Odisha News Portal

30 ବସ୍ତି ପିଲାଙ୍କୁ ପୋଡୁଆଁ କଲେ ରାନୀ ପଣ୍ଡା ! ଏପରି କାମ କରିଲେ ରାନୀ ଯେଉଁଥିପାଇଁ ସମସ୍ତେ ହେଲେ ଆଶ୍ଚର୍ଯ୍ୟ ,

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ଏକ ବହୁତ ସୁନ୍ଦର କଥା ବିଷୟରେ କହିବୁ । ରାନୀ ପଣ୍ଡାଙ୍କର ଏପରି କାମ ପାଇଁ ଆପଣ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ମାତ୍ର ଅନେକ ସମୟରେ ସେ ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେ ସର୍ବଦା ବିବାଦରେ ଭରି ରହିଥାନ୍ତି । ତେବେ ତାଙ୍କୁ ଏକ ବିବାଦୀୟ ଅଭିନେତ୍ରୀ ନାମରେ ମଧ୍ୟ ଅନେକ ସମୟରେ ଜଣାଥାଏ । ମାତ୍ର ଏହି ଗତ କିଛି ମାସ ହେବ ସେ ଏପରି କିଛି କାମ କରୁଛନ୍ତି ଯେଉଁଥିପାଇଁ ତାଙ୍କୁ ସମସ୍ତ ବହୁତ ହିଁ ଭଲ ପାଉଛନ୍ତି ।

ଆପଣ ମାନେ ତ ଜାଣିଛନ୍ତି କି କରୋନା ସଂଙ୍କଟ ସମୟରେ ଗରିବ ଲୋକଙ୍କୁ ସାହାର୍ଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀ ଫଣ୍ଡଙ୍କୁ 50 ହଜାର ଟଙ୍କା ଦାନ କରିଥିଲେ । ଏହା ପରେ ମଧ୍ୟ ସେ ଅନେକ ଲୋକମାନଙ୍କୁ ସାହାର୍ଯ୍ୟ କରିଛନ୍ତି ।

ଯେଉଁ ସମୟରେ ଓଲିଉଡ ଜଗତର କିଛି କଳାକାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେହି ସମୟରେ ରାନୀ ପଣ୍ଡା ତାଙ୍କୁ ଦେଖିବା ପାଇଁ ମଧ୍ୟ ଯାଇଥିଲେ ଏବଂ କିଛି ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ । ରାନୀ ପଣ୍ଡା ପ୍ରଥମେ ଯାତ୍ରା ଜଗତରେ କାମ କରୁଥିଲେ ତେବେ ଏବେକା ସମୟରେ ମଧ୍ୟ କରନ୍ତି ।

ଏହା ସହିତ ଏହି କରୋନା ସମୟରେ ଯାତ୍ରା ଜଗତର କେତେକ କଳାକାରଙ୍କୁ ମଧ୍ୟ ସେ କିଛି ଟଙ୍କା ପ୍ରଦାନ କରିଛନ୍ତି , ଯେଉଁ ସମୟରେ ସେମାନଙ୍କର ଆର୍ଥିକ ଅବସ୍ଥା ଠିକ ନଥିଲା । ତେବେ ଏବେକା ସମୟରେ ମଧ୍ୟ ରାନୀ ସେମିତି କିଛି କାମ କରିଛନ୍ତି ଯେଉଁଥିପାଇଁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି , ତେବେ ଆସନ୍ତୁ ଜାଣିବା କି ରାନୀ ପଣ୍ଡା କେଉଁ କାମ ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଆପଣ ମାନେ ତ ଜାଣିଛନ୍ତି କି ପ୍ରଥମାଷ୍ଟମୀରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଯେଉଁ ମାନେ ପିତା ମାତାଙ୍କର ପ୍ରଥମ ସନ୍ତାନ ଅଟନ୍ତି ସେହି ମାନେ ସେ ଦିନ ନୂଆ ନୂଆ ଡ୍ରେସ ପିନ୍ଧିଥାନ୍ତି । କାରଣ ସେମିତି କିଛି ନିତି ନିୟମ ଅଛି କି ସେହି ପ୍ରଥମାଷ୍ଟମୀରେ ପିତା ମାତାଙ୍କର ପ୍ରଥମ ସନ୍ତାନ ନୂଆ ଡ୍ରେସ ପିନ୍ଧିବେ ଏବଂ ସେହି ଡ୍ରେସ ତାର ମାମୁଁଙ୍କ ଘରୁ ଆସିଥାଏ ।

 ମାତ୍ର କିଛି ପିଲା ମାନେ ଅଭାବ ଅନଟନ ପାଇଁ ବା ପରିବାର କିଛି ଅସୁବିଧା ପାଇଁ ସେମାନେ ନୂଆ ଡ୍ରେସ ପିନ୍ଧି ପାରନ୍ତି ନାହିଁ । ତେବେ ଏମିତି କହିବାର କଥା ଏହା କି ଦେଖିବାକୁ ମିଳିଛି ରାନୀ ପଣ୍ଡା କିଛି ଗରିବ ପିଲା ମାନଙ୍କୁ ନେଇ କରି ତାଙ୍କୁ ଏହି ପ୍ରଥମାଷ୍ଟମୀରେ ନୂଆ ଡ୍ରେସ କିଣି ଦେଉଥିବାର । କିଛି ପିଲା ମାନଙ୍କୁ ଡ୍ରେସ ଦୋକାନକୁ ନେଇ ସେମାନଙ୍କ ନିଜ ପସନ୍ଦର ଡ୍ରେସ ରାନୀ ପଣ୍ଡା ସେମାନଙ୍କୁ ଆଣିଦେଇଛନ୍ତି । ସେହି ପିଲା ମାନେ ମଧ୍ୟ ଏଥିପାଇଁ ବହୁତ ହିଁ ଖୁସି ଅଟନ୍ତି । ତେବେ ଡ୍ରେସ ଆଣିଦେବା ସହିତ ରାନୀ ସେହି ପିଲାମାନଙ୍କୁ ଅଷ୍ଟମୀ ମଧ୍ୟ କରାଉଛନ୍ତି । ଏହା ପରେ ରାନୀ ସେହି ପିଲା ମାନଙ୍କୁ ଖାଇବା ପାଇଁ ମଧ୍ୟ ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।