Odisha News Portal

ୟାକୁ ହିଁ କୁହନ୍ତି ଆତ୍ମବିଶ୍ବାସ ! ହାତ ନଥାଇବି ଚମତ୍କାର ଭବାରେ ଖେଳୁଛନ୍ତି କ୍ରିକେଟ । ଏହି ଯୁବକ ପାଇଁ ଗୋଟିଏ ଲାଇକ୍ ଓ ସେୟାର ନିଶ୍ଚିତ କରନ୍ତୁ …..

ସତରେ ଈଶ୍ବରଙ୍କ ଲୀଳା ଚମତ୍କାର , ତାହାକୁ ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ଈଶ୍ବର କେତେବେଳେ କାହାକୁ କଷ୍ଟ ଦିଅନ୍ତି , ତ ପୁଣି କେତେବେଳେ କାହାକୁ ଦୁଃଖ ଦିଅନ୍ତି ପୁଣି କେତେବେଳେ କାହାକୁ ହସ ଖୁସିରେ ଭରି ଦିଅନ୍ତି ତାହା କେବେଳ ସେ ହିଁ ଜାଣିଛନ୍ତି । ଆମେ ଆଜି ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ଆଖି ମଧ୍ୟ ଲୁହରେ ଭରିଯିବ କିନ୍ତୁ ମନରେ ଦୃଢ ଆତ୍ମବିଶ୍ବାସ ମଧ୍ୟ ଖୁବ୍ ପରିମାଣରେ ଜାଗ୍ରତ ହୋଇଯିବ ।

ଅନେକ ସମୟରେ ଆପଣ ଏମିତି ବହୁତ ଲୋକମାନଙ୍କୁ ଦେଖିଥିବେ, ଯାହା ପାଖରେ ଏମିତି କିଛି ଭଲ ଟ୍ୟାଲେଣ୍ଟ ଥିବ, କିନ୍ତୁ ତାପାଖରେ କିଛି ନାଁ କିଛି ଜିନିଷର ଅଭାବ ଥିବ । ହୁଏତ କାହା ପାଖରେ ଗୋଡ ନଥିବ ତ ପୁଣି କାହା ପାଖରେ ହାତ କିମ୍ବା ଆଖି, କାନ ନଥିବ କିନ୍ତୁ ସେମାନଙ୍କ ପାଖରେ ଏମିତି କିଛି ପ୍ରତିଭାର ଅଧିକରୀ ହୋଇଥିବେ, ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ । କାରଣ ଭିଡିଓରେ ଏମିତି କିଛି ଦୃଶ୍ୟ ଅଛି ଯାହା ଆମକୁ ଚମତ୍କାର ପରି ଲାଗିବ । ଭିଡିଓରେ ଜଣେ ଯୁବକ କିଛି ଅଦ୍ଭୁତ ଷ୍ଟଣ୍ଡ କରୁ ଥିବାର ଦେଖିବା ପାଇଁ ମିଳିଛି । ଆପଣ ଭାବୁଥିବେ ଷ୍ଟଣ୍ଡ ତ ସମସ୍ତେ କରନ୍ତି ତାହେଲେ ଏଥିରେ ଆଉ ଅଧିକ ବଡ କଥା କଣ ଅଛି । କିନ୍ତୁ ଆମେ ଯେଉଁ ଅକ୍ଷମ ଯୁବକଙ୍କ ବିଷୟରେ କହୁଛୁ ତାହାର ଦୁଇଟି ଯାକ ହାତ ନାହିଁ ।

ସୂଚନା ଅନୁଯାୟୀ , ସେହି ଯୁବକ ଜଣକ ହେଉଛନ୍ତି ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତର ଗୁଡୁମଗୁଡୁମ ଗ୍ରାମର ନିରଞ୍ଜନ ମହାପାତ୍ରଙ୍କ ପୁଅ ଜଗନ୍ନାଥ ମହାପାତ୍ର । ପୁଅ ଜନ୍ମ ହେବା ସମୟରେ ତାର ଦୁଇଟି ହାତ ଅଧା ଗଢା ହୋଇଥିବାରୁ ବାପାମାଁ ତାର ନାଁ ଜଗନ୍ନାଥ ଦେଇଥିଲେ । ତେବେ ଜଗନ୍ନାଥ କିନ୍ତୁ ଜନ୍ମ ଠାରୁ ଏପର୍ଯ୍ୟନ୍ତ ମଧ୍ୟ କାହା ଉପରେ ସନିର୍ଭର କରିନାହାଁନ୍ତି । ଜଗନ୍ନାଥଙ୍କ ବର୍ତ୍ତମାନ ବୟସ 15 କିନ୍ତୁ କେବେ ବି ବାପାମାଁଙ୍କ ଅନୁଭବ କରି ନାହାଁନ୍ତି ପୁଅ ଅକ୍ଷମ ବୋଲି ।

ଅନେକ ପ୍ରତିଭାର ଅଧିକାରୀ ଜଗନ୍ନାଥ । ସାଇକେଲ, ଗାଡି ଚଳାଇବା ତାଙ୍କ ପାଇଁ ଅତି ସାମାନ୍ୟ । ସେ ଅଧା ହାତରେ କ୍ରିକେଟ ଖେଳନ୍ତି ବଲ୍ ଫିଙ୍ଗନ୍ତି । ତାଙ୍କର ପାଇକ ଆଖଡା ଖେଳ ଦେଖିଲେ ଆପଣ ଖୁସିରେ ନାଚି ଉଠିବେ । ସେତିକରେ ତାଙ୍କର ଦୃଢମନବୋଳ ସରି ନାହିଁ, ବାଡି ଖେଳରେ ମଧ୍ୟ ସେ ବହୁତ ପାରଙ୍ଗମ ।

ସାଇକେଲ୍ ଛତି ପରି ଦୁଃସାହସିକ ଖେଳରେ ସେ ମାହୀର । ଘାସ କଟା ଠାରୁ ଘୋଡା ଚଢା ପର୍ଯ୍ୟନ୍ତ , ଯାହାକି ଆମେ ହାତ ଥାଇ ମଧ୍ୟ କରିପାରିନଥାଉ କିନ୍ତୁ ସେ ବିନା ହାତରେ କରି ଦିଅନ୍ତି ।

ସେ କମ୍ପ୍ୟୁଟର ,ମୋବାଇଲ୍, ବାଇକ୍ ସବୁ କିଛି ବିନା ହାତରେ ଚଳାଇ ପାରନ୍ତି । ସବୁବେଳେ ଅନ୍ୟର ଦୁଃଖକୁ ନିଜ ଦୁଃଖ ଭାବି ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ କେବେ ଭୂଲନ୍ତି ନାହିଁ । ଜିଲ୍ଲା , ରାଜ୍ୟ ସ୍ତରରେ ନିଜର ପ୍ରତିଭା ଦେଖାଇ ଅନେକ ଥର ସମ୍ମାନିତ ହୋଇଛନ୍ତି । ତେଣଉ ଗ୍ରାମବାସୀ ଜଗନ୍ନାଥଙ୍କ ପାଇଁ ସରକାରୀ ସହଯୋଗ ପ୍ରାର୍ଥନା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।