ଲାଗୁଚି କଳିର ଶେଷଦିନ ଯେତିକି ଯେତିକି ପାଖେଇ ଆସୁଛି ଦୁନିଆରେ ଗୋଟିଏ ପରେ ଗୋଟିଏ ବିଚିତ୍ର ଘଟଣା ସବୁ ଘଟିବାରେ ଲାଗିଛି । ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆ କୁ ବ୍ୟବହାର କରି ଲୋକେ ସେମାନଙ୍କ କଳା ପ୍ରତିଭା ତଥା ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ ।ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ।
ଏ ଦୁନିଆରେ ଏମିତି କିଛି କର ଯେମିତି ସବୁଦିନ ପାଇଁ ଲୋକ ମନେ ରଖିବେ। ସାଧାରଣତଃ ଜଣେ ମଣିଷର ସୌନ୍ଦର୍ଯ୍ୟ ତାର କେଶରେ ହିଁ ଥାଏ । ଆଉ କେଶ ନଥିଲେ ଲୋକେ ତାର ଥଟ୍ଟା କରନ୍ତି । ତେବେ ଆମେ ଆପଣଙ୍କୁ ଗୋଟିଏ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପୂରା ଆଚମ୍ବିତ କରିଦେବ ।
ତେବେ ଜଣେ ଅଙ୍ଗଦାନ କରିବାଟା ବହୁତ ବଡ଼ କଥା। କିନ୍ତୁ ମୟୁରଭଂଜ ଜିଲା ବାରିପଦା ଠାରେ ଜଣେ ମହିଳା ନିଜର ମୁଣ୍ଡର ଚୁଟି ସ୍ୱହସ୍ତେ ଦାନ କରିଛନ୍ତି। ଗୋଟିଏ ଝିଅ ପାଇଁ ତାର ଛୁଟି ବହୁତ ମୂଲ୍ୟବାନ ଏବଂ କୌଣସି ବି ଝିଅ ଚାହାନ୍ତିନି ନିଜର ସୁନ୍ଦରତା କୁ ହରେଇବା ପାଇଁ । ସେ ସମାଜ ଆଗରେ ଗୋଟିଏ ଉଦାହରଣ ପାଲଟିଛି। ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଘଟଣା ବିଷୟରେ ।
ଘଟଣା ଅନୁସାରେ ଜଣେ ମହିଳାଙ୍କୁ କ୍ୟାନସର ହୋଇଥିଲା ସେ ସମୟରେ ସେ କେମୋ ମେଡ଼ିସିନ ନେଉଥିଲେ । ଯେଉଁଥିପାଇଁ ତାଙ୍କର ସବୁ କେଶ ଉପୁଡ଼ିଗଲା । ଯାହାକୁ ଏବେ ସମାଜରେ ଖରାପ ବୋଲି କହୁଛନ୍ତି। ସମାଜରେ ସମସ୍ତେ ଘୁଣା କରିବେ ଆଉ ଝିଅ ପିଲାଟା ତୁ ଲଣ୍ଡା ହେଉଛୁ ଏମିତି କହିକି ତାକୁ ସମାଲୋଚନା କରିବେ।
ତେଣୁ ଲୋକଙ୍କ ମନରେ ଏମିତି ଭାବନା ନ ଆସିବା ପାଇଁ ଜଣେ ବାରିପଦାର ଝିଅ ନିଜର ମୁଣ୍ଡର କେଶକୁ ନିଜ ଇଚ୍ଛାରେ ଦାନ କଲେ। ଯାହା ଆଜି ଚାଂଚଲ୍ୟକର ସୃଷ୍ଟି କରିଛି। ତାଙ୍କ ମାଆ ଆଉ ସେ ବହୁତ ଖୁସି ଅଛନ୍ତି। ସେ କହୁଛନ୍ତି ସମାଜ ପାଇଁ କିଛି କରିବାକୁ ଅଛି,ଯଦି ଆମେ ସମସ୍ତେ ମିଶିକି କିଛି ଏମିତି କରିବା ତେବେ ସମାଜରେ କିଛି ପରିବର୍ତ୍ତନ ଆସିପାରେ।
ସମାଜ ପାଇଁ ସେ ପ୍ରେରଣା ଦେଇଛନ୍ତି। ଆଉ ଏବେ କ୍ୟାନସର ରୋଗୀ ନିଜକୁ ଖରାପ ଭାବିବନି କି ଏ ରୋଗ ପାଇଁ ମୋର ସବୁ ନଷ୍ଟ ହୋଇଗଲା କିନ୍ତୁ ସମ୍ପୂର୍ଣ ଖୁସି ନହେଲେ କିଛି ମାତ୍ରାରେ ସେ ବହୁତ ଖୁସି। ବାରିପଦାର ଝିଅ ଯେ ଦାନ କରିଛନ୍ତି ସେ କହୁଛନ୍ତି ”ମୁ ବି ଆଗରୁ ଆଖି ଦାନ କରିଥିଲି”। ତାଙ୍କର ଏଭଳି କାମ ପାଇଁ ଆଜି ବହୁତ ଚର୍ଚ୍ଚାରେ ଅଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।