Odisha News Portal

Breking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ଆଉ ଏକ ଦୁଃଖଦ ଖବର : ବଲିଉଡ ସୁପରଷ୍ଟାର Amir khan ଙ୍କୁ ନେଇ ବଡ ଖବର, ଦୁଃଖରେ ଫିଲ୍ମ ଜଗତ

କିଛିଦିନ ଧରି ଦେଶରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା କମ୍ ଥିବା ବେଳେ ଏବେ ପୁଣି ଏହାର ମାତ୍ରା ବଢ଼ିବାରେ ଲାଗିଛି।ଏକ ନୂଆ ଷ୍ଟ୍ରେନ ପୁଣି ତାର କାୟା ବିସ୍ତାର କରିବାରେ ଲାଗିଛି।ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛନ୍ତି। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଥିଲେ।ପରେ ଅନେକ କାର୍ଯ୍ୟାନୁଷ୍ଠାନ ଏବଂ କଟକଣା ପରେ ଓ ଲୋକଙ୍କ ସହଯୋଗ ଦ୍ଵାରା ଯଦିଓ କରନା ମିଟର ସାମାନ୍ୟ ହ୍ରାସ ପାଇଥିଲା ପୁଣି ଥରେ ଏହାର ଦ୍ଵିତୀୟ ଲହର ସମସ୍ତଙ୍କୁ ଭୟଭୀତ କରି ଦେଇଛି। ଆଉ ଏହି ସମୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର।

କରୋନା କାୟା ରେ କବଳିତ ହୋଇଛନ୍ତି ବଲିଉଡ୍ ଅଭିନେତା। ଆପଣଙ୍କୁ ଜଣାଇ ଦେଉଛୁ କି ବଲିଉଡ୍ ର ସୁପରଷ୍ଟାର ଅମୀର୍ ଖାନ୍ ଙ୍କୁ କରୋନା।ସେ କରନା ରେ ସଂକ୍ରମିତ ହୋଇ ଥିବାର ସୂଚନା ହସ୍ତଗତ ହୋଇଛି। ନମୁନା ପରୀକ୍ଷା ହେବା ପରେ ସେ ପଜିଟିଭ ହୋଇଥିବା ସୂଚନା ମିଳିଛି। ଏହାଛଡା ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ସେ କରନା ପରୀକ୍ଷା କରି ନେବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। ତେବେ ଆପଣଙ୍କୁ ଜଣାଇ ଦେଉଛୁ କି କରନା ରେ ସଂକ୍ରମିତ ହେବାପରେ ଅଭିନେତା ଅମିର୍ ଖାନ୍ ଘରୋଇ ସଂଗୋରୋଧ ରେ ରହିଥିବା ଜଣା ପଡିଛି।

ଆପଣ ମାନେ ଜାଣିଛନ୍ତି କିଭଳି ଭାବରେ କରନା ର ଦ୍ଵିତୀୟ ଲହର ଏବେ କେବଳ ଆମ ଦେଶ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ତାର କାୟା ବିସ୍ତାର କରି ଚାଲିଛି। ଯାହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ଦେଶ ବାସୀ। କରନା କବଳରୁ ରକ୍ଷା ପାଇବା ପାଇଁ ସମସ୍ତେ ଚେଷ୍ଟା କରୁଥିବା ବେଳେ ଏବେ ସରକାରଙ୍କ ପକ୍ଷରୁ ଏହାର ଭାକ୍ସିନ ଲୋକ ମାନଙ୍କୁ ଦିଆ ଯାଉଛି ଏବଂ ଏହାକୁ ବ୍ୟାପକ ମଧ୍ୟ କରା ଯାଇଛି ସାରା ଦେଶରେ।

ପର୍ଯ୍ୟାୟ କ୍ରମେ ପ୍ରତିଷେଧକ ଲୋକ ମାନଙ୍କ ପାଖରେ ପହଞ୍ଚିଛି ଏବଂ ଏହାକୁ ଦିଆ ଯାଉଛି। ଏହାରି ଭିତରେ କରନା ର ଦ୍ଵିତୀୟ ଲହର ଯେଉଁ ଭଳି ମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଛି ତାକୁ ନେଇ ସମସ୍ତେ ଭୟଭୀତ ହେବା ସ୍ଵାଭାବିକ କଥା।

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ସରକାରଙ୍କ ପୁଣି ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଯେଉଁଭଳି ଭାବରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ସେହିଭଳି ଭାବରେ ପ୍ରତିଦିନ ୧୦୦ ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଲୋକେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି। ଯାହାକୁ ନେଇ ଲୋକଙ୍କ ମନରେ ଏକ କୋକୁଆ ଭୟ ଖେଳି ଯାଇଛି।

ଅନେକ ସ୍ଥାନରେ ସଂକ୍ରମର ର ମାତ୍ରା ବୃଦ୍ଧି ହେଉଥିବାର ଦେଖି କଟକଣା କୁ କଡ଼ାକଡ଼ି ମଧ୍ୟ କରାଯାଇଛି। ଲକ୍ ଡାଉନ୍ ହେବାର ଆଶଙ୍କା ମଧ୍ୟ ରହିଛି କିନ୍ତୁ ଏଯାବତ୍ କୌଣସି ସୂଚନା ସରକାରଙ୍କ ପକ୍ଷରୁ ନାହିଁ। ଲୋକେ ଯଦି ସଚେତନ ନେହେବେ ତେବେ ପୁଣି ଥରେ ସମସ୍ତଙ୍କୁ ଲକ୍ ଡାଉନ୍ ସ୍ଥିତି ରେ ରହିବାକୁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।