ଅନୁଭବ ଏଲିନା ଙ୍କ ସହ ଫିଲ୍ମ କରିବା ପରେ ବର୍ଷା ଏମିତି ପ୍ରତିକ୍ରିୟା ଦେଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ?

ଅଲିଉଡର ଜବରଦସ୍ତ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣି ଥିବେ ଗୋଟିଏ ରିଆଲିଟି ଶୋ ମାଧ୍ୟମରେ ଏଲିନା ସାମନ୍ତରାୟ ଅଲିଉଡରେ ଏଣ୍ଟ୍ରି କରିଥିଲେ । ଆଉ ଏହାପରେ ଅଲିଉଡରେ ବହୁତ ସାରା ଜବରଦସ୍ତ ହିଟ୍ ଫିଲ୍ମ ଗୁଡିକରେ ଆକ୍ଟି କରି ଓଡିଶାର ଦର୍ଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ପାଇଥିଲେ । ତେବେ ଆପଣ ମାନଙ୍କୁ କହିରଖୁଛୁ କି ଏଲିନା ସାମନ୍ତରାୟ ବର୍ତ୍ତମାନ ସମୟରେ ଗୋଟିଏ ନୂଆ ଫିଲ୍ମରେ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଯାହାକି ଆଗାମୀ ମାଁ କାଳୀଙ୍କର ପୂଜାରେ ରିଲିଜ କରାଯିବ । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ବିବରଣୀ ବିଷୟ ରେ ।

ଅଲିଉଡର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ ଏବେ ପୁଣି ଏକ ସିନେମା ରେ କାମ କରିବାକୁ ଯାଉଛନ୍ତି । ତେବେ ଏହି ସିନେମାର ସିର୍ଷକ ରହିଛି ପାପ । ଏହି ଓଡିଆ ସିନେମାନ ନିର୍ଦ୍ଦେଶନା ଦେଉଛନ୍ତି ଅଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତି ।

ତେବେ ଅଭିନେତ୍ରୀ ଏଲିନା ସାମନ୍ତ ରାୟ ଦ୍ବିତୀୟ ଥର ପାଇଁ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ କାମ କରୁଛନ୍ତି । ଚୁଲବୁଲି ଅଭିନେତ୍ରୀ ଏଲିନା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଲଭ ଷ୍ଟେସନରେ କାମ କରିଥିଲେ । ଯେଉଁଥିରେ କି ସେ ଜନପ୍ରିୟ ନାୟକ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ ।

ତେବେ ଏହି ଫିଲ୍ମୀ ପାପ ର କଥା ବସ୍ତୁଟି ମୌଳିକ କାହାଣୀ ଉପରେ ଆଧାରିତ ବୋଲି କୁହା ଯାଉଛି । ସୂଚନାଯୋଗ୍ୟ ଗତ ପାଞ୍ଚ ବର୍ଷ ହେଲା ବେଶ୍ ସକ୍ରିୟ ଅଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ ଅଭିନୟ କ୍ଷେତ୍ରରେ । ସେ ତରଙ୍ଗ ସିନେ ପ୍ରଡକ୍ସନ ଦ୍ବାରା ପ୍ରଯୋଜିତ ଇସ୍କ୍ ତୁ ହି ତୁ ରୁ ଅଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଯାତ୍ରା ଆରମ୍ଭ କରି ଥିଲେ ।

ଏହାପରେ ସେ ଅନେକ ସୁପରହିଟ ଫିଲ୍ମ ମାନଙ୍କରେ କାମ କରିବାର ନଜରରେ ଆସିଥିଲେ । ସେହି ସୁପରହିଟ ଫିଲ୍ମ ଗୁଡିକ ଥିଲା, କେହି ନୁହେଁ କାହାର , ଜଗା ହାତରେ ପଘା, ଅଭୟ , ଲଭ ଷ୍ଚେସନ, ମୁଁ ଖାଣ୍ଟି ଓଡିଆ ଝିଅ , ଝିଅଟା ବିଗିଡି ଗଲା, , ହାପି ଲକି , କାବୁଲା ବାରବୁଲା, 4 ଇଡିଅଟସ୍, ଟୋକାଟା ଫସି ଗଲା, ମାଲ୍ ମହୁ ଜୀବନ ମାଟି, ଏବଂ ଦିସ୍ ଇଜ୍ ମାୟାରେ ବାୟାରେ ଆଦି ଓଡିଆ ସିନେମାରେ ନାୟିକା ଭାବରେ ନଜର ଆସି ଥିଲେ ।

ଏହି ସମୟ ଭିତରେ ଏଲିନା ସାମନ୍ତରାୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ବ୍ୟତିତ ବସନ୍ତ ସାହୁ , ସୁଧାଂଶୁ ମୋହନ ସାହୁ , ସୁଶାନ୍ତ ମଣୀ, ଅବତାର ସିଂ, ରମେଶ ରାଉତ୍, ମୂରଲୀ କ୍ରୀଷ୍ଣା ଏବଂ ବିନି ପଟ୍ଟନାୟକଙ୍କ ଭଳି ନିର୍ଦ୍ଦେଶକ ମାନଙ୍କ ସହିତ କାମ କରି ଆସିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment