Odisha News Portal

ବଡି ବା ମସଲ୍ ବନେଇବା ପାଇଁ ଥରେ ଅବଲମ୍ବନ କରନ୍ତୁ ଏହି ଘରୋଇ ଉପାୟ ! ସଫଳତା ଆପଣ ନିଶ୍ଚିତ ପାଇବେ …

ବଡି ବା ମସଲ୍ ବନେଇବା ପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ କରିଥାଉ କିନ୍ତୁ ସେଥିରୁ କିଛି ବି ଫାିଦା ମିଳିନଥାଏ । ଅନେକ ଲୋକ ମାର୍କେଟରୁ ମିଳୁଥିବା କେମିକାଲ୍ ଯୁକ୍ତ ପ୍ରୋଟିନ୍ ଏବଂ ବଡି ବିଲଡର୍ ହେବା ପାଇଂ ମିଳୁଥିବା ଅନେକ ପ୍ରକାର ମେଡିସିନ୍ ର ସେବନ କରିଥାନ୍ତି । କିନ୍ତୁ ସେହି ସବୁ କେମିକାଲ ଜିନିଷ ସେବନ କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଂ ବହୁତ କ୍ଷତିକାର ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ସଂମ୍ପୂର୍ଣ୍ଣ ପ୍ରାକୃତିକ ଅଟେ । ଆଉ ପ୍ରାକୃତିକ ଉପାୟରେ ଆପଣଙ୍କ ମସଲ୍ ବନେଇବାରେ ସାହାଯ୍ୟ କରିଥାଏ । ଏହା ପ୍ରସ୍ତୁତ କରିବା ବହୁତ ସହଜ ଅଟେ ଏବଂ ଏହା ଖାଇବାକୁ ମଧ୍ୟ ବହୁତ ସୁଆଦିଆ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ ଏବଂ କେମିତି ସେବନ କରିବେ ।

ଆବଶ୍ୟକ ସାମଗ୍ରୀ – 1.ଅଧା ତାଟିଆ ଦହି,
2. 5 ଟି ପିସ୍ତା ବାଦାମ୍
3. ଏକ ମୁଠା ଅଲସି୍ ବା ପେସୁ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ଗ୍ରାଇଡିଂ ଜଗକୁ ଏକ ମୁଠା ଅଲସି ଏବଂ 5ଟି ପିସ୍ତା ବାଦାମକୁ ନେଇ ଏହାର ଏକ ଫାଇନ୍ ପାଉଡର ପ୍ରସ୍ତୁତ କରନ୍ତୁ । ଏହାପରେ ପୂର୍ବରୁ ନେଇଥିବା ଅଧା ତାଟିଆ ଦହିରେ ପ୍ରସ୍ତୁତ କରିଥିବା ପାଉଡରକୁ ମିଶ୍ରଣ କରନ୍ତୁ । ତେବେ ପ୍ରତି ଦିନ ଆପଣଙ୍କୁ ଏହି ପରି କରିବାକୁ ହେବ । ଏହାପରେ ସେହି ସମସ୍ତ ସାମଗ୍ରୀକୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ ଏବଂ ସେବନ କରନ୍ତୁ । ଏହା ଦେଖି୍ବା ପାଇଂ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ଆହୁରି ଅଧ୍ୟ ସ୍ବାଦିଷ୍ଟ ଅଟେ । ଏବେ ଜାଣିବା ଏହାର କେମିତି ସେବନ କରିବେ ।

ସେବନ ବିଦ୍ଧି –

ମସଲ୍ ବା ବଡି ବନେଇବା ପାଇଁ ଆପଣଙ୍କୁ ଜିମ୍ ବା କସରତ କରିବା ପାଇଁ ଆବଶ୍ୟକତା ପଡିଥାଏ । ଯେଉଁମାନେ ମସଲ୍ ବନେଇଥାନ୍ତି ସେମାନେ ଜିମ୍ ବା କସରତ କରିଥାନ୍ତି । ସକାଳୁ ଆପଣ ଜିମ୍ ବା କସରତ କରି ଆସିଲା ପରେ ଆପଣ ଏହାର ସେବନ କରନ୍ତୁ । ତେବେ କେବଳ ଦେଢ ମାସ ଆପଣ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ମସଲ୍ ଡେଭଲୋପମେଣ୍ଟରେ ଏହା ବହୁତ ଅଧିକ ସାହାଯ୍ୟ କରିବ ।

ବାହାରୁ ମିଳୁଥିବା କେମିକାଲ୍ ଯୁକ୍ତ ପ୍ରୋଟିନ୍ ବା ବଡିବିଲଡିଂ ପାଇଁ ମିଳୁ ଥିବା ଅନେକ ପ୍ରକାରର ମେଡିସିନ୍ ଆପଣ ଆଦୌ ସେବନ କରନ୍ତୁ ନାହିଁ । କାହିଁ କି ନାଁ ସେଥିରୁ ମିଳୁ ଥିବା କେମିକାଲ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ବହୁତ ଅଧିକ କ୍ଷତି କାରକ ହୋଇ ଥାଏ । ଆପଣ ଏହାକୁ ଘରେ ବନେଇ ଏହାର ସେବନ କରନ୍ତୁ , ଏହା ଦ୍ବାରା ଆପଣ ଜାଣି ପାରିବେ ଆପଣ କଣ ଖାଉଛନ୍ତି । କାରଣ ନିଜ ହାତରେ ଆପଣ ଏହାକୁ ବନେଇ ଖାଉଛନ୍ତି ଏବଂ ଏଥିରେ କୌଣସି କେମିକାଲ୍ ନଥାଏ , ଏହା ସଂମ୍ପୂର୍ଣ୍ଣ ପ୍ରାକୃତିକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।