Odisha News Portal

ଏକାଠି ହେଲେ ଅନୁଭବ ଏବଂ ବର୍ଷା ! ମହିଳା କମିଶନ କଲେ ସବୁ ସମାଧାନ୍ , ଖୁବଶିଘ୍ର ପରିବାରକୁ ଦେବେ ଖୁସି ଖବର ! ଭିଡିଓ ହେଉଛି ଭାଇରାଲ…..

0 266

ଏକାଠି ହେଲେ ଅନୁଭବ ଏବଂ ବର୍ଷା । ସମାଧାନ ହେଲା ସବୁ କଳି ଝଗଡାର , ମହିଳା କମିଶନ ଙ୍କ ନିକଟ ରେ ହାଜର ହେଲେ ଅନୁଭବ ଏବଂ ବର୍ଷା । ତେବେ ଚାଲନ୍ତୁ ଜାଣିବା ମହିଳା କମିଶନ ଙ୍କ ନିକଟ ରେ କଣ ଘଟିଛି ସଂମ୍ପୂର୍ଣ୍ଣ ଘଟଣା । ଦୁହେଁ ଯାକ ଏକାଠି ହେବେ ବୋଲି କଣ ପାଇଁ କରା ଯାଇଛି ଆଶା । ତେବେ ଚାଲନ୍ତୁ ଏହି ଲେଖା ମାଧ୍ୟମ ରେ ଏହି ଖବର ର ସଂମ୍ଫୂର୍ଣ୍ଣ ରିପୋର୍ଟ ଟି କୁ ଜାଣିବା । ତେବେ ଚାଲନ୍ତୁ ନଜର ପକାଇବା ଆଜିର ଏହି ବଡ ଖବର ଉପରେ ।

ତେବେ କେନ୍ଦ୍ରାପଡା ସାଂସଦ ତଥା ଅଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ରାଜ୍ୟ ମହିଳା କମିଶନ ରେ ହାଜର ହୋଇଛନ୍ତି । କମିଶନ ଙ୍କ ନିକଟ ରେ ପ୍ରାୟ 3 ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିବା ପରେ ବାହାର କୁ ଆସି ନିଜର ପ୍ରିତିକ୍ରିୟା ଦେଇଛନ୍ତି ।

ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ ମହିଳା କମିଶନ ଙ୍କୁ ମୁଁ ସମ୍ମାନ ଜଣାଇ ଆଜି ଉପସ୍ଥିତ ହୋଇଛି । ତେବେ କମିଶନ ଙ୍କ ନିକଟ ରେ ମୁଁ ମୋର ପକ୍ଷ ରଖିଛି ଏବଂ କମିଶନ ମୋତେ ଯାହା ପଚାରିଛନ୍ତି ତାର ସଠିକ୍ ସଠିକ୍ ଉତ୍ତର ମଧ୍ୟ ମୁଁ ଦେଇଛି । କିନ୍ତୁ କମିଶନ ଙ୍କ ସହ ଯାହା ଆଲୋଚନା କରିଛି ତାକୁ ବାହାରେ ସର୍ବ ସାଧାରଣ ସମ୍ମୁଖରେ କହିବା ଉଚିତ୍ ହେବ ନାହିଁ । 

ମିଳି ଥିବା ସୂଚନା ଅନୁଯାୟୀ ଅଲିଉଡ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ମାମଲାରେ ମହିଳା କମିଶନ ଅନୁଭବ ମହାନ୍ତି ଙ୍କୁ ହାଜର ହେବା ପାଇଁ ମହିଳା କମିଶନ୍ ନୋଟିସ୍ କରିଥିଲେ ।

ତେବେ ନୋଟିସ୍ ରେ ଅନୁଭବ ମହାନ୍ତି ଙ୍କ ବାପା ମାଁ ଙ୍କୁ ମଧ୍ୟ ହାଜର ହେବା ପାଇଁ କୁହା ଯାଇଥିଲା । ପାରିବାରିକ ବିବାଦ ନେଇ ବର୍ଷା ପ୍ରିୟଦର୍ଶନୀ ମହିଳା କମିଶନ ଙ୍କ ନିକଟରେ ଅଭିଯୋଗ ଆଣିଥିଲେ ।


ଅନ୍ୟପକ୍ଷରେ ମହିଳା କମିଶନ ଅଧକ୍ଷା ମିନତୀ ବେହେରା କହିଛନ୍ତି ଯେ ଉଭୟ ବର୍ଷା ଏବଂ ଅନୁଭବଙ୍କ ସହ ସେ ଆଲୋଚନା କରିଛନ୍ତି । ଆଲୋଚନା ସକରାତ୍ମକ ଥିଲା ଏବଂ ଏହା ନୂଆ ଆଲୋକ ଦେଖାଇବ ।

ଆଜିର ଆଲୋଚନା ଗୋଟେ ଭଲ ରାସ୍ତା ଦେଖାଇବ ବୋଲି ଆଶା କରାଯାଉଛି । ଆଶା କରାଯାଉଛି ଖୁବ୍ ଶିଘ୍ର ଅନୁଭବ-ବର୍ଷା ଙ୍କ ମିଳନ ହେବ । ସେ ଦୁହେଁ ପୁଣି ଥରେ ଏକାଠି ହେବେ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ । ନିଶ୍ଚିତ ଭାବେ ସେ ଦୁହେଁ ଅଲଗା ହେବାକୁ ବଞ୍ଚିତ ହେବେ ।

ମହିଳା କମିଶନ କହିଛନ୍ତି ଆଜିର କଥାବାର୍ତ୍ତାରେ ମୁଁ ଯାହା ଅନୁମାନ କରିଛି ନିଶ୍ଚିତ ଭାବରେ ସେମାନଙ୍କର ଏକାଠି ହେବାର କିଛି ଆଲୋକ ଦେଖା ଯାଇଛି । ଆଗକୁ ସେମାନେ ଏକାଠି ହେବେ ବୋଲି ମୁଁ ଆଶା କରୁଛି ।

ତେବେ କଣ ସତରେ ଏ ଦୁହେଁ ନିଜର କ୍ଷୋଭକୁ ଶେଷ କରି ଏକାଠି ହେବେ ? କଣ ନିଜ ମନ ଭିତରେ ଥିବା ବାଦବିବାଦକୁ ଦୂର କରିପାରିବେ ? କଣ ପୁଣି ବର୍ଷା- ଅନୁଭବ ଏକାଠି ହେବେ ? କଣ ପୁଣି ତାଙ୍କର ଫ୍ୟାନ୍ ମାନେ ତାଙ୍କର ଯୋଡିକୁ ଏକାଠି ଦେଖିପାରିବେ ? ତାହା ବର୍ତ୍ତମାନ ସମୟରେ ଦେଖିବା ପାଇଁ ଅପେକ୍ଷା ରହିଲା ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।