Odisha News Portal

ଏହି ତିନୋଟି ରାଶିର ମହିଳା ମାନେ ହେଉଛନ୍ତି ଲକ୍ଷ୍ମୀ ସୂରୂପ ! ଏଥିରେ ଆପଣଙ୍କ ରାଶି ଯୋଡି ହୋଇ ନାହିଁ ତ ?

ପ୍ରାୟତଃ ଆପଣ ମାନେ ଶୁଣିଥିବେ ଯେ ଜଣେ ସଫଳ ପୁରୁଷ ପଛରେ ଜଣେ ମହିଳାର ହିଁ ହାତ ରହିଥାଏ । ଏହି ନିରାଟ ସତ୍ୟ ଅଟେ । କାହିଁକି ନାଁ ମହିଳା ଘର ପରିବାରର ଧ୍ୟାନ ରଖିଥାନ୍ତି , ଯାହାଦ୍ବାରା ପୁରୁଷ ମାନେ ନିଜର କ୍ୟାରିୟର ଉପରେ ବିଶେଷ ଧ୍ୟାନ ଦେଇ ପାରନ୍ତି । ଏମିତିରେ ଏହା ବିଲକୁଲ୍ ସତ ଅଟେ କି ଗୋଟିଏ ମହିଳା ଯଦି ଚାହିଁବ ତେବେ ସେ ଘରକୁ ସ୍ବର୍ଗ କରି ଦେଇପାରେ ଏବଂ ଚାହିଁଲେ ସେହି ଘରକୁ ନର୍କ ମଧ୍ୟ କରି ଦେଇପାରେ । ତେଣୁ ଏହା ସଂମ୍ପୂର୍ଣଅଣ ମହିଳାଙ୍କ ଉପରେ ନିର୍ଭର କରିଥାଏ ।

ଶାସ୍ତ୍ର ଅନୁସାରେ ଯେଉଁ ଭଳି ଭାବରେ ବ୍ୟକ୍ତିର ନାମ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ଠିକ୍ ସେହିଭଳି ବ୍ୟକ୍ତିର ରାଶି ବି ତାର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ ସେହି ରାଶିର ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଂମାନଙ୍କର ପାଦ ଘରେ ପଡିଲେ ଘର ସ୍ବର୍ଗ ହୋଇଥାଏ । ସେମାନଙ୍କର ଚରଣରେ ଲକ୍ଷ୍ମୀଙ୍କର କୃପା ବର୍ଷିଥାଏ ।

ମେଷ ରାଶି-

ମେଷ ରାଶିର ମହିଳା ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଯେଉଁ ଘରେ ଏହି ରାଶିର ମହିଳା ମାନେ ଥାଆନ୍ତି , ସେହି ଘରେ କୌଣସି ବି ଜିନିଷର ଅସୁବିଧା ହୋଇନଥାଏ । ଏହି ରାଶିର ମହିଳା ମାନେ ଗୁରୁଜନ ମାନଙ୍କର ସମ୍ମାନ କରିଥାନ୍ତି ଏବଂ ଘର ପରିବାରର ବିଶେଷ ଧ୍ୟାନ ରଖିଥାନ୍ତି । ନିଜର ସ୍ବଭାବ ଦ୍ବାରା ଏମାନେ ସମସ୍ତଙ୍କ ହୃଦୟକୁ ଖୁବ୍ ଶିଘ୍ର ଜିତି ନେଇଥାନ୍ତି ।

କର୍କଟ ରାଶି –

କର୍କଟ ରାଶିର ମହିଳା ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କମ୍ ଟଙ୍କାରେ ମଧ୍ୟ ଘରକୁ ଭଲ ଭାବରେ ମ୍ୟାନେଜ୍ କରି ନେଇଥାନ୍ତି । ନିଜର ବୁଦ୍ଧିମତା ଦ୍ବାରା ଏମାନେ ସବୁବେଳେ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିଥାନ୍ତି । ପରିବାରର ସବୁ ଲୋକ ମାନଙ୍କୁ ସାଥିରେ ନେଇ ଚାଲିବା ଏମାନଙ୍କର ଅଭ୍ୟାସ ଅଟେ । ଏମିତିରେ ଏହି ରାଶିର ମହିଳା ମାନେ ଘରକୁ ସ୍ବର୍ଗ କରି ଦିଅନ୍ତି ।

ବିଛା ରାଶି –

ବିଛା ରାଶିର ମହିଳା ମାନଙ୍କର ସ୍ବାମୀ ବହୁତ ଲକି ହୋଇଥାନ୍ତି । ଏମାନଙ୍କର ପାଦ ଘରେ ପଡିବା ପରେ ସ୍ବାମୀଙ୍କର ଭାଗ୍ୟଦୋୟ ହୋଇଥାଏ । ଏମାନେ ଆସିବା ଦ୍ବାରା ଶଶୁର ଘରର ବି ଭାଗ୍ୟ ବଦଳିଥାଏ । କାରଣ ଏମାନେ ଭାଗ୍ୟରେ ଧନୀ ହୋଇଥାନ୍ତି । ଏହି ରାଶିର ଲୋକମାନେ ବହୁତ ଅଧିକ ଶାନ୍ତ ସ୍ବଭାବର ହୋଇଥାନ୍ତି କିନ୍ତୁ ଯେତେବେଳେ ପରିବାରର କଥା ଆସିଥାଏ ତେବେ ସେମାନେ ମାଁ କାଳୀ ଙ୍କର ରୂପ ମଧ୍ୟ ଧାରଣ କରି ନିଅନ୍ତି । ସେଥିପାଇଁ ଏହି ରାଶିର ମହିଳା ମାନଙ୍କ ପାଦ ଘରେ ପଡିଲେ ଘରେ ମାଁ ଲକ୍ଷ୍ମୀଙ୍କର ବାସ ହୋଇ ଥାଏ ବୋଲି ମଧ୍ୟ କୁହାଯାଏ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।