Odisha News Portal

Breaking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଃଖର ପାହାଡ ! ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ଆକସ୍ମିକ ହେଲା ପରଲୋକ, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ….

0 774

୨୦୨୦ ମସିହା ଏକ କଳା ବର୍ଷ ଭାବେ ଇତିହାସ ରେ ଲିଖିତ ହୋଇ ରହି ଗଲା।କାରଣ ୨୦୨୦ ବର୍ଷ ଟି ଏମିତି ଥିଲା କି କରୋନା ଭାଇରସ ଭଳି ଏକ ମହାମାରୀ ସମସ୍ତ ଜଗତକୁ ନିଜର କୁପ୍ରଭାଵ ରେ ପ୍ରଭାବିତ କରି ଥିଲା।କରୋନା ଭାଇରସ ଯୋଗୁଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହୋଇ ଥିଲା।ବିଶ୍ୱର ଅନେକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ଜୀବନ ହରାଇ ଥିଲେ।ଏହି ବର୍ଷ ଅନେକ ପ୍ରସିଦ୍ଧ କଳାକାର ମୃତ୍ୟୁ ବରଣ କରି ଥିଲେ।ଓଲିଉଡ ରେ ବିଜୟ ମହାନ୍ତି,ବଲିଉଡ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପରି ପ୍ରସିଦ୍ଧ ତାରକା ମୃତ୍ୟୁ ବରଣ କରି ଥିଲେ।ଏହା ସହିତ ଅନେକ ସମାଜ ସେବୀ,ରାଜନେତା ଓ ଅନେକ ନିରୀହ ଲୋକ କରୋନା ରେ ମୃତ୍ୟୁ ବରଣ କରି ଥିଲେ।

ତେବେ ୨୦୨୧ ଆରମ୍ଭରେ ପୁଣି ଅଭିନୟ ଜଗତରୁ ଦୁଃଖଦ ଖବର ଆସିବାରେ ଲାଗିଛି। କାରଣ ୨୦୨୦ ପରି ୨୦୨୧ ରେ ମଧ୍ୟ ଅନେକ ବିଶିଷ୍ଟ କଳାକାର ମାନଙ୍କ ର ବିୟୋଗ ଏହି ବର୍ଷ ହେବାରେ ଲାଗିଛି । ଏବେ ଏବେ ଖବର ଆସିଛି ଯେ ବଲିଉଡ୍ ଚଳଚ୍ଚିତ୍ର ଜଗତ ର ବିଶିଷ୍ଟ ଅଭିନେତ୍ରୀ ଶଶିକଳା ଜାବଲକର ବିୟୋଗ ଘଟିଛି । ନବେ ଦଶକର ସେ ଥିଲେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ମୃତୁ ବେଳରେ ତାଙ୍କର ବୟସ ୮୮ ବର୍ଷ ବୋଲି ଜଣା ପଡିଛି ଓ ବାର୍ଦ୍ଧକ୍ୟ କାରଣ ରୁ ସେ ମୃତ୍ୟୁ ବରଣ କରିଛନ୍ତି।

ଶଶିକଳା ଜାବଲକର ୧୯୩୨ ମସିହା ରେ ଏକ ସୋଲପୂର୍ ର ଏକ ମହାରାଷ୍ଟ୍ର ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ନିଜର ଅଭିନୟ ପାଇଁ ସେ ସମସ୍ତଙ୍କ ମନରେ ଏକ ନିଆରା ସ୍ଥାନ ସୃଷ୍ଟି କରିଥିଲେ। ଯଦି ଆମେ ତାଙ୍କ ଅଭିନୟ କ୍ୟାରିୟର ବିଷୟ ରେ କହିବା ତେବେ ନବେ ଦଶକରେ ସେ ଡାକୁ, ରାସ୍ତା ଏବଂ କଭି ଖୁସୀ କଭି ଗମ ଭଳି ସୁପରହିଟ ଚଳଚ୍ଚିତ୍ର ବଲିଉଡ୍ ଜଗତ କୁ ଭେଟି ଦେଇଥିଲେ । କେବଳ ସେତିକି ନୁହେ ଏବେକା ସମୟ ର ସୁପର ଷ୍ଟାର୍ ଅକ୍ଷୟ କୁମାର ଏବଂ ସଲମାନ ଖାନ ଓ ପ୍ରିୟଙ୍କା ଚୋପ୍ରା ଙ୍କ ସହିତ ସେ ମୁଝସେ ଶାଦୀ କରୋଗୀ ଫିଲ୍ମ୍ ରେ ନଜର ଆସିଥିଲେ ।

ଏହା ସହିତ ତିନ ବଟ୍ଟି ଚାର୍ ରାସ୍ତା ଏବଂ ତିନ ବହୁରାନିଆଁ ମୁଭି ରେ ମଧ୍ୟ ସେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ । ଏହା ସହିତ ସେ ଆଇ ମିଲନ୍ କି ବେଲା, ଗୁମରା, ସୁଜତା ଏବଂ ଆରତୀ ପରି ମୁଭି ମାଧ୍ୟମ ରେ ନିଜର ଅଭିନୟ କ୍ୟାରିୟର କୁ ଜାରି ରଖିଥିଲେ । ୨୦୦୭ ମସିହାରେ ସେ ନିଜର ଅଭିନୟ ପାଇଁ ପଦ୍ମଶ୍ରୀ ପୁରସ୍କାର ଓ ୨୦୦୯ ମସିହା ରେ ସାନ୍ତିରମ ଆୱାର୍ଡ଼ ରେ ପୁରସ୍କୃତ ହୋଇଥିଲେ । ତାଙ୍କର ଅବଦାନ ଅଭିନୟ ଜଗତ ପାଇଁ ଚିର ସ୍ମରଣୀୟ ଅଟେ । ତାଙ୍କର ବିୟୋଗ ରେ ସାରା ବଲିଉଡ୍ ଜଗତ ରେ ଶୋକ ର ଛାୟା ଖେଳି ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।