Odisha News Portal

Breking News : ଏବେ ଏବେ ଆସିଲା ବଡ ଖବର ! ଜୁନ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଢ଼ିଲା ଲକ ଡାଉନ, ଏହି ସବୁ କଟକଣା ଉପରେ ଲାଗିଲା ରୋକ….

ଦେଶ ବର୍ତ୍ତମାନ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ସେଥିପାଇଁ ପାଇଁ ସରକାର ସଂକ୍ରମଣ କମିବା ପାଇଁ ନିଜ ନିଜ ରାଜ୍ୟ ରେ ଲକଡାଉନ ଏବଂ ସର୍ଟ ଡାଉନ ଭଳି ବ୍ୟବସ୍ଥା କରିଛନ୍ତି। ଯେପରି ଆମ ଓଡିଶା ସରକାର ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟ ଭଳି ମେ ୫ ରୁ ୧୯ ପର୍ଯ୍ୟନ୍ତ ଲକଡାଉନ କରିଥିଲେ। ଏଥିରେ ପୁଣି ସପ୍ତାହରେ ୨ ଥର ଶନିବାର ଏବଂ ସଟଡାଉନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ କାଲି ସଟଡାଉନ ଅବଧି ସରିବ।

ତେବେ ବର୍ତ୍ତମାନର ସଂକ୍ରମଣର ହାରକୁ ଦୃଷ୍ଟି ରେ ରଖି ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୧୯ ରେ ଲକଡାଉନ ଅବଧି ସରିବ କିନ୍ତୁ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ କୁ ଆସି ନାହିଁ , ସେଥିପାଇଁ ପୁନଶ୍ଚ ରାଜ୍ୟରେ ଲକଡାଉନ ଅବଧି କୁ ବଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡ଼ ଲାଇନ ପ୍ରସ୍ତୁତି କରିଛନ୍ତି। ଅର୍ଥାତ ପ୍ରଥମେ ଯେଉଁ ମେ ୫ ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଥିଲା ସେଥିରେ କିଛି ନିୟମ କୁ ଆହୁରି କଡାକଡି କରାଯାଇଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ନୂଆ ଗାଇଡ଼ ଲାଇନ;

ତେବେ ନୂଆ ଗାଇଡ଼ ଲାଇନ ଅନୁସାରେ ଲକଡାଉନ ଅବଧି ମେ ୧୯ ରୁ ଜୁନ ୧ ତାରିଖ ଯାଏ ରହିବ ଲକଡାଉନ, ପୂର୍ବରୁ ଯେପରି ସଟଡାଉନ ଥିଲା ତାହା ସେହିପରି ସପ୍ତାହରେ ୨ ଥର ଶନିବାର ଏବଂ ରବିବାର ରହିବ। ସମବାର ଠାରୁ ଶୁକ୍ରବାର ଯାଏ ଖୋଲା ରହିବ ପନିପରିବା ବଜାର, ଅର୍ଥାତ ସକାଳ ୭ଟାରୁ ୧୧ ଟା ଯାଏ କିଣି ପାରିବେ ପାରିବା। ବାହା ଘରରେ ସର୍ବ ମୋଟ ୨୫ ଜଣକୁ ଅନୁମତି ମିଳିବ । ବିବାହ, ବ୍ରତ ଏବଂ ସୁଧି କ୍ରିୟାରେ ହୋଇପାରିବନି ଭୋଜି। କୌଣସି ଉତ୍ସବରେ ଲୋକେ ଏକାଠି ହୋଇ ଖାଇ ପାରିବେନି ଭୋଜି।

ରାଜ୍ୟରେ ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ସରକାରୀ କିମ୍ବା ବେସରକାରୀ ଅଫିସ ରେ କର୍ମଚାରୀ ସଂଖ୍ୟା କମି ଦିଆଯିବ। ଏହା ଛଡା ୨୪ ଘଣ୍ଟା ସମସ୍ତ ସ୍ଵସ୍ଥ ସେବା ଖୋଲା ରହିବ। ତେବେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ଏହି ଲକଡାଉନ ମଧ୍ୟରେ ଟୀକାକରଣ ବ୍ୟବସ୍ଥା ଜାରି ରହିବ, ଏବଂ କୋଭିଡ ଟେଷ୍ଟ ମଧ୍ୟ କରାଯିବ। ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । କାରଣ କରନା ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ଏହା ଏକ ନୂଆ ପ୍ରୟାସ।

ତେଣୁ ଆପଣ ମାନେ କଭୀଡ ଗାଇଡ଼ ଲାଇନ କୁ ପାଳିବେ ବୋଲି ଆମର ଆଶା ବିଶ୍ୱାସ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।