Odisha News Portal

Breking News – ଏବେ ଏବେ ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ….

୨୦୨୦ ମସିହା ଏକ କଳା ବର୍ଷ ଭାବେ ଇତିହାସ ରେ ଲିଖିତ ହୋଇ ରହି ଗଲା।କାରଣ ୨୦୨୦ ବର୍ଷ ଟି ଏମିତି ଥିଲା କି କରୋନା ଭାଇରସ ଭଳି ଏକ ମହାମାରୀ ସମସ୍ତ ଜଗତକୁ ନିଜର କୁପ୍ରଭାଵ ରେ ପ୍ରଭାବିତ କରି ଥିଲା।କରୋନା ଭାଇରସ ଯୋଗୁଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହୋଇ ଥିଲା।ବିଶ୍ୱର ଅନେକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ଜୀବନ ହରାଇ ଥିଲେ।ଏହି ବର୍ଷ ଅନେକ ପ୍ରସିଦ୍ଧ କଳାକାର ମୃତ୍ୟୁ ବରଣ କରି ଥିଲେ।ଓଲିଉଡ ରେ ବିଜୟ ମହାନ୍ତି,ବଲିଉଡ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପରି ପ୍ରସିଦ୍ଧ ତାରକା ମୃତ୍ୟୁ ବରଣ କରି ଥିଲେ।ଏହା ସହିତ ଅନେକ ସମାଜ ସେବୀ, ରାଜନେତା ଓ ଅନେକ ନିରୀହ ଲୋକ କରୋନା ରେ ମୃତ୍ୟୁ ବରଣ କରି ଥିଲେ।

ତେବେ ୨୦୨୧ ଆରମ୍ଭରେ ପୁଣି ଅଭିନୟ ଜଗତରୁ ଦୁଃଖଦ ଖବର ଆସିବାରେ ଲାଗିଛି।କାରଣ କିଛି ଦିନ ପୂର୍ବରୁ ଓଲିଉଡ଼ ର ବର୍ଷିୟାନ ଅଭିନେତା ରବି ମିଶ୍ରଙ୍କ ମୃତ୍ୟୁ ହୋଇ ଥିଲା। ସିରିଏଲ ଅଭିନେତ୍ରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି।ତାଙ୍କର ମୃତ୍ୟୁ ରେ ସମଗ୍ର ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ଜଗତରେ ଦୁଃଖର ଛାୟା ଖେଳି ଯାଇ ଥିଲା।

ଏବେ ପୁଣି ଜଣେ ମହାନ୍ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ଘଟିଛି। ସଙ୍ଗୀତ ଜଗତ ରେ ସେ ଥିଲେ ଜଣେ କିମ୍ବଦନ୍ତୀ ମଣିଷ । କଟକ ଜିଲ୍ଲାରେ ଥିବା ତାଙ୍କ ବାସ ଭବନ ରେ ତାଙ୍କର ଆଜି ମୃତ୍ୟୁ ବରଣ ହୋଇଛି । ସୂଚନା ଅନୁସାରେ ତାଙ୍କୁ 85 ବର୍ଷ ବୟସ ହୋଇଥିଲା । ତାଙ୍କର ବିୟୋଗ ରେ ଆଜି ସାରା ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଦୁଃଖର ର ଛାୟା ଖେଳି ଯାଇଛି।

ପରିବାର ଲୋକ ମାନଙ୍କ ସୂଚନା ଅନୁସାରେ ଜଲାଲ ଆଦେନି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଓ ଆଜି ସେ ମୃତ୍ୟୁ ବରଣ କରିଛନ୍ତି। ତେବେ ଯଦି ଆମେ ଜଲାଲ ଆଦେନି ଙ୍କ ବିଷୟ ରେ କହିବା ତେବେ ସେ ନବେ ଦଶକ ର ଜଣେ ପ୍ରସିଧ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଏହା ସହିତ ସେ ଜଣେ ପ୍ରଯୋଜକ , ଗାୟକ, ଅଭିନେତା  ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧ୍ୟ ଥିଲେ । ସେ ଚଳଚ୍ଚିତ୍ର ‘ ଅନୁତାପ’ ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯାହା ଆଜି ବି ଲୋକ ମାନଙ୍କ ର ପ୍ରିୟ ଚଳଚ୍ଚିତ୍ର ହୋଇ ରହିଛି ।

ଏହା ସହିତ ସେ ‘ ନିଦ ଭରା ରାତି ମଧୁଝରା ପ୍ରୀତି,ନୁପୁର କାହିଁକି ଆଜି ବାନ୍ଧିଲି, ମୁଁ ତୁମକୁ ଭଲ ପାଏ, ରୁଷିଛି ଅଭିମାନିନି ‘ ଭଳି ଅନେକ ହିଟ୍ ଗୀତ ର ନିର୍ଦ୍ଦେଶନା ଦେଇଥିଲେ ଜଲାଲ ଆଦେନି । ହୀରା ମୋତି ମାଣିକ ଭଳି ହିଟ୍ ଫିଲ୍ମ୍ ର ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ ଯାହା ଆଜି ବି ଲୋକ ମାନଙ୍କ ର ପ୍ରିୟ ହୋଇ ରହିଛି । ତେବେ ତାଙ୍କର ବିୟୋଗ ରେ ସମ୍ପୂର୍ଣ ଫିଲ୍ମ୍ ଜଗତ ରେ ଶୋକ ର ଛାୟା ଖେଳି ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।