Odisha News Portal

ଦେଖନ୍ତୁ ଭିଡ଼ିଓ – ଇଏ ବାପା ନାଁ ରେ କଳଙ୍କ, ନାବାଳକ ପୁଅକୁ ଏଭଳି କଲା ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ

0 670

ପିଶାଚ ବାପା ର ନିର୍ଯାତନା ଦେଖି ଆପଣଙ୍କ ଆଖିରେ ମଧ୍ୟ ଲୁହ ଅସିଯିବ । ମାତ୍ର 16 ବର୍ଷ ର ପୁଅ କୁ ଦେହ ସାରା ଲୁହା ରଡ଼ ରେ ଚେଙ୍କ ଦେଇଛି ବାପା । କାରଣ ଜାଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ ନିଶ୍ଚିତ । ପୁଅ ମାଛ ଆଣିବାକୁ ସାମାନ୍ୟ ବିଳମ୍ବ କଲା ଆଉ ରୋଷେଇ ହେବା ପାଇଁ ସାମାନ୍ୟ ବିଳମ୍ବ ହୋଇଗଲା ବୋଲି ପୁଅ କୁ ବାନ୍ଧି ଦେହ ସାରା ଚେଙ୍କ ଲଗାଇ ଦେଲା ବାପ । ଦେହ ସାରା ଲୁହା ରଡ଼ ରେ ଚେଙ୍କ ଦେଇ ଛାଲ ଉତାରି ଦେଇଛନ୍ତି ବାପ । ପିଲା ର ଅବସ୍ଥା ଏପରି ହୋଇଛି ଯେ ଆପଣ ଦେଖି ପାରିବେ ନାହିଁ। ଏହି ଅଭାବନୀୟ ଘଟଣା ଘଟିଛି ସାଲେପୁର ରାମେଶ୍ବର ଠାରେ ।

ନିଶାସକ୍ତ ଅବସ୍ଥା ରେ ବାପା ଭୁଲିଗଲେ ସମ୍ପର୍କ । ପୁଅ କୁ ରାକ୍ଷସ ଭଳି ଦେଇଛନ୍ତି ନିର୍ଯାତନା । ଘରେ ସମସ୍ତ ଙ୍କୁ ଦରୁ ଧମକାଇ ମାରି ଚାଲିଲେ। କେହି ଚାହିଁକି ମଧ୍ୟ କିଛି କରି ପାରିଲେ ନାହିଁ କି ପୁଅ କୁ ରକ୍ଷା କରିବା ପାଇଁ ପାଖକୁ ଆସିଲେ ନାହିଁ । ନିଶା ରେ କିଛି ବି କରିଦେବ ସେ ଲୋକ ଏତିକି ଭାବି ମା ମଧ୍ୟ ଚୁପ୍ ରହିଥିଲେ । ଏହି ଭିତରେ ପୁଅ ଟି କେମିତି କଷ୍ଟ କରି ଚାଲି ଆସିଥିଲା। ଦେହରେ କିଛି ନାହିଁ ଖଣ୍ଡେ ଗାମୁଛା ପିନ୍ଧି ଚାଲି ଆସିଲେ । ଚାଲି ଚାଲି ଘରଠୁ 30 କିମି ଚାଲି ଆସିଥିଲା ।

ଚାଲି ଚାଲି ଆସିବା ପରେ କେନ୍ଦ୍ରାପଡ଼ା ରେ ଚିକିତ୍ସିତ ହେଉଛନ୍ତି । ଆପଣ ଦେଖି ପାରିବେ ନାହିଁ ଏମିତି ଅମାନବୀୟ ଦୃଶ୍ୟ । ଶତ୍ରୁ ବି ଏଭଳି ଦଣ୍ଡ ଦେଇ ପାରିବ ନାହିଁ । ଯେମିତି ଏଇ ଲୋକ ଦଣ୍ଡ ଦେଇଛି । ଡହ ଡହ ନିଆ କୁ ଆଣି ପକେଇ ଦେଲେ ବାପା । ମଦ ପିଇ ପାଲଟି ଗଲେ ପିଶାଚ । ଏବେ ନାବାଳକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବାପା ଅନନ୍ତ କୁମାର ସେଠୀ ମଦ ପିଇ ଏମିତି ଅମାନବୀୟ କାଣ୍ଡ ଘଟାଇ ଥିବାର କଥା ନାବାଳକ ନିଜେ କହିଛନ୍ତି ।

ରୋଷେଇ ଡେରି ହେବାରୁ ମଦ ପିଇ ବାପା ବାପା ପ୍ରଥମେ ବାନ୍ଧି ଦେଇ ବାଉଙ୍ଗି ରେ ବାଡେଇ ଥିଲେ ଏହାପରେ ପୁଣି ଆସି ବାଡେଇ ଦେହ ସାରା ନିଆ ଚେଙ୍କ ଦେଇ ଥିଲେ । କେନ୍ଦ୍ରାପଡ଼ା ମାହାଳ ରେ ଥିବା ମାମୁଘର କୁ ଜୀବନ ବିକଲ ରେ ଧାଇଁ ଆସିଥିଲେ। ହେଲେ ଯାଇ ପାରି ନଥିଲେ । ରାସ୍ତା ରେ କେହି ଜଣେ ଦେଖି ଛୁଆ ଟିକୁ ଆଣି ତାଙ୍କ ଅଜା ପାଖରେ ଛାଡ଼ି ଥିଲେ । ଆଉ ଏହା ପରେ ସମ୍ପୂର୍ଣ ଘଟଣା ସାମ୍ନା କୁ ଆସିଥିଲା ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।