରୁ ବାହାର କରି ଦିଆଯାଇଛି। ଅର୍ଥାତ୍‌ ଆୟର ଆସନ୍ତା ୨୬ ଏବଂ ୨୮ ମାର୍ଚ୍ଚରେ ହେବାକୁ ଥିବା ସିରିଜ୍‌ର ବାକି ଦୁଇଟି ମ୍ୟାଚ୍‌ ଖେଳି ପାରିବେ ନାହିଁ।

ତେବେ ଆୟର ନିଜ କାନ୍ଧର ସର୍ଜରୀ କରାଇବାର ସମ୍ଭାବନା ଥିବାରୁ ସେ ଆଇପିଏଲ୍‌ର ୧୪ଶ ସିଜନରୁ ବି ବାଦ୍‌ ପଡ଼ିବା ନେଇ ଆଶଙ୍କା ବଢ଼ି ଯାଇଛି। ସୂଚନାଥାଉ କି, ମ୍ୟାଚ୍‌ ଚାଲିଥିବା ବେଳେ ଆୟର ଗୁରୁତର ଆଘାତ ପାଇଥିଲେ। ଇଂଲଣ୍ଡର ବ୍ୟାଟିଂ ସମୟରେ ବଲ୍‌ ରୋକିବା ପ୍ରୟାସରେ ଡ୍ରାଇଭ୍‌ ମାରିବାରୁ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ବିସିସିଆଇ ଅପଡେଟ୍‌ ମୁତାବକ, ୮ ଓଭରରେ କାନ୍ଧରେ ଆଘାତ ଲାଗିବା ପରେ ଆୟର ଆଗକୁ ଆଉ ଫିଲ୍ଡିଂ କରି ପାରି ନଥିଲେ ଏବଂ ପରେ ତାଙ୍କୁ ସ୍କାନିଂ ପାଇଁ ନିଆ ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।